ଆଜି କ୍ରୋମାଇଟ୍‌ ନିଲାମ

ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ ପାଇଁ ରଖାଯାଇଥିବା ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ୍‌ କ୍ରୋମାଇଟ ବିକ୍ରୀ ହୋଇ ନ ପାରି ପଡି ରହିଛି। ତା.୧୦ା୨ା୨୦୨୧ରେ ହୋଇଥିବା ନିଲାମରେ ୧୧.୪ ପ୍ରତିଶତ, ତା.୧୫ା୩ା୨୦୨୧ରେ ୭.୧ ପ୍ରତିଶତ, ତା୨୩ା୪ା୨୦୨୧ରେ ୪୨.୨ ପ୍ରତିଶତ, ତା.୧୭ା୫ା୨୦୨୧ରେ ଆଦୌ ବିକ୍ରୀ ହୋଇନାହିଁ, ତା.୨୬ା୫ା୨୦୨୧ରେ ୭.୪ ପ୍ରତିଶତ ଏବଂ ତା.୪ା୬ା୨୦୨୧ରେ ୧୫.୨ ପ୍ରତିଶତ କ୍ରୋମାଇଟ ବିକ୍ରୀ ହୋଇଛି। ଓଏମ୍‌ସିର ବେପରୁଆ ଓ ଭୂଲ ମୂଲ୍ୟ ନିର୍ଦ୍ଧାରଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଫେରୋ ଆଲୟଜ ସଂସ୍ଥାଗୁଡ଼ିକ ଫେରୋକ୍ରୋମ ଉପତ୍ାଦନ କରିବାଠାରୁ ମୁହଁ ଫେରାଇ ମାଙ୍ଗାନିଜ ଆଲୟଜ ଉପତ୍ାଦନ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ଶୁକ୍ରବାର (୨୫ତାରିଖ) ଓଏମ୍‌ସିର କ୍ରୋମାଇଟ ନିଲାମ ପ୍ରକ୍ରିୟାରେ ପ୍ରାରମ୍ଭିକ ମୂଲ୍ୟ ଉପରେ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକର ନଜର ରହିବ ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗରସ୍ଥିତ ଜିନ୍ଦଲ, ଭିସା, ରୋହିତ ଫେରୋଟେକ୍‌ ଓ ଶ୍ୟାମ୍‌ ମେଟାଲିକ୍‌ କାରଖାନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଓଏମ୍‌ସି କ୍ରୋମାଇଟର ପ୍ରାରମ୍ଭିକ ମୂଲ୍ୟ ଉପରେ ଅନାବଶ୍ୟକ ଭାବେ ରୟାଲ୍‌ଟି ଯୋଡି ଦର ବୃଦ୍ଧି କରିବାରେ ଲାଗିଛି। ନିଲାମର ସ୍ଥିରୀକୃତ ଦରରେ କ୍ରୋମାଇଟ୍‌ କିଣି କାରଖାନା ଚଳାଇବା ସମ୍ଭବ ହୋଇ ପାରୁନାହିଁ। ତେଣୁ ଶିଳ୍ପ ସଂସ୍ଥାଗୁଡ଼ିକ କ୍ରୋମାଇଟ କ୍ରୟ ନ କରି ହାତବାନ୍ଧି ବସିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଓଏମ୍‌ସି ନିଲାମ କ୍ରୋମାଇଟ ନେବାକୁ ଏବେ କ୍ରେତା ଅମଙ୍ଗ ହେଉଛନ୍ତି। ବାରମ୍ବାର ବିଫଳ ନିଲାମ ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ ଶିଳ୍ପସଂସ୍ଥାଗୁଡିକ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ା ଓଏମ୍‌ସିର ମୂଲ୍ୟ ନିର୍ଦ୍ଧାରଣ ସୂତ୍ରକୁ ପରିବର୍ତ୍ତନ କରିବା ପାଇଁ ସେମାନେ ଚାପ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷେ ଓଏମ୍‌ସି କ୍ରୋମାଇଟ୍‌ ଯୋଗାଇ ଦେବା ପାଇଁ ଶିଳ୍ପସଂସ୍ଥା ସହ ଦୀର୍ଘମିଆଦି ଚୁକ୍ତିର ଖୋଲା ଉଲ୍ଲଂଘନ କରୁଛି। ଶିଳ୍ପସଂସ୍ଥା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏ ନେଇ ଓଏମ୍‌ସିର ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଏହି ଶିଳ୍ପସଂସ୍ଥାଗୁଡିକ ପ୍ରସ୍ତାବ ଦେଇଛନ୍ତି ଯେ, ଯଦି ନିଲାମ ପାଇଁ ରଖାଯାଇଥିବା ସମସ୍ତ ପରିମାଣ କ୍ରୋମାଇଟ ବିକ୍ରୀ ହୋଇପାରୁନାହିଁ ତେବେ ଦର ହ୍ରାସ କରାଯାଉ। ଯାହାଦ୍ୱାରା ନିଲାମ ସଫଳ ହୋଇ ପାରିବ ଓ କ୍ରୋମାଇଟର ଟନ୍‌ ପିଛା ହାରାହାରି ମୂଲ୍ୟ ଉପତ୍ାଦନ ସାପେକ୍ଷ ହୋଇ ପାରିବ। ଓଏମ୍‌ସି ଶିଳ୍ପସଂସ୍ଥାଗୁଡିକର ପ୍ରସ୍ତାବକୁ କର୍ଣ୍ଣପାତ ନ କରି ମୂଲ୍ୟବୃଦ୍ଧି କରି ଚାଲିଥିବାରୁ କାରଖାନା ବନ୍ଦ ହେବା ସହ ରାଜ୍ୟ ରାଜକୋଷକୁ ବିପୁଳ କ୍ଷତି ସହିବାକୁ ପଡୁଛି ବୋଲି ଶିଳ୍ପସଂସ୍ଥାର ବରିଷ୍ଠ ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri