ଚଉମୁହାଣିର ଲକ୍‌: ଦିନଯାଇଛି, ଚିହ୍ନ ରହିଛି

ପାରାଦୀପ,୧୮ା୧୨(ଶରତ ରାଉତ): ଜଗତ୍‌ସିଂହପୁର ଜିଲାର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଲକ୍‌ ଏବେ ନିଶ୍ଚିହ୍ନ ଅବସ୍ଥାରେ ପଡ଼ିଛି। ନୂଆଗଡ଼ ପଞ୍ଚାୟତ ଚଉମୁହାଣୀଠାରେ ଉକ୍ତ ଲକ୍‌ର କେବଳ ୨ଟି ହ୍ୟାଣ୍ଡେଲ ଚକ, ଭଙ୍ଗା କାଠ କବାଟ ଓ ହାୱଡ଼ା ପୋଲ ଭଳି ଏକ କ୍ଷୁଦ୍ର ପୋଲ ରହିଛି। ଇଂରେଜ ଶାସନ ସମୟରେ ତିଆରି ହୋଇଥିବା ଉକ୍ତ ଲକ୍‌ ଏବେ ପାଣି ରୋକିବାରେ ସହାୟ ହେଉଛି। କିନ୍ତୁ ତା’ର ପୁନରୁଦ୍ଧାର ହେଉନାହିଁ।
୧୮୬୬ରେ ଇଂରେଜମାନେ ବେପାର ବଣିଜ କରିବା ପାଇଁ ମହାନଦୀର ଚଉମୁହାଣୀକୁ ଚୟନ କରିଥିଲେ। ୪ଟି ନଦୀର ମିଳନ ସ୍ଥଳ ହୋଇଥିବାରୁ ତାଙ୍କୁ ଚଉମୁହାଣୀ କୁହାଯାଉଛି। ସେହି ନଦୀଗୁଡିକ ହେଲା, ହଳଦିପାଣୀ, ଲୁଣା, ଚିତ୍ରୋତ୍ପଳା ଓ ମହାନଦୀ। ସମୁଦ୍ର ମୁହାଣଠାରୁ ଏହା ମାତ୍ର ୪ କିମି। ସେହିଠାରେ ଇଂରେଜମାନେ ବଡ଼ ବୋଇତ ରଖିଥାନ୍ତି। ସେଇଠୁ ଛୋଟ ଡଙ୍ଗାରେ ସାମଗ୍ରୀ ଧରି ତାଳଦଣ୍ଡା କେନାଲ ବାଟେ କଟକ ଛତ୍ର ବଜାର ଯାତାୟାତ କରନ୍ତି। ତାଳଦଣ୍ଡା କେନାଲ ସେଥିପାଇଁ କରାଯାଇଥିଲା। ମହାନଦୀର ଯୋବ୍ରାଠାରୁ ମଧୁର ପାଣି କେନାଲରେ ଛଡା ଯାଇଥାଏ। ସେହି କେନାଲ ପାଣିକୁ ସେତେବେଳେ ଜଗତ୍‌ସିଂହପୁର ଜିଲାର ଚାଷୀମାନେ ବ୍ୟବହାର କରି ଚାଷ କରୁଥିଲେ। ଏହି କେନାଲର ୨ଟି ଶାଖା କେନାଲ ରହିଛି। ତାହା ହେଲା ମାଛଗାଁ କେନାଲ ଓ ତାଳଦଣ୍ଡା। ଉକ୍ତ ମଧୁର ପାଣି ସମୁଦ୍ର ଭିତରକୁ ବୋହି ଯାଏ। ସେହି ପାଣିକୁ ରୋକିବା ଲାଗି ଚଉମୁହାଣୀଠାରେ ଉକ୍ତ ଲକ୍‌ କରାଯାଇଥିଲା। କାଠ କବାଟ ବନ୍ଦ-ଖୋଲିବା ପାଇଁ ଉପରେ ଏକ ଚକ୍ର ଭଳି ହ୍ୟାଣ୍ଡେଲ କରାଯାଇଥିଲା। କେନାଲରେ ଅଧିକ ପାଣି ହେଲେ କବାଟ ଖୋଲି ଛଡ଼ାଯାଏ। ଦରକାର ହେଲେ ବନ୍ଦ କରାଯାଏ। କଟକଠାରୁ ଚଉମୁହାଣୀ ପର୍ଯ୍ୟନ୍ତ ୧୭ ଲକ୍‌ କରାଯାଇଥିଲା। ସେହି ନମ୍ବର ଓ ନାମ ଅନୁସାରେ ରାଜସ୍ବ ରେକର୍ଡ ଥିବା ଜଣାଯାଏ। ଯେମିତି କୁଜଙ୍ଗ ପାଖ ମଙ୍ଗରାଜପୁର ଗ୍ରାମ ସୀମାକୁ ୧୫ ନମ୍ବର ଲକ୍‌ କୁହାଯାଉଛି। ସେହି ଲକ୍‌ ନାମାନୁସାରେ ଲକ୍‌ ଥାନା ହୋଇଛି। ଯେଉଁଠି ଡାକବଙ୍ଗଳା ଥିଲା ଏବେ ସେଠାରେ ଜଳସମ୍ପଦ ବିଭାଗର ଏକ କାର୍ଯ୍ୟାଳୟ ଓ ଅତିଥି ଭବନ ଅଛି। ତାଳଦଣ୍ଡା କେନାଲରେ ଏବେବି ପାଣି ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ପାରାଦୀପର ୧୫ଟି ବୃହତ ଶିଳ୍ପ ଓ ପାରାଦୀପ ବନ୍ଦର ଉକ୍ତ କେନାଲ ଉପରେ ନିର୍ଭରଶୀଳ। ୧୯୬୨ ଜାନୁୟାରୀ ୩ରେ ପାରାଦୀପ ବନ୍ଦର ଭିତ୍ତିପ୍ରସ୍ତର ହୋଇଥିଲା। ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେହି ଡାକ ବଙ୍ଗଳାରେ ରହିଥିଲେ। ସେତେବେଳେ ଉକ୍ତ ବନ୍ଦର ରାଜ୍ୟ ସରକାର ଆରମ୍ଭ କରିଥିଲେ। ସେହି ଚଉମୁହାଣୀଠାରେ ପାରାଦୀପ ବନ୍ଦର ପ୍ରକଳ୍ପର ଅଫିସ ହୋଇଥିଲା। ଯାହା ଏବେ ଭଗ୍ନ ଅବସ୍ଥାରେ ଅଛି। ଏଭଳି ଐତିହାସିକ ସ୍ଥାନକୁ ସଂରକ୍ଷିତ କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri