ନାଗରିକ ଅସହାୟ

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌. ଦ୍ୱିତୀୟ ବର୍ଷର ଛାତ୍ରୀ ୧୨ ଜୁଲାଇରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛନ୍ତି। କଲେଜ ଶିକ୍ଷା ବିଭାଗର ମୁଖ୍ୟ ତାଙ୍କୁ ବାରମ୍ବାର ଯୌନ ତଥା ମାନସିକ ନିର୍ଯାତନା ଦେଇଆସୁଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କ କଥାରେ ରାଜି ନ ହେଲେ ଇଣ୍ଟରନାଲ୍‌ ଏକ୍‌ଜାମରେ ମାର୍କ କମାଇ ଦେଇ ପାସ୍‌ କରାଇଦେବେ ନାହିଁ ବୋଲି ଛାତ୍ରୀଙ୍କୁ ଅଧ୍ୟାପକ ଧମକ ଦେଉଥିଲେ। ଏସବୁ ବିଷୟରେ ଛାତ୍ରୀ କଲେଜ ଅଧ୍ୟକ୍ଷ ଏବଂ ପରେ ପୋଲିସ ଓ ସ୍ଥାନୀୟ ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଅବଗତ କରାଇଥିବା କଥା ପଦାକୁ ଆସୁଛି। ଏଥିସହିତ ୧ ଜୁଲାଇ ରାତି ୧୦ଟା ୨୯ରେ ଛାତ୍ରୀ ଜଣଙ୍କ ସ୍ଥାନୀୟ ବିଧାୟକ ମାନସ ଦତ୍ତ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱର ଜିଲାପାଳ ଏବଂ ଜାତୀୟ ମହିଳା କମିଶନଙ୍କୁ ସାମାଜିକ ଗଣମାଧ୍ୟମ ‘x’ ଜରିଆରେ ସବୁକିଛି ସ୍ପଷ୍ଟ ଭାବେ ଜଣାଇଥିଲେ। ହେଲେ କେହି ତାଙ୍କୁ ସହଯୋଗ କରି ନ ଥିଲେ। ବରଂ କଲେଜ ଅଧ୍ୟକ୍ଷ ଛାତ୍ରୀଙ୍କର ସବୁ ଭୁଲ୍‌ ବୋଲି ଦର୍ଶାଇବା ପରେ ଅନନ୍ୟୋପାୟ ହୋଇ ସେ ଆତ୍ମାହୁତି ଉଦ୍ୟମ କରିଥିଲେ ବୋଲି କୁହାଯାଉଛି। ଏହି ଲେଖା ପ୍ରସ୍ତୁତ ହେଲା ବେଳକୁ ସମ୍ପୃକ୍ତା ଛାତ୍ରୀ ଭୁବନେଶ୍ୱର ଏମ୍ସରେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବା ପରେ ସରକାର ସମ୍ପୃକ୍ତ ଅଧ୍ୟାପକଙ୍କୁ ନିଲମ୍ବନ କରି ଗିରଫ କରିଥିବା ବେଳେ ଅଧ୍ୟକ୍ଷଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠନ କରାଯାଇଥିବା ୩ ଜଣିଆ କମିଟି ସମ୍ପୃକ୍ତ କଲେଜ ଯାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ମନେହେଉଛି ଯେପରି ଏହାସବୁ ଖେଳ ସରିବା ପରେ ହ୍ବିସିଲ ମରାଯାଉଛି।
ଜଣେ ଛାତ୍ରୀ ଆତ୍ମାହୁତି ଦେବା ଯାଏ ଚିନ୍ତା କରିବା ସୂଚାଉଛି ଯେ, ସେ କେତେ ପରିମାଣରେ ମାନସିକ ନିର୍ଯାତନା ପାଇଥିବେ। ଛାତ୍ରୀ ଓ ମହିଳାମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବା ଲାଗି କଲେଜଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟସ୍ଥଳୀରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିମାନ ଗଢ଼ିବା ଲାଗି ସୁପ୍ରିମକୋର୍ଟ ଏବଂ ସରକାରଙ୍କ ନିର୍ଦ୍ଦେଶ ରହିଛି। ଆତ୍ମାହୁତି ଦେଇଥିବା ଛାତ୍ରୀ ତାଙ୍କ ପ୍ରତି ନିର୍ଯାତନା ହେଉଥିବା ବିଷୟରେ ଜଣାଇବା ପରେ ଯାଇ କଲେଜରେ ସମ୍ପୃକ୍ତ କମିଟି ଗଢ଼ାଯାଇଥିବା ଆଲୋଚନା ହେଉଛି। ତାହା ସତ୍ୟ ହୋଇଥିଲେ କଲେଜ ଅଧ୍ୟକ୍ଷ ନିଜ କର୍ତ୍ତବ୍ୟ ପ୍ରତି କେତେ ଦାୟିତ୍ୱବାନ ବୁଝିହେଉଛି। ଖବର ମିଳିଛି, କମିଟି ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ସେଥିରେ ଯୌନ ଶୋଷଣ ହୋଇଥିବା ବିଷୟ ଦର୍ଶାଯାଇ ନ ଥିଲା। ସମ୍ଭବତଃ ସେଥିରେ ଛାତ୍ରୀ ବ୍ୟତିବ୍ୟସ୍ତ ହୋଇପଡ଼ିଥିବେ।
ଏଠାରେ ଆଉ ଏକ ଦିଗକୁ ଦେଖାଯାଉ। ଶୁଣିବାକୁ ମିଳିଛି ଯେ, ସମ୍ପୃକ୍ତା ଛାତ୍ରୀ ନିଜେ ଆତ୍ମରକ୍ଷା ପ୍ରଶିକ୍ଷଣରେ ଜଣେ ତାଲିମପ୍ରାପ୍ତ ଟ୍ରେନର। ଏଥିସହିତ ଶାସକ ଦଳର ଛାତ୍ର ଶାଖା ଏବିଭିପିର ସେ ଜଣେ କର୍ମୀ। ରାଜନୈତିକ ଚିନ୍ତାଧାରା ପୋଷଣ କରୁଥିବା ଓ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଜଣେ ଛାତ୍ରୀ କାହିଁକି ଏତେ ଭାଙ୍ଗିପଡ଼ିଲେ ବୁଝିବା କଷ୍ଟକର। ଏହା କହିଲା ବେଳେ ସ୍ବୀକାର କରୁଛୁ ଯେ, ଅସମ୍ଭାଳ ଚାପ ଯୋଗୁ ଜଣେ ଆତ୍ମାହୁତି ଦେଇଥାଏ। ଯଦି ନିଜକୁ ପୋଡ଼ି ଦେବାର ସାହସ ଓ ମନୋବଳ ରହୁଛି, ତେବେ ଜୀବନକୁ ସାମ୍ନା କରିବା ପାଇଁ ସେହିଭଳି ଶକ୍ତି ରଖିବାର ଥିଲା। ଏହା ମଧ୍ୟ ସ୍ବୀକାର କରୁଛୁ ଯେ ପଛବୁଦ୍ଧିରେ ଦେଉଥିବା ଉପଦେଶ କୌଣସି ଅର୍ଥ ରଖେ ନାହିଁ। କିନ୍ତୁ ଏ ଘଟଣା ପ୍ରମାଣ କରୁଛି ଯେ ଭାରତରେ ସରକାରୀ, ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ନାଗରିକଙ୍କୁ ସାହାଯ୍ୟ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଇମ୍ରାନଙ୍କ ସହ ସ୍ତ୍ରୀଙ୍କୁ ୧୭ ବର୍ଷ ଜେଲ୍‌, ଏହି କାରଣ ପାଇଁ କୋର୍ଟ…

ଇସଲାମାବାଦ,୨୦ା୧୨: ତୋଶାଖାନା-୨ ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ୧୭ ବର୍ଷ ଜେଲ୍‌ଦଣ୍ଡ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri