ଅନିଶ୍ଚିତତାରେ ଚଉଷଠି ଯୋଗିନୀ ମହୋତ୍ସବ

ବାଳକାଟୀ,୨୧।୧୨(ଡି.ଏନ୍‌.ଏ): ରାଜ୍ୟରେ କରୋନା କଟକଣା କୋହଳ ହେବା ସହ ସଭା, ସମିତି, ଉତ୍ସବ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ କରିବାକୁ ସରକାର କହିଛନ୍ତି। ତେବେ ରାଜଧାନୀ ଉପକଣ୍ଠ ବାଳକାଟୀର ପ୍ରସିଦ୍ଧ ଚଉଷଠି ଯୋଗିନୀ ମହୋତ୍ସବ ପାଇଁ ଅଳ୍ପଦିନ ବାକି ଥିବାବେଳେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଅନୁମତି ମିଳି ନାହିଁ। ସରକାରୀ ସ୍ତରରେ ଏପରି ଅବହେଳାକୁ ନେଇ ଯୋଗିନୀ ମହୋତ୍ସବର ଆୟୋଜକ ନୃତ୍ୟ ପ୍ରତିଭା ଅନୁଷ୍ଠାନ ଦ୍ୱନ୍ଦ୍ୱରେ ରହିଛି। ଏ ନେଇ ଅନୁଷ୍ଠାନ ପକ୍ଷରୁ ରବିବାର ସ୍ଥାନୀୟ ଯୋଗିନୀ ପୀଠ ସାଂସ୍କୃତିକ ମଣ୍ଡପରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନୃତ୍ୟ ପ୍ରତିଭାର ସମ୍ପାଦିକା ପ୍ରତିଭା ପଣ୍ଡା ସମ୍ମିଳନୀରେ ସଭାପତିତ୍ୱ କରି ସରକାରଙ୍କ ମହୋତ୍ସବକୁ ଅନୁମତି ପ୍ରଦାନରେ ଟାଳଟୁଳ ନୀତି କରୁଥିବାର ସମାଲୋଚନା କରିଥିଲେ। ଅନ୍ୟପଟେ ସରକାରଙ୍କ ଅନ୍ୟ ମହୋତ୍ସବ ସବୁ ଗାଇଡ୍‌ଲାଇନ ଅନୁଯାୟୀ ହେଉଥିବା ବେଳେ ଏଠି ମଧ୍ୟ ନିୟମରେ ହେବ ବୋଲି ସମ୍ପାଦିକା କହିଛନ୍ତି। ଏହାସହ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ମହୋତ୍ସବ ନ କରାଇବାକୁ ଚକ୍ରାନ୍ତ ଚଳାଇଥିବା ସେ ଅଭିଯୋଗ କରିଛନ୍ତିି। ସୂଚନା ଥାଉ କି, ମହୋତ୍ସବରେ ନୃତ୍ୟ ପ୍ରତିଭାର କେତେଜଣ କର୍ମୀ ଓ ଟ୍ରଷ୍ଟ କର୍ମକର୍ତ୍ତାଙ୍କୁ ନେଇ ଆୟୋଜନ ଚାଲିଥିବାବେଳେ ସ୍ଥାନୀୟ ପ୍ରତିଭା ଓ ଜନପ୍ରତିନିଧିଙ୍କ ଅଣଦେଖା କରାଯାଉଥିବା ନେଇ ଅସନ୍ତୋଷର କାରଣ ସାଜିଥିଲା। ମହୋତ୍ସବ ନେଇ ନିକଟରେ ଏକ ଖବରଦାତା ସମ୍ମିଳନୀ ହୋଇଥିବାବେଳେ ମହୋତ୍ସବର ଆୟବ୍ୟୟର ହିସାବ ସାଧାରଣରେ ପ୍ରକାଶ ନ କରିବା ନେଇ ପ୍ରଶ୍ନ ଉଠାଇଥିଲେ। ଏ ସମ୍ପର୍କରେ ନୃତ୍ୟ ପ୍ରତିଭା ସମ୍ପାଦିକା ପ୍ରତିଭା ପଣ୍ଡା କହିଛନ୍ତି, ଆମେ ସବୁବେଳେ ଗ୍ରାମବାସୀ ଓ ଟ୍ରଷ୍ଟଙ୍କ ସହଯୋଗରେ କାମ କରି ଆସୁଛୁ। କେତେଜଣ ଜାଣିଶୁଣି ମହୋତ୍ସବ ନ କରିବା ଲାଗି ଚକ୍ରାନ୍ତ ଚଳାଇଥିବାବେଳେ ସରକାର ମଧ୍ୟ ଟାଳଟୁଳ ନୀତି କରୁଥିବାରୁ ମହୋତ୍ସବ ହେବାକୁ ନେଇ ଅନିଶ୍ଚିତତାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri