ନାଗରିକ ଅସହାୟ

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌. ଦ୍ୱିତୀୟ ବର୍ଷର ଛାତ୍ରୀ ୧୨ ଜୁଲାଇରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛନ୍ତି। କଲେଜ ଶିକ୍ଷା ବିଭାଗର ମୁଖ୍ୟ ତାଙ୍କୁ ବାରମ୍ବାର ଯୌନ ତଥା ମାନସିକ ନିର୍ଯାତନା ଦେଇଆସୁଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କ କଥାରେ ରାଜି ନ ହେଲେ ଇଣ୍ଟରନାଲ୍‌ ଏକ୍‌ଜାମରେ ମାର୍କ କମାଇ ଦେଇ ପାସ୍‌ କରାଇଦେବେ ନାହିଁ ବୋଲି ଛାତ୍ରୀଙ୍କୁ ଅଧ୍ୟାପକ ଧମକ ଦେଉଥିଲେ। ଏସବୁ ବିଷୟରେ ଛାତ୍ରୀ କଲେଜ ଅଧ୍ୟକ୍ଷ ଏବଂ ପରେ ପୋଲିସ ଓ ସ୍ଥାନୀୟ ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଅବଗତ କରାଇଥିବା କଥା ପଦାକୁ ଆସୁଛି। ଏଥିସହିତ ୧ ଜୁଲାଇ ରାତି ୧୦ଟା ୨୯ରେ ଛାତ୍ରୀ ଜଣଙ୍କ ସ୍ଥାନୀୟ ବିଧାୟକ ମାନସ ଦତ୍ତ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱର ଜିଲାପାଳ ଏବଂ ଜାତୀୟ ମହିଳା କମିଶନଙ୍କୁ ସାମାଜିକ ଗଣମାଧ୍ୟମ ‘x’ ଜରିଆରେ ସବୁକିଛି ସ୍ପଷ୍ଟ ଭାବେ ଜଣାଇଥିଲେ। ହେଲେ କେହି ତାଙ୍କୁ ସହଯୋଗ କରି ନ ଥିଲେ। ବରଂ କଲେଜ ଅଧ୍ୟକ୍ଷ ଛାତ୍ରୀଙ୍କର ସବୁ ଭୁଲ୍‌ ବୋଲି ଦର୍ଶାଇବା ପରେ ଅନନ୍ୟୋପାୟ ହୋଇ ସେ ଆତ୍ମାହୁତି ଉଦ୍ୟମ କରିଥିଲେ ବୋଲି କୁହାଯାଉଛି। ଏହି ଲେଖା ପ୍ରସ୍ତୁତ ହେଲା ବେଳକୁ ସମ୍ପୃକ୍ତା ଛାତ୍ରୀ ଭୁବନେଶ୍ୱର ଏମ୍ସରେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବା ପରେ ସରକାର ସମ୍ପୃକ୍ତ ଅଧ୍ୟାପକଙ୍କୁ ନିଲମ୍ବନ କରି ଗିରଫ କରିଥିବା ବେଳେ ଅଧ୍ୟକ୍ଷଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠନ କରାଯାଇଥିବା ୩ ଜଣିଆ କମିଟି ସମ୍ପୃକ୍ତ କଲେଜ ଯାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ମନେହେଉଛି ଯେପରି ଏହାସବୁ ଖେଳ ସରିବା ପରେ ହ୍ବିସିଲ ମରାଯାଉଛି।
ଜଣେ ଛାତ୍ରୀ ଆତ୍ମାହୁତି ଦେବା ଯାଏ ଚିନ୍ତା କରିବା ସୂଚାଉଛି ଯେ, ସେ କେତେ ପରିମାଣରେ ମାନସିକ ନିର୍ଯାତନା ପାଇଥିବେ। ଛାତ୍ରୀ ଓ ମହିଳାମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବା ଲାଗି କଲେଜଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟସ୍ଥଳୀରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିମାନ ଗଢ଼ିବା ଲାଗି ସୁପ୍ରିମକୋର୍ଟ ଏବଂ ସରକାରଙ୍କ ନିର୍ଦ୍ଦେଶ ରହିଛି। ଆତ୍ମାହୁତି ଦେଇଥିବା ଛାତ୍ରୀ ତାଙ୍କ ପ୍ରତି ନିର୍ଯାତନା ହେଉଥିବା ବିଷୟରେ ଜଣାଇବା ପରେ ଯାଇ କଲେଜରେ ସମ୍ପୃକ୍ତ କମିଟି ଗଢ଼ାଯାଇଥିବା ଆଲୋଚନା ହେଉଛି। ତାହା ସତ୍ୟ ହୋଇଥିଲେ କଲେଜ ଅଧ୍ୟକ୍ଷ ନିଜ କର୍ତ୍ତବ୍ୟ ପ୍ରତି କେତେ ଦାୟିତ୍ୱବାନ ବୁଝିହେଉଛି। ଖବର ମିଳିଛି, କମିଟି ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ସେଥିରେ ଯୌନ ଶୋଷଣ ହୋଇଥିବା ବିଷୟ ଦର୍ଶାଯାଇ ନ ଥିଲା। ସମ୍ଭବତଃ ସେଥିରେ ଛାତ୍ରୀ ବ୍ୟତିବ୍ୟସ୍ତ ହୋଇପଡ଼ିଥିବେ।
ଏଠାରେ ଆଉ ଏକ ଦିଗକୁ ଦେଖାଯାଉ। ଶୁଣିବାକୁ ମିଳିଛି ଯେ, ସମ୍ପୃକ୍ତା ଛାତ୍ରୀ ନିଜେ ଆତ୍ମରକ୍ଷା ପ୍ରଶିକ୍ଷଣରେ ଜଣେ ତାଲିମପ୍ରାପ୍ତ ଟ୍ରେନର। ଏଥିସହିତ ଶାସକ ଦଳର ଛାତ୍ର ଶାଖା ଏବିଭିପିର ସେ ଜଣେ କର୍ମୀ। ରାଜନୈତିକ ଚିନ୍ତାଧାରା ପୋଷଣ କରୁଥିବା ଓ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଜଣେ ଛାତ୍ରୀ କାହିଁକି ଏତେ ଭାଙ୍ଗିପଡ଼ିଲେ ବୁଝିବା କଷ୍ଟକର। ଏହା କହିଲା ବେଳେ ସ୍ବୀକାର କରୁଛୁ ଯେ, ଅସମ୍ଭାଳ ଚାପ ଯୋଗୁ ଜଣେ ଆତ୍ମାହୁତି ଦେଇଥାଏ। ଯଦି ନିଜକୁ ପୋଡ଼ି ଦେବାର ସାହସ ଓ ମନୋବଳ ରହୁଛି, ତେବେ ଜୀବନକୁ ସାମ୍ନା କରିବା ପାଇଁ ସେହିଭଳି ଶକ୍ତି ରଖିବାର ଥିଲା। ଏହା ମଧ୍ୟ ସ୍ବୀକାର କରୁଛୁ ଯେ ପଛବୁଦ୍ଧିରେ ଦେଉଥିବା ଉପଦେଶ କୌଣସି ଅର୍ଥ ରଖେ ନାହିଁ। କିନ୍ତୁ ଏ ଘଟଣା ପ୍ରମାଣ କରୁଛି ଯେ ଭାରତରେ ସରକାରୀ, ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ନାଗରିକଙ୍କୁ ସାହାଯ୍ୟ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?