ଚେହେରା ଅନୁସାରେ ଏଭଳି ବାଛନ୍ତୁ ଇୟର୍‌ ରିଂ

ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେବାରେ ଇୟର୍‌ ରିଂର ମଧ୍ୟ ବିଶେଷ ଭୂମିକା ରହିଥାଏ। ତେବେ ସବୁ ମହିଳାଙ୍କୁ ଯେ ସବୁ ପ୍ରକାରର ଇୟର୍‌ ରିଂ ମାନିବ ତାହା ବି ଭାବିବା ଠିକ୍‌ ନୁହେଁ। କାରଣ ପ୍ରତ୍ୟେକ ମହିଳାଙ୍କର ମୁହଁର ଗଢ଼ଣ ଭିନ୍ନ ଭିନ୍ନ ହୋଇଥାଏ। ତେବେ କେଉଁ ଗଢ଼ଣର ଚେହେରାକୁ କେଉଁ ଇୟର୍‌ ରିଂ ପିନ୍ଧିଲେ ଭଲ ମାନିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ରାଉଣ୍ଡ ବା ଗୋଲ ଚେହେରା: ଯେଉଁ ମହିଳାମାନଙ୍କର ମୁହଁ ଗୋଲ୍‌ ବା ରାଉଣ୍ଡ ଶେପ୍‌ର ହୋଇଥାଏ, ସେମାନଙ୍କୁ ଲମ୍ବା ଡିଜାଇନ୍‌ ବାଲା ଇୟର ରିଂ ବେଶ୍‌ ଭଲ ମାନିଥାଏ। ବିଶେଷକରି ହ୍ୟାଙ୍ଗିଂ ଇୟର୍‌ ରିଂ ତଥା ମୋତି, କ୍ରିଷ୍ଟାଲ୍‌ ଅବା ଜେମ୍ସ ଷ୍ଟୋନ୍‌ର କାମ ହୋଇଥିବା ଡାଙ୍ଗଲର୍‌ ଇୟର ରିଂ ବି ଗୋଲ ଚେହେରାକୁ ସୁନ୍ଦର ଦେଖାଯାଇଥାଏ। କିନ୍ତୁ ରାଉଣ୍ଡ ଶେପ୍‌ର ଇୟର ରିଂ ଏହି ଚେହେରା ପାଇଁ ଆଦୌ ପରଫେକ୍ଟ ନୁହେଁ, କାରଣ ଏହା ଚେହେରାକୁ ଆହୁରି ଗୋଲାକାର ଲୁକ୍‌ ଦେଇଥାଏ।

ସ୍କୋୟାର୍‌ ବା ବର୍ଗାକାର ଚେହେରା: ବର୍ଗାକାର ଆକୃତି ଚେହେରା ଯେଉଁମାନଙ୍କର ସେମାନଙ୍କର ଥୋମଣି ପାଖ ଅଂଶ ସାମାନ୍ୟ ଚଉଡ଼ା ଦେଖାଯାଇଥାଏ। ତେଣୁ ଏପରି ଚେହେରା ଥିବା ମହିଳାମାନଙ୍କୁ ଟିୟର୍‌ ଡ୍ରପ୍‌ ତଥା ମିଡିୟମ୍‌ ସାଇଜ୍‌ର ଜେମ୍ସ ଷ୍ଟୋନ ଦ୍ୱାରା ସଜ୍ଜିତ ରୁପା ଅଥବା ସୁନାର ଇୟର ରିଂ ବି ବେଶ୍‌ ଭଲ ମାନିଥାଏ। ଏପରିକି ସେମାନେ ଚାହିଁଲେ ଡାଙ୍ଗଲର୍‌ ଇୟର୍‌ ରିଂ ବି ଟ୍ରାଏ କରିପାରିବେ। ହେଲେ ଏହାକୁ କିଣିବା ପୂର୍ବରୁ ଇୟର୍‌ ରିଂର ଶେପ୍‌ ଉପରେ ବିଶେଷ ଧ୍ୟାନ ଦେବେ। ମୁଖ୍ୟତଃ ଫ୍ଲାଓ୍ବାର୍‌, ସରକ୍ୟୁଲାର୍‌ ଏବଂ ହାର୍ଟ ଶେପ୍‌ର ଇୟର୍‌ ରିଂ ବର୍ଗାକାର ଚେହେରାକୁ ସୁନ୍ଦର ଦେଖାଯାଇଥାଏ। ଅନ୍ୟପକ୍ଷେ ଗୋଲ ତଥା ଚୋକର ଆକୃତିର ବଡ଼ ଇୟର ରିଂ ବର୍ଗାକାର ଚେହେରାକୁ ଆହୁରି ଚଉଡ଼ା ଲୁକ୍‌ ଦେଇଥାଏ। ତେଣୁ ଏହାକୁ ଟ୍ରାଏ ନ କରିବା ଭଲ।

ଓଭାଲ୍‌ ବା ଅଣ୍ଡାକୃତି ଚେହେରା: ଏହି ଚେହେରା ଥିବା ମହିଳାମାନଙ୍କୁ ସବୁ ପ୍ରକାରର ଇୟର୍‌ ରିଂ ବେଶ୍‌ ଭଲ ମାନିଥାଏ। ଅନ୍ୟ ଫେସ୍‌କଟ୍‌ର ମହିଳାମାନଙ୍କୁ ଯେଉଁଠି ସେମାନଙ୍କ ଫେସ୍‌ ଆକାରର ଇୟର୍‌ ରିଂ ପିନ୍ଧିବାକୁ ମନା କରାଯାଇଥାଏ, ସେଠି ଅଣ୍ଡାକୃତି ଚେହେରା ଥିବା ମହିଳାଙ୍କୁ କିନ୍ତୁ ଓଭାଲ୍‌ ଶେପ୍‌ର ଇୟର୍‌ ରିଂ ପିନ୍ଧିବାକୁ କୁହାଯାଇଥାଏ। କାରଣ ଏହି ଶେପ୍‌ର ଇୟର୍‌ ରିଂ ମହିଳାଙ୍କୁ ଏଲିଗାଣ୍ଟ ଲୁକ୍‌ ଦେଇଥାଏ। ଟିୟର୍‌ ଡ୍ରପ୍‌ ଇୟର୍‌ ରିଂ ବି ଅଣ୍ଡାକୃତି ଚେହେରା ଥିବା ମହିଳାଙ୍କ ପାଇଁ ଅନ୍ୟ ଏକ ଭଲ ବିକଳ୍ପ ହୋଇଥାଏ।

ଡାଇମଣ୍ଡ ଓ ହାର୍ଟ ଶେପ୍‌ର ଚେହେରା: ଏହି ଧରଣର ଫେସ୍‌କଟ୍‌ ଥିବା ମହିଳାମାନଙ୍କର ଥୋମଣି ଅଂଶଟି ପତଳା ଓ ଗାଲ ଶାର୍ପ ଦେଖାଯାଇଥାଏ। ତେଣୁ ଏଭଳି ଚେହେରା ଥିବା ମହିଳାମାନେ ତଳ ଆଡକୁ ଚଉଡ଼ା ଡିଜାଇନ୍‌ ହୋଇଥିବା ଇୟର୍‌ ରିଂକୁ ଚୁଜ୍‌ କରିବା ଦରକାର। ଖାସ୍‌କରି ଡାଙ୍ଗଲର୍‌, ଟିୟର୍‌ ଡ୍ରପ୍‌ ଅଥବା ଝୁମ୍‌କା ଡିଜାଇନ୍‌ର ଇୟର୍‌ ରିଂ ଏଥିପାଇଁ ବେଷ୍ଟ ଅପ୍ସନ ହୋଇଥାଏ। କାରଣ ଏଗୁଡ଼ିକ ଫେସ୍‌କୁ ବାଲାନ୍ସ ଲୁକ୍‌ ଦେଇଥାଏ। ଅନ୍ୟପକ୍ଷେ ରାଉଣ୍ଡ ଡିଜାଇନ୍‌ ଅଥବା ଚୋକର୍‌ କିମ୍ବା ଷ୍ଟଡ୍‌ ଷ୍ଟାଇଲ୍‌ର ଇୟର୍‌ ରିଂ ହାର୍ଟ ଶେପ୍‌ର ଚେହେରାକୁ ସେତେ ଭଲ ମାନି ନଥାଏ।

ଟ୍ରାଏଙ୍ଗେଲ୍‌ ବା ତ୍ରିକୋଣ ଆକୃତିର ଚେହେରା: ଏଭଳି ଚେହେରା ଥିବା ମହିଳାମାନେ ଚେନ୍‌ ହ୍ୟାଙ୍ଗିଙ୍ଗ୍‌ ବାଲା ଅଥବା ତଳ ଆଡକୁ ଚଉଡ଼ା ଡିଜାଇନ୍‌ ହୋଇଥିବା ବାଲା ଇୟର୍‌ ରିଂ ପିନ୍ଧିଲେ ଲୁକ୍‌ ଆକର୍ଷଣୀୟ ଲାଗିଥାଏ। ଏପରିକି ଝୁମ୍‌କା ଷ୍ଟାଇଲ୍‌ ବା ଟିୟର୍‌ ଡ୍ରପ୍‌ ଷ୍ଟାଇଲ୍‌ର ଇୟର ରିଂ ବି ଏହି ଚେହେରାକୁ ବେଶ୍‌ ଭଲ ମାନିଥାଏ। ବିଶେଷକରି ଡାଇମଣ୍ଡ ଶେପ୍‌ର ଝୁମ୍‌କା ଟ୍ରାଏଙ୍ଗେଲ୍‌ ଫେସ୍‌କୁ କଣ୍ଟ୍ରାଷ୍ଟ ଲୁକ୍‌ ଦେଇଥାଏ। ଅନ୍ୟପକ୍ଷେ ଜ୍ୟୋମେଟ୍ରିକାଲ୍‌ ଶେପ୍‌ ଅଥବା ଷ୍ଟଡ୍‌ ଡିଜାଇନ୍‌ର ଇୟର୍‌ ରିଂ ଏହି ଚେହେରା ଥିବା ମହିଳାମାନଙ୍କୁ ସେତେ ଭଲ ମାନେନାହିଁ।

ଲମ୍ବା ତଥା ପତଳା ଚେହେରା: ଯେଉଁମାନଙ୍କର ଚେହେରା ଟିକେ ଲମ୍ବା ଆଉ ପତଳା ଦେଖାଯାଇଥାଏ, ସେମାନେ ଚାହିଁଲେ ମିଡିୟମ୍‌ ସାଇଜ୍‌ର ହ୍ୟାଙ୍ଗିଙ୍ଗ୍‌ ଇୟର୍‌ ରିଂ ଟ୍ରାଏ କରିପାରିବେ। ଏହା ଚେହେରାକୁ ଓ୍ବାଇଡ୍‌ ଲୁକ୍‌ ଦେଇଥାଏ। ସେହିପରି ଗ୍ଲାମର୍‌ ଲୁକ୍‌ ପାଇଁ ଏହି ଚେହେରା ଥିବା ମହିଳାମାନେ କ୍ୟୁବିକ୍‌ ଶେପ୍‌ର କ୍ରିଷ୍ଟାଲ୍‌ ଷ୍ଟଡ୍‌ ବି ଚୁଜ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି ରାତିରେ ଶୋଇବା ପୂର୍ବରୁ କାହିଁକି ପିଆଯାଏ କ୍ଷୀର

ଆମେ ସମସ୍ତେ ଜାଣୁ କ୍ଷୀର ଅତ୍ୟଧିକ ପୁଷ୍ଟିକର। କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ୍‌, ଫସ୍‌ଫରସ୍‌ ଏବଂ ପୋଟାସିୟମ ପ୍ରଚୁରମାତ୍ରାରେ ଭରିରହିଛି। ଏହାର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ...

ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରେ ଏହି ୪ ଉପାୟ: ସୁଖୀ ଜୀବନ ପାଇଁ ଜାଣିବା ଜରୁରୀ

ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରିବାକୁ ହେଲେ ଛୋଟଛୋଟ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଏପରି ନ କରିବା ଦ୍ୱାରା ସମ୍ପର୍କ ମଧ୍ୟରେ ଦୂରତା...

ସହଜରେ କେମିତି କରିହେବ ହର୍ବାଲ୍‌ ରଙ୍ଗ

ବେଳେବେଳେ ଦେଖାଯାଏ କେମିକାଲ୍‌ଯୁକ୍ତ ରଙ୍ଗରେ ହୋଲି ଖେଳିଲେ କାହାର ତ୍ୱଚାରେ ଇନ୍‌ଫେକ୍ସନ୍‌ ହୁଏ ତ କାହାର ଆଖି ଜଳାପୋଡ଼ା କରିଥାଏ। ତା’ଛଡ଼ା ଏହି ରଙ୍ଗ ସହଜରେ...

କାହିଁକି ଦିଆଯାଉଛି କରୋନା ଟିକାର ଦୁଇ ଡୋଜ୍‌, ଜାଣନ୍ତୁ ଏହା ପଛରେ ଥିବା ରୋଚକ ତଥ୍ୟ

ଭୂତାଣୁ ରୋକିବା ପାଇଁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ୧୮ରୁ ଅଧିକ ବୟସ୍କମାନଙ୍କୁ ଟିକାକରଣ କରାଯାଉଛି। ଭାରତରେ ଦୁଇଟି ଟିକା ଯଥା ପ୍ରଥମ...

ଜାଣନ୍ତି ଭୋଜିଭାତ ପରେ ମିଠା କାହିଁକି ଖାଇବାକୁ ଦିଆଯାଏ

ସାଧାରଣତଃ ଭୋଜିଭାତ ଶେଷରେ ମିଠା ଖାଇବାକୁ ଦିଆଯାଏ। କୁହାଯାଏ, କିଛି ଖାଇବା ପରେ ପାଟି ମିଠା କରିବା ଦରକାର। କିନ୍ତୁ କ’ଣ ପାଇଁ ଖାଇବା ଶେଷରେ...

ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ…

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ...

ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇବ ୨୦୨୨; ଚାକିରି, ଶିକ୍ଷା, ବ୍ୟାପାର, ପ୍ରେମ ଆଦି କ୍ଷେତ୍ରରେ…

ଆସୁଛି ନୂଆବର୍ଷ। ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଆଜି ଆମେ ଆପଣଙ୍କୁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନୂତନ ବର୍ଷ କିଭଳି ରହିବ, କାହାକୁ କାହାକୁ ଶୁଭଫଳ...

ବର୍ଷାଦିନିଆ ତ୍ୱଚାର ଯତ୍ନ ସମ୍ପର୍କରେ କିଛି ଟିପ୍ସ

ବର୍ଷାଋତୁରେ ଅନେକ ତ୍ୱଚା ସମସ୍ୟା ଦେଖାଯାଇଥାଏ। କେବଳ ତରୁଣୀ ନୁହନ୍ତି, ଏହି ସମସ୍ୟା ପୁରୁଷମାନଙ୍କଠାରେ ମଧ୍ୟ ଦେଖାଯାଇଥାଏ। କିନ୍ତୁ କିଶୋରୀମାନେ ଏହାକୁ ନେଇ ଅଧିକ ଚିନ୍ତିତ...

Advertisement
Archives

Model This Week