ଏୟାରପୋର୍ଟରେ ଛକାପଞ୍ଝା

ଓ୍ବାଶିଂଟନ୍‌/କାବୁଲ, ୩୦ା୮: ଏପଟେ ତାଲିବାନ୍‌ର ତାଗିଦ୍‌ ସେପଟେ ଦାଉ ସାଧୁଛି ଆଇଏସ୍‌ ଖୋରାସାନ୍‌। ଅଗଷ୍ଟ ୩୧ ଡେଡ୍‌ଲାଇନ ପାଖେଇ ଆସୁଥିବାରୁ ଇଭାକ୍ୟୁଏଶନ ଜୋରଦାର କରିଛି ଆମେରିକା। କାରଣ ଏବେ ବି ଆଫଗାନିସ୍ତାନରେ ଫସି ରହିଛନ୍ତି ୩୦୦ରୁ ଊର୍ଦ୍ଧ୍ୱ ଆମେରିକୀୟ। ଗୁରୁବାର ଘଟିଥିବା କାବୁଲ ଏୟାରପୋର୍ଟ ବିସ୍ଫୋରଣର ମୃତ୍ୟୁସଂଖ୍ୟା ୨୦୦ ଛୁଇଁବାକୁ ଯାଉଥିବାବେଳେ ପୁଣି ଆକ୍ରମଣ ଲାଗି ସୁଯୋଗ ଖୋଜୁଛି ତାଲିବାନ୍‌ର ଚିରଶତ୍ରୁ ଆଇଏସ୍‌କେ। ଏହି ସଙ୍ଗଠନର କେତେଜଣ ସଶସ୍ତ୍ର ଆତଙ୍କବାଦୀ ରବିବାର ସୈନ୍ୟମାନଙ୍କୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇବାକୁ ଯାଉଥିବାବେଳେ ଆମେରିକା ଏୟାରଷ୍ଟ୍ରାଇକ୍‌ କରି ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଛି। କୌଣସି ମତେ ଦେଶ ଛାଡ଼ି ପଳାୟନ କରିବା ପାଇଁ କାବୁଲ ଏୟାରପୋର୍ଟରେ ଏବେ ବି ହଜାର ହଜାର ଆଫଗାନ୍‌ ହାତରେ ଯାତ୍ରା ଦସ୍ତାବିଜ ଧରି ଅପେକ୍ଷାରତ। ମନରେ ଗୋଟିଏ ଚିନ୍ତା ସୈନ୍ୟ ଅପସାରଣ ପରେ କ’ଣ କରିବେ। ଏ ସବୁ ଭିତରେ ସମଗ୍ର ଏୟାରପୋର୍ଟ ଅଞ୍ଚଳରେ ଲାଗି ରହିଛି ଛକାପଞ୍ଝା ସ୍ଥିତି।

କାବୁଲ ବିମାନବନ୍ଦର ବିସ୍ଫୋରଣରେ ୧୩ ଆମେରିକା ସୈନ୍ୟ ନିହତ ହେବା ପରେ ପ୍ରତିଶୋଧ ନେବାକୁ ଶପଥ ନେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌। ଆକ୍ରମଣ ଷଡ଼ଯନ୍ତ୍ରକାରୀଙ୍କୁ ଖୋଜିଖୋଜି ହତ୍ୟା କରିବାକୁ ବାଇଡେନ୍‌ କହିବା ସହ ବିସ୍ଫୋରଣର ୪୮ ଘଣ୍ଟା ଭିତରେ ଆମେରିକା ଆଇଏସ୍‌-କେ ଆତଙ୍କବାଦୀ ସଙ୍ଗଠନକୁ ଟାର୍ଗେଟ କରି ଶନିବାର ଏୟାରଷ୍ଟ୍ରାଇକ୍‌ କରିଥିଲା। ଆଗକୁ ମଧ୍ୟ ଆମେରିକା ଏଭଳି ପ୍ରତିଶୋଧ ନେବା ଜାରି ରଖିବ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକି ସୁଲିଭାନ୍‌ ରବିବାର ଚେତାବନୀ ଦେଇଛନ୍ତି।
କହିଛନ୍ତି, ରାଷ୍ଟ୍ରପତି ବାଇଡେନ୍‌ ଆଫଗାନିସ୍ତାନରେ ଏକ ନୂତନ ଯୁଦ୍ଧ ଆରମ୍ଭ କରିବାକୁ ଚାହୁଁନାହାଁନ୍ତି। କିନ୍ତୁ ଆମ ସୈନିକଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତି ବା ସଙ୍ଗଠନକୁ ଧ୍ୱଂସ କରିବାକୁ କମାଣ୍ଡରମାନଙ୍କ ସହ ଆଲୋଚନା କରାଯିବ। ଆଇଏସ୍‌-କେର ଚିହ୍ନବର୍ଣ୍ଣ ହଟାଇବାକୁ ସେମାନଙ୍କୁ ସମସ୍ତ ପ୍ରକାର ସାଧନ ଯୋଗାଯିବ। ଏଥିସହ ଆଇଏସ୍‌-କେ ଯେପରି କେବେ ଯୁଦ୍ଧଭୂମିରେ ଅବତରଣ କରି ନ ପାରେ ସେ ଦିଗରେ ଅଭିଯାନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଆମେରିକାର ଏଭଳି ଆଭିମୁଖ୍ୟକୁ ନେଇ ଆଇଏସ୍‌-କେ ଆହୁରି ଆକ୍ରମଣ ଯୋଜନା କରିପାରେ ବୋଲି ବାଇଡେନ୍‌ ଆଶଙ୍କା କରିଛନ୍ତି। ସେପଟେ ଅଗଷ୍ଟ ୩୧ ପରେ ଆମେରିକା ଆଫଗାନିସ୍ତାନରେ କୌଣସି ପ୍ରକାର ଆକ୍ରମଣ କିମ୍ବା ଷ୍ଟ୍ରାଇକ୍‌ କରିପାରିବନି ବୋଲି ତାଲିବାନ୍‌ କହିଛି। ଅନ୍ୟପକ୍ଷରେ କାବୁଲ ବିସ୍ଫୋରଣରେ ପ୍ରାଣ ହରାଇଥିବା ଆମେରିକା ସୈନ୍ୟଙ୍କ ମୃତଦେହକୁ ଆଫଗାନିସ୍ତାନରୁ ନିଆଯିବାକୁ ସ୍ଥିର ହୋଇଛି। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାରକୁ ବାଇଡେନ୍‌ ଓ ତାଙ୍କ ସ୍ତ୍ରୀ ଜିଲ୍‌ ଭେଟିବେ ବୋଲି ହ୍ବାଇଟହାଉସ୍‌ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି।
ସୈନ୍ୟ ଏକ ବଡ଼ ଧରଣର ଏୟାର ଲିଫ୍ଟିଂ ଶେଷ କରିବାକୁ ଯାଉଛନ୍ତି। ସେଠାରେ ପ୍ରାୟ ୩ ଶହ ଆମେରିକୀୟ ଫସିରହିଛନ୍ତି। ଡେଡ୍‌ଲାଇନ୍‌ ପୂର୍ବରୁ ସେମାନଙ୍କ ସମେତ ସମସ୍ତ ଆଫଗାନ୍‌ ସହଯୋଗୀଙ୍କୁ ଉଦ୍ଧାର କରିନିଆଯିବ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ଆମେରିକା ବିମାନବନ୍ଦର ଛାଡ଼ିବା ପରେ ତାଲିବାନ୍‌ ଏହାକୁ ନିଜ ନିୟନ୍ତ୍ରଣକୁ ନେବା ଅପେକ୍ଷାରେ ରହିଛି।

ଦେଶ ଛାଡ଼ିପାରନ୍ତି ୫ ଲକ୍ଷ ଆଫଗାନ୍‌

ଆଫଗାନିସ୍ତାନରେ ଭୟ ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି। ଦେଶବାସୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କିଛିଦିନ ମଧ୍ୟରେ ଅନେକ ଆଫଗାନ ଦେଶ ଛାଡ଼ିଲେଣି। ଆଗାମୀ ୪ ମାସ ମଧ୍ୟରେ ପ୍ରାୟ ୫ ଲକ୍ଷ ନାଗରିକ ଦେଶ ଛାଡ଼ିପାରନ୍ତି ବୋଲି ଜାତିସଂଘ ଶରଣାର୍ଥୀ ସଂସ୍ଥା ଆକଳନ କରିଛି। ରାଜନୈତିକ ଅନିଶ୍ଚିତତା ସୃଷ୍ଟି ଯୋଗୁ ବହୁସଂଖ୍ୟାରେ ଲୋକ ଦେଶ ଛାଡ଼ିବାକୁ ବାଧ୍ୟ ହେଉଥବା ୟୁଏନ୍‌ଏଚ୍‌ସିଆର୍‌ କହିଛି। ଆଫଗାନ ଶରଣାର୍ଥୀମାନଙ୍କ ପାଇଁ ସୀମା ଖୋଲା ରଖିବାକୁ ଉକ୍ତ ସଂସ୍ଥା ପଡୋଶୀ ଦେଶଗୁଡ଼ିକୁ କହିଛି। ଅସୁବିଧାରେ ଥିବା ଆଫଗାନ୍‌ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ଜାତିସଂଘକୁ ୧୨ ନିୟୁତ ଡଲାର ମାଗିଛି।

ସବୁ ବ୍ରିଟିଶ ସୈନ୍ୟ ପ୍ରତ୍ୟାହୃତ

ଲଣ୍ଡନ, ୨୯।୮(ପି.ଟି.): କାବୁଲରୁ ବ୍ରିଟିଶ ସେନା ପ୍ରତ୍ୟାହାର ରବିବାର ସମ୍ପୂର୍ଣ୍ଣ ହୋଇଛି। ତାଲିବାନ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନରେ ବ୍ରିଟେନର ୨୦ ବର୍ଷର ସେନା ଅଭିଯାନର ପୂର୍ଣ୍ଣଚ୍ଛେଦ ପଡ଼ିଛି। ବ୍ରିଟେନ୍‌ ନିଜର ୧୫ ହଜାର ନାଗରିକଙ୍କୁ ଫେରାଇନେବା ପରେ ରୟାଲ ଏୟାରଫୋର୍ସ ବିମାନ ଶନିବାର ରାତିରେ କାବୁଲ ବିମାନବନ୍ଦର ଛାଡ଼ି ଅକ୍ସଫୋର୍ଡଶାୟାରର ଆର୍‌ଏଏଫ୍‌ ବ୍ରିଜ ନର୍ଟନରେ ପହଞ୍ଚତ୍ଛି। ସେନା ପ୍ରତ୍ୟାହାର ପ୍ରକ୍ରିୟାରେ ସହାୟତା କରୁଥିବା ଆଫଗାନିସ୍ତାନରେ ବ୍ରିଟେନ ରାଷ୍ଟ୍ରଦୂତ ସାର୍‌ ଲାଉରି ବ୍ରିଷ୍ଟୋଙ୍କ ସମେତ ସମସ୍ତ ଅଧିକାରୀ ଓ ସୈନ୍ୟ ଫେରିଯାଇଛନ୍ତି। ଅପରେଶନ ପିଟିଙ୍ଗ୍‌ (ଆଫଗାନିସ୍ତାନରୁ ବ୍ରିଟିଶଙ୍କୁ ଫେରାଇନେବା ଅଭିଯାନ) ଶେଷ ହେଲା ବୋଲି ରବିବାର ସକାଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କହିବା ସହ ଏହାର ଏକ ଭିଡିଓ ଟୁଇଟରରେ ପୋଷ୍ଟ କରିଛନ୍ତି।

ପଞ୍ଜଶିରରେ ଇଣ୍ଟରନେଟ ବନ୍ଦ

ପଞ୍ଜଶିରରେ ପ୍ରତିରୋଧୀ ବଳର ଶକ୍ତି କମାଇବାକୁ ଏବଂ ଆଫଗାନିସ୍ତାନର ଗାଦିଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଟୁଇଟ୍‌ ଉପରେ ରୋକ ଲଗାଇବାକୁ ତାଲିବାନ ପଞ୍ଜଶିର ଉପତ୍ୟକାରେ ଇଣ୍ଟରନେଟ ସେବା ବନ୍ଦ କରାଇଛି। ଆଜି ପର୍ଯ୍ୟନ୍ତ ତାଲିବାନ୍‌ ଦଖଲ କରିପାରି ନ ଥିବା ଆଫଗାନିସ୍ତାନର ଏହି ଉପତ୍ୟକାରେ ପ୍ରତିରୋଧୀ ଦଳ ଏକାଠି ହୋଇଛନ୍ତି। ତାଲିବାନ୍‌ ବିରୋଧରେ ଲଢ଼େଇ ପାଇଁ ସାଲେହଙ୍କ ସମେତ ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହ ମାସୁଦ୍‌ଙ୍କ ପୁଅ ଅହମ୍ମଦ ମାସୁଦ ବଳ ଗୋଟାଇବାରେ ଲାଗିଛନ୍ତି।

ଟଙ୍କା ଉଠାଣ ଉପରେ ତାଲିବାନ୍‌ର କଟକଣା

ଆଫଗାନିସ୍ତାନରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି ତାଲିବାନ୍‌। ଲୋକେ ସପ୍ତାହକୁ ଅତିବେଶିରେ ୨ ଶହ ଡଲାର (ପ୍ରାୟ ୧୪ ହଜାର ୭ଶହ ଟଙ୍କା) ଉଠାଇପାରିବେ ବୋଲି କୁହାଯାଇଛି। ବ୍ୟକ୍ତିଗତ ଟଙ୍କା ଉଠାଣ ସପ୍ତାହକୁ ୨ ଶହ ଡଲାରରେ ସୀମିତ ରଖିବାକୁ ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ଦେ ଆଫଗାନିସ୍ତାନ ବ୍ୟାଙ୍କ(ଡିଏବି) ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି। ଦେଶରେ ଆର୍ଥିକ ସମସ୍ୟା ଦେଖାଯାଇଥିବାରୁ ଅସ୍ଥାୟୀ ଭାବେ ଏପରି କଟକଣା ଲାଗୁ କରାଯାଇଛି ବୋଲି ଡିଏବି ପକ୍ଷରୁ କୁହାଯାଇଛି। କାବୁଲରେ ତାଲିବାନ୍‌ ପ୍ରବେଶ ପରେ ସେଠାରେ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ନ ଥିବାରୁ ଲୋକଙ୍କ ସମସ୍ୟା ଆହୁରି ବଢ଼ିଛି।

ଗାୟକଙ୍କୁ ହତ୍ୟା କଲା ତାଲିବାନ୍‌

ଆଫଗାନିସ୍ତାନର ଅନ୍ଦ୍‌ରାବି ଉପତ୍ୟକାରେ ଗାୟକ ଫଓ୍ବାଦ୍‌ ଅନ୍ଦ୍‌ରାବିଙ୍କୁ ତାଲିବାନ୍‌ ହତ୍ୟା କରିଛି। ଲୋକଙ୍କ ମନୋରଞ୍ଜନ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଫଓ୍ବାଦ୍‌ଙ୍କ ପୁଅ କହିଛନ୍ତି। ସାଂସ୍କୃତିକ ଅଧିକାର ଉପରେ ଜାତିସଂଘର ସ୍ବତନ୍ତ୍ର ଦୂତ ଅନ୍ଦ୍‌ରାବିିଙ୍କ ହତ୍ୟା ନେଇ ଏକ ଟୁଇଟ୍‌ କରିଛନ୍ତି। କଳାକାରଙ୍କ ସମ୍ମାନ ଓ ମାନବାଧିକାର ରକ୍ଷା ନିମନ୍ତେ ତାଲିବାନ୍‌ କାମ କରିବାକୁ ରାଷ୍ଟ୍ରଗୁଡ଼ିକ ଦାବି କରନ୍ତୁ ବୋଲି ସେ କହିଛନ୍ତି। ସେହିପରି କାନ୍ଦାହାରରେ ସଙ୍ଗୀତ, ରେଡିଓ ଚ୍ୟାନେଲ ଉପରେ ମଧ୍ୟ ତାଲିବାନ୍‌ କଟକଣା ଲଗାଇଛି। ଟିଭି ଚ୍ୟାନେଲଗୁଡ଼ିକରେ କୌଣସି ମହିଳା ଭଏସ୍‌ ଦେଇପାରିବେନି ବୋଲି ତାଲିବାନ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri