ବାଛିନେବ କଞ୍ଚା ରଖିବ ପାଚିଲା

ପଞ୍ଚସଖା ଯୁଗର କବି ଯଶୋବନ୍ତ ଦାସଙ୍କ ଲଖିତ ଟୀକା ଗୋବିନ୍ଦଚନ୍ଦ୍ରର ଗୀତ ପଦେ କେନ୍ଦରାର କରୁଣ ସୁରରେ ଯୋଗୀମାନଙ୍କ ମୁହଁରୁ ଶୁଣିଲେ ହୃଦୟଟା ବେଦନା ବିଦ୍ଧ ହୋଇଯାଏ। ଗୀତଟି ସମସ୍ତଙ୍କର ଅବଗତ ଥିବ- ”ସେହି କାଳଯମ ବଡ଼ ଦାରୁଣରେ ନ ଜାଣଇ ସୁଖ ଦୁଃଖ, ବାଛିନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ।“ ଯମ ବିଚାର କରେ ନାହିଁ ବୃଦ୍ଧ ବାଳୁତଙ୍କ ବୟସ। ସେ ଖୁବ୍‌ ନିଷ୍ଠୁର। ସେ କେତେବେଳେ କାହାକୁ କାଳ ଫାଶରେ ବାନ୍ଧିବ ତା’ର ଇୟତ୍ତା ନାହିଁ। ଆମେ ଏବେ ଏ କରୋନା କାଳୀନ ପୃଥିବୀରେ ତିଳ ତିଳ କରି ଦାରୁଣ ଯମର ନିଷ୍ଠୁରତାକୁ ଅନୁଭବ କରୁଛେ। ଆଖି ସାମ୍ନାରେ ଆମର ଆଖି ପିତୁଳାମାନଙ୍କୁ ଛଡ଼େଇ ନେଉଛି ଦାରୁଣ ଯମ। ଯେଉଁମାନେ ଜୀବନ କ’ଣ ଜାଣିନାହାନ୍ତି ଅଥବା ଏଇମାତ୍ର ବଞ୍ଚତ୍ବା ଆରମ୍ଭ କରିଛନ୍ତି, ଏ ଶୋକର ବିକଳ୍ପ ନାହିଁ। ଏବେ ମହାରାଷ୍ଟ୍ରର ୮୭ ବର୍ଷୀୟ ବୃଦ୍ଧ ନାରାୟଣ ରାଓ ଦାବାଡ଼କର କରୋନାରେ ମୃତ୍ୟୁବରଣ କରି ବହୁ ଚର୍ଚ୍ଚିତ ହୋଇଛନ୍ତି। ହସ୍ପିଟାଲରେ ବେଡ୍‌ଟିଏ ନ ପାଇ କରୋନା ଆକ୍ରାନ୍ତ ଯୁବକଟିଏ ମୃତ୍ୟୁ ସହ ଲଢ଼ୁଥିବା ବେଳେ ନାରାୟଣ ନିଜ ବେଡ୍‌ ଯୁବକଟିକୁ ପ୍ରଦାନ କରି ନିଜେ ଘରକୁ ଫେରିଛନ୍ତି ଓ ୩ ଦିନ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି। ଡାକ୍ତରମାନଙ୍କୁ ସେ ଅନୁରୋଧ କରି କହିଥିଲେ, ମୋ ଅପେକ୍ଷା ଏହି ଯୁବକଟିର ଜୀବନ ମୂଲ୍ୟବାନ୍‌, ତାକୁ ବଞ୍ଚାନ୍ତୁ। ମୁଁ ଯଥେଷ୍ଟ ବଞ୍ଚତ୍ଲି। ମୋ ବଦଳରେ ସେ ବଞ୍ଚତ୍ରହୁ।
କରୋନାର ପ୍ରଥମ ଲହର ଆମକୁ ଆତଙ୍କଗ୍ରସ୍ତ କରିଦେଇଥିଲା ସତ, ତଥାପି ଏ ପରିବର୍ତ୍ତିତ ପରିସ୍ଥିତିକୁ ଆମେ ଯଥେଷ୍ଟ ଉପଭୋଗ କରିଥିଲୁ। ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌, ଅନ୍‌ଲାଇନ୍‌ ପାଠପଢ଼ା, ୱାର୍କ ଫ୍ରମ୍‌ ହୋମ୍‌ ଆଦି ହେତୁ ଆମ ପରିବାରର ଲୋକ ଯିଏ ଯେଉଁଠି ଥିଲେ ଆସି ଏକାଠି ହେଲେ। ଟିଭି ପରଦାରେ ମହାଭାରତ ଓ ରାମାୟଣ ଆଦି ସହ ଅନ୍ୟ ପୁରୁଣା ସ୍ମୃତି ଧାରାବାହିକ ମାନ ପ୍ରଦର୍ଶନ ହେଲା। କର୍ମଜୀବୀ ମହିଳାମାନେ ଘରେ ରହିବାରୁ ନିତି ନୂଆ ନୂଆ ରାନ୍ଧଣା ପ୍ରସ୍ତୁତ କଲେ। ପିଲାମାନେ ଘରେ ରହି ପାଠ ପଢ଼ିଲେ। ବଡ଼ମାନେ ଘରେ ରହି କାମ କଲେ, ବାହାରେ କରୋନା ପ୍ରକୋପ ବଢ଼ୁଥିବାବେଳେ ଆମେ ପରିବାର ଭିତରେ ମହୋତ୍ସବର ଆନନ୍ଦ ନେଇଥିଲୁ। ସାମାଜିକ ଦୂରତା ସିନା ବଢ଼ିଥିଲା, ପାରିବାରିକ ବନ୍ଧନର ନିବିଡ଼ତା ଆମେ ଅନୁଭବ କରୁଥିଲୁ। ଫୋନ୍‌ କଲ ଭିଡିଓ କଲ୍‌ ୱେବିନାର ଆମକୁ ବାହ୍ୟ ଜଗତ ସହ ବାନ୍ଧି ରଖିଥିଲା। ଭାଟ ଭିକାରି ଓ ଯୋଜନ ଯୋଜନ ଦୂରରୁ ପାଦରେ ଚାଲିଚାଲି ଆସୁଥିବା ଶ୍ରମିକମାନଙ୍କ ପାଇଁ ବଦାନ୍ୟ ମଣିଷମାନେ ଅନ୍ନଛତ୍ରର ବ୍ୟବସ୍ଥା କଲେ। ଏପରିକି ବୁଲା ଗାଈଗୋରୁ, ଷଣ୍ଢ, କୁକୁର, ମାଙ୍କଡ଼, ଚଢ଼େଇ, ଚିରଗୁଣୀଙ୍କ ପ୍ରତି ମଧ୍ୟ ମଣିଷ ଦୟାର୍ଦ୍ର ହୋଇପଡ଼ିଥିଲା। କରୋନା ଭୂତାଣୁ ମାନବିକତାକୁ ଜାଗ୍ରତ କରିନେଲା, ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌ ହେତୁ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ କମିଗଲା। ସମସ୍ତେ ନିରୁପଦ୍ରବ ଲାଗୁଥିଲେ। ଥାଳି ବଜେଇ, ତାଳି ବଜେଇ, ଦୀପଜାଳି ଦେଶ ବନ୍ଦନା କରି ଆମେ କୋଭିଡ୍‌ର ମୁକାବିଲା କରୁଥିଲୁ, ସେହି ଭିତରେ କରୋନାକ୍ରାନ୍ତ ମୃତ୍ୟୁ ହେଉଥିଲା। ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ରେ ରହି ଅବସାଦଗ୍ରସ୍ତ ମଣିଷ ଆମତ୍ହତ୍ୟା ବି କରୁଥିଲା। ଏସବୁ ସତ୍ତ୍ୱେ ମଣିଷ ନିଜେ ନିଜର ସାନ୍ତ୍ୱନା ହେଇଯାଉଥିଲା ତ ଆଉ କେବେ ଅନ୍ୟ ପାଇଁ ବଞ୍ଚତ୍ବାର ପ୍ରେରଣା ହେଇଯାଉଥିଲା। ଥଟ୍ଟା ମଜା ଲଘୁ ପରିହାସ ମାଧ୍ୟମରେ ପରିସ୍ଥିତିର ଭୟାବହତାକୁ ହାଲୁକା କରିବାକୁ ଚେଷ୍ଟା କରୁଥିଲା। କାଳରାତ୍ରି ଭଲ କରି ପାହିବା ପୂର୍ବରୁ ଆମେ ଅବ୍ୟବସ୍ଥିତ ହୋଇଗଲୁ। ଆସନ୍ନ ବିଜୟ ଉଲ୍ଲାସରେ ଅତ୍ୟଧିକ ଉଲ୍ଲସିତ ହୋଇଗଲୁ। ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ, ସରକାରଙ୍କଠାରୁ ସଡ଼କଛାପ ପର୍ଯ୍ୟନ୍ତ ସମସ୍ତେ ଭୁଲିଗଲୁ ଆମ ଦାୟିତ୍ୱ। ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଆମକୁ ସତର୍କ ଘଣ୍ଟି ଦେଉଥିବା ସତ୍ତ୍ୱେ ଆମେ ଅହଂକାରରେ ଫାଟିପଡ଼ିଲୁ। କ୍ଷମତା ଅର୍ଥ ଯଶ ପତିଆରା ପାଇଁ ସବୁ କୋଭିଡ୍‌ କଟକଣାକୁ ଉଲ୍ଲଂଘନ କରାଗଲା। ମାଡ୍ରାସ୍‌ ହାଇକୋର୍ଟ ସିଧାସଳଖ ସରକାରଙ୍କୁ କହିଲା ହତ୍ୟାକାରୀ। କୁମ୍ଭମେଳାରେ ଶହଶହ ସାଧୁ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ଭୂତାଣୁ ଅନାୟାସରେ ବ୍ୟାପିଗଲେ।
ଲକ୍‌ଡାଉନ୍‌ ହେଉ କି ଶଟ୍‌ଡାଉନ୍‌, ଏସବୁ ସିଧାସଳଖ ଖଟିଖିଆକୁ ହିଁ ଆକ୍ରାନ୍ତ କରେ। ଘରେ ଦୁଇବେଳା ଚୁଲି ଜଳିବାକୁ ହେଲେ ଏମାନଙ୍କୁ ଏରୁଣ୍ଡି ଡେଇଁ ବାହାରକୁ ଆସିବାକୁ ପଡ଼େ। ଗତ ଲକ୍‌ଡାଉନ୍‌ ବେଳେ ଆମେ ଦେଖିଥିଲୁ ଲକ୍ଷ ଲକ୍ଷ ଖଟିଖିଆ କିପରି ବାସ୍ତୁହରା ହୋଇ ରାସ୍ତାଘାଟ ଛାଇଗଲେ। ଦିନକର ସଞ୍ଚୟ ବି ସେମାନଙ୍କ ପାଖରେ ନ ଥାଏ। ସେମାନଙ୍କ ଜୀବନ ଜୀବିକା ପାଇଁ କିଛି ପରିମାଣରେ ପରିସ୍ଥିତିକୁ ସ୍ବାଭାବିକ କରିବା ଆବଶ୍ୟକତା ଥିଲା। କରୋନା ଭୂତାଣୁର ମାରାମତ୍କତା, ତା’ର ଦ୍ୱିତୀୟ ଲହର, ସେଥିପାଇଁ କି ପ୍ରକାର ସତର୍କତା ଅବଲମ୍ବନ କରିବାକୁ ହେବ, ଆମେ ସେ ସମ୍ପର୍କରେ ଯେତିକି ସଚେତନ ସେତିକି ଖଟିଖିଆମାନେ ନୁହନ୍ତି। ସେମାନଙ୍କ ଜୀବନ ଅର୍ଥ ତ ରୋଟିରେ ହିଁ ଥାଏ। ସେମାନଙ୍କୁ ଦୋଷ ଦେବାର ନାହିଁ। ପ୍ରଥମ ଲହରରେ ଯେତେବେଳେ କରୋନା ତା’ର ବିକଟାଳ ରୂପ ନେଉଥିଲା, ଆମେ ସେମାନଙ୍କୁ ଦୋଷ ଦେଉଥିଲୁ, ସରକାରଙ୍କ ଭୁଲ ନିଷ୍ପତ୍ତି ପାଇଁ ସେମାନେ ଅନେକ ପରିମାଣରେ ଭୂତାଣୁ ବାହକ ହୋଇ ପଡ଼ିଥିଲେ। ପ୍ରଥମ ଥର ଯେଉଁ ବିପତ୍ତି ଆସିଥିଲା, ତାହା ପ୍ରାକୃତିକ ଥିଲେ ବି ଅନେକଟା ଥିଲା ମନୁଷ୍ୟକୃତ, ସେତେବେଳେ ମଧ୍ୟ ପରସ୍ପର କାଦୁଅ ଫିଙ୍ଗାଫିଙ୍ଗି ହେଉଥିଲେ। ତଥାପି ଆମେ ସାମୂହିକ ଭାବେ ଲଢୁଥିଲୁ। ସେ ଲଢ଼ାଣକୁ ଆମେ ଖୁବ୍‌ ଉପଭୋଗ କରୁଥିଲୁ। ଅନେକ ସର୍ଜନଶୀଳ ପ୍ରତିଭା ଏହି କରୋନା କାଳରେ ସେମାନଙ୍କ ଉନ୍ନତ ସୃଷ୍ଟିମାନ କଲେ। କିନ୍ତୁ ଏବେ ଯେଉଁ ଦ୍ୱିତୀୟ ଲହର ଆସିଛି, ତାହା ପ୍ରଳୟର ବାର୍ତ୍ତା ନେଇ ଆସିଛି। ଏଇ ପ୍ରଳୟ ପାଇଁ କିଏ ଦାୟୀ, ତା’ର ଅନୁସନ୍ଧାନ କରିବା ବେଳ ଆଉ ନାହିଁ।
ଆମ ଦେଶରେ ଦୈନିକ ଚାରି ଲକ୍ଷରୁ ଅଧିକ ଲୋକ କରୋନା ପଜିଟିଭ୍‌ ବାହାରି ସାରିଲେଣି। ଗତ ଲହରରେ ଆମେରିକାର ସର୍ବାଧିକ ଦୁଇ ଲକ୍ଷ କୋଭିଡ୍‌ ପଜିଟିଭ୍‌ ଦେଖି ଆମେ ସ୍ତବ୍ଧ ହୋଇ ଯାଉଥିଲୁ। ପାଖରେ ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ସତ୍ତ୍ୱେ ସେମାନେ ଅସହାୟ ହୋଇପଡ଼ିଥିଲେ। ଏବେ ଆମ ଅବସ୍ଥା ଅସମ୍ଭାଳ। ରାଜ୍ୟରେ ଦୈନିକ ଦଶ ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏବେ ଆମେ ନିଜେ ନିଜକୁ ରକ୍ଷା ନ କଲେ କେହି ଆମକୁ ରକ୍ଷା କରିପାରିବେ ନାହିଁ। କରୋନା ଭୂତାଣୁର ପ୍ରଥମ ଲହର ଆସିଥିଲା ମଣିଷ ଭିତରେ ଥିବା ମାନବିକତାକୁ ଜାଗ୍ରତ କରିବା ପାଇଁ। ଏବେ ଦ୍ୱିତୀୟ ଲହର ସତେଯେମିତି ଆସିଛି ମଣିଷ ଜୀବନର କ୍ଷଣ ଭଙ୍ଗୁରତା ଚେତାଇ ଦେବା ପାଇଁ। ଗତ ଲହରରେ ଯେଉଁମାନଙ୍କର ଜୀବନ ଦୀପ ଲିଭିଲା ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ବରିଷ୍ଠ ନାଗରିକ, ଯେଉଁମାନେ ଊଣା ଅଧିକେ ଜୀବନ ଜିଇ ସାରିଥିଲେ। କରୋନା କବଳିତ ନ ହୋଇଥିଲେ ଆଉ କିଛି ଦିନ ପରେ ସେମାନଙ୍କୁ ମୃତ୍ୟୁ ସମ୍ମାନର ସହ କୋଳେଇ ନେଇ ଥାଆନ୍ତା ଜାତସ୍ୟ ହି ଧ୍ରୁବ ମୃତ୍ୟୁ ନ୍ୟାୟରେ। କିନ୍ତୁ ଏବେ ଯେଉଁମାନେ କରୋନା କବଳରେ କବଳିତ ହେଉଛନ୍ତି, ସେ ଖବର ଶୁଣିବା ବେଳକୁ ଛାତି ଫାଟିଯାଉଛି। ଅଧିକାଂଶ ପଚିଶରୁ ପଚାଶ ଭିତରର ମଣିଷ। କେତେକ ଜୀବନ କ’ଣ ଜାଣିନାହାନ୍ତି ତ ଆଉ କେହି ଏଇମାତ୍ର ଜୀବନ ଆରମ୍ଭ କରିଛନ୍ତି, ମଧ୍ୟାହ୍ନ ସୁଦ୍ଧା ଅତିକ୍ରମ କରିନାହାନ୍ତି। ବୟସ୍କଙ୍କ ଆଖିରେ ବାଳୁତଙ୍କ ପାଇଁ ଲୁହ। ବସୁଧା ବିଦୀର୍ଣ୍ଣ ହୋଇଯିବାର ସ୍ଥିତି। ଆମର ସକଳ ଗର୍ବ ଦମ୍ଭ ଅହଂକାର ଧୂଳିରେ ଗଡୁଛି। ଆମେ ସେମାନଙ୍କ ପାଇଁ କିଛି କରିପାରୁନାହୁଁ। କରୋନା ଆମକୁ ଆହୁରି ଅସହାୟ କରିବା ଆଗରୁ ଆମେ ସମସ୍ତେ ନିଜ ସହ ନିଜ ପରିବାରକୁ ସୁରକ୍ଷା ବଳୟ ଭିତରେ ରଖିବା। ଆମ ନୟନର ମଣିମାନଙ୍କୁ ସଚେତନ କରିବା। ଅମାନିଆ ହେବାକୁ ଦେବାନାହିଁ, ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ପରିବାରକୁ ସୁରକ୍ଷା ଦେଲେ କେବଳ ଆମ ଦେଶ କାହିଁକି, ବିଶ୍ୱ ବି କରୋନାମୁକ୍ତ ହୋଇଯିବ। ଆଜିର ଏ ସଂକଟ କାଳରେ ଆମେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିବା, ଏ ଶୋକ ଏତିକିରେ ଅନ୍ତହେଉ। ବିଶ୍ୱ ସୁସ୍ଥ ହେଉ, ମାନବ ସଭ୍ୟତା ବଞ୍ଚତ୍ରହୁ।
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ୍‌,
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ: ୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri