Categories: ଖେଳ

ସ୍ବଦେଶ ଫେରିଲେ କ୍ରିସ୍‌ ଓକ୍ସ

ଅହମଦାବାଦ, ୨୮ା୨(ପି.ଟି.)- ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)ର ରୋଟେଶନ ନିୟମ ଅନୁସାରେ ଅଲରାଉଣ୍ଡର କ୍ରିସ୍‌ ଓକ୍ସ ଭାରତରୁ ସ୍ବଦେଶ ଫେରିଛନ୍ତି। ୩୧ ବର୍ଷୀୟ ଏହି ଖେଳାଳି ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଭାରତ ଟୁର୍‌ ପାଇଁ ଇଂଲଣ୍ଡ ଦଳରେ ସାମିଲ ହୋଇଥିଲେ। କିନ୍ତୁ ତାଙ୍କୁ ଗୋଟିଏ ହେଲେ ମ୍ୟାଚରେ ଖେଳିବାର ସୁଯୋଗ ମିଳି ନ ଥିଲା। ସେ ଶେଷଥର ଗତବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଏକଦିନିକିଆ ମ୍ୟାଚରେ ଖେଳିଥିଲେ। ପୂର୍ବ ଯୋଜନା ଅନୁସାରେ ଓକ୍ସ ସ୍ବଦେଶ ଫେରିଥିବା ଇସିବି ତରଫରୁ ସ୍ପଷ୍ଟ କରାଯାଇଛି। ଇଂଲଣ୍ଡର ରୋଟେଶନ ନୀତିକୁ କେଭିନ ପିଟରସନ ଓ ଇଆନ ବେଲ୍‌ଙ୍କ ସମେତ ବହୁ ପୂର୍ବତନ ଖେଳାଳି ସମାଲୋଚନା କରୁଛନ୍ତି। ଭାରତ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟ ପରେ ଉଇକେଟକିପର ଜୋସ୍‌ ବଟଲର ଓ ଅଲରାଉଣ୍ଡର ମୋଇନ୍‌ ଅଲୀ ସ୍ବଦେଶ ଫେରିଛନ୍ତି। ପ୍ରଥମ ଦୁଇ ମ୍ୟାଚ ଖେଳି ନ ଥିବା ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋ ଏବଂ ପେସ୍‌ ବୋଲର ମାର୍କ ଉଡ୍‌ ସିରିଜର ଅବଶିଷ୍ଟ ମ୍ୟାଚ ପାଇଁ ଦଳରେ ଯୋଗ ଦେଇଛନ୍ତି।

Share