ନିଷିଦ୍ଧ ସତ୍ତ୍ୱେ ମିଳୁଛି କ୍ଲୋରପାଇରିଫସ୍‌ କୀଟନାଶକ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ବରଗଡ଼ ବନଖଣ୍ଡ ଭଟଲି ରେଞ୍ଜ ଅନ୍ତର୍ଗତ ଦେଉଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ଗତ ୧୫ଦିନ ତଳେ ବହୁ ମାଛ ମରି ଭାସିଥିଲେ। ଏହା ଜଣାପଡ଼ିବା ପରେ ଏହାର ନମୁନା ପରୀକ୍ଷା ଓୟୁଏଟିରେ ହୋଇଥିଲା। ତେବେ ରିପୋର୍ଟରେ ବିଷକ୍ରିୟା ଯୋଗୁ ମାଛଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଏବେ ବନ ବିଭାଗର ଚିନ୍ତା ବଢ଼ିଯାଇଛି। କ୍ଲୋରପାଇରିଫସ୍‌ ନାମକ କୀଟନାଶକ ବିଷ ଥିବା ରିପୋର୍ଟରୁ ଜଣାପଡ଼ିଛି। ସେହି ପୋଖରୀରୁ ପାଣି ଆଉ ବ୍ୟବହାର ହୋଇପାରିବନି ବୋଲି ଟକ୍ସିକୋଲୋଜି ବିଶେଷଜ୍ଞମାନେ ମତ ଦେଲେଣି। ଉକ୍ତ ପୋଖରୀ ଜଙ୍ଗଲ ଭିତରେ ଥିବାରୁ ଶିକାରୀମାନେ ହିଁ ବନ୍ୟପ୍ରାଣୀ ଶିକାର ପାଇଁ ଏଭଳି ଆପରାଧିକ କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ପୋଖରୀ ପାଣି ପିଇ ବନ୍ୟପ୍ରାଣୀ ବା ଗୃହପାଳିତ ପଶୁ ମରିବା ଆଶଙ୍କା ଦେଖାଦେଇଛି। ଏନେଇ ବରଗଡ଼ ଡିଏଫ୍‌ଓ ସନ୍ଦୀପ ପ୍ରାଟି ଗଣମାଧ୍ୟମକୁ କହିଛନ୍ତି, ଆମେ ସନ୍ଦେହରେ ମଲାମାଛ ଓ ପାଣି ନମୁନା ଓୟୁଏଟିକୁ ପଠେଇଥିଲୁ। ଉକ୍ତ ନମୁନାରେ କ୍ଲୋରପାଇରିଫସ ପଜିଟିଭ୍‌ ଆସିବା ପରେ ସେହି ପୋଖରୀକୁ ଯେପରି କୌଣସି ପ୍ରାଣୀ ପାଣି ପିଇବା ପାଇଁ ଯାଇ ନ ପାରିବେ, ସେଥିପାଇଁ ରୋଟେସନ ବା ସମୟ ଅନ୍ତରରେ ଜଣେ କର୍ମଚାରୀ ସବୁବେଳେ ମୁତୟନ ରହିବେ। ତେବେ ବିଷ କିଏ ପକେଇଛି ତାହା ତଦନ୍ତ ଚାଲିଛି। ଏହା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ନିଆଯିବ ବୋଲି ଡିଏଫ୍‌ଓ ସନ୍ଦୀପ କହିଛନ୍ତି।
ଏହି କ୍ଲୋରପାଇରିଫସ ବିଷର କୁପ୍ରଭାବ ଅଧିକ ବୋଲି ଓୟୁଏଟି ଭେଟେରିନାରୀ କଲେଜର ଫାର୍ମାକୋଲୋଜି ଓ ଟକ୍ସିକୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ଅଜିତ କୁମାର ନାୟକ କହିଛନ୍ତି। ତାଙ୍କ କହିବାନୁସାରେ, କ୍ଲୋରପାଇରିଫସ ସଂସ୍ପର୍ଶରେ ଆସିଲେ ବିଷକ୍ରିୟା ସୃଷ୍ଟି ହୋଇଥାଏ। ଅଧିକ ବିଷକ୍ରିୟା ହେଲେ ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଥିବାବେଳେ କମ୍‌ ବିଷକ୍ରିୟାରେ ଅନେକ ପ୍ରକାର ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଦୁଃଖର ବିଷୟ ଯେ, ଆମେରିକାରେ ଏହି କ୍ଲୋରପାଇରିଫସ ୨୦୦୧ରୁ ନିଷିଦ୍ଧ ଘୋଷଣା ହୋଇଥିବାବେଳେ ଭାରତରେ ୨୦୨୦ ମସିହା ମେ’ ମାସରୁ ବ୍ୟାନ୍‌ କରାଯାଇଛି। ତେଣୁ ନମୁନାରୁ କ୍ଲୋରପାଇରିଫସ ମିଳିବା ଅତ୍ୟନ୍ତ ବିପଜ୍ଜନକ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ନାୟକ କହିଛନ୍ତି।
କେନ୍ଦ୍ର ସରକାର ୨୦୨୦ ମେ’ ୧୪ରେ ବିଧିବଦ୍ଧ ଭାବରେ ଗେଜେଟ ନୋଟିଫିକେଶନ ଜରିଆରେ ଅତ୍ୟଧିକ କୁପ୍ରଭାବ ଥିବା ମୋଟ ୨୭ କୀଟନାଶକର ବ୍ୟବହାର, ଆମଦାନୀ, ପ୍ରସ୍ତୁତି ଆଦିକୁ ଦେଶରେ ନିଷିଦ୍ଧ କରିଥିଲେ। ଏହି ତାଲିକାର ୮ନମ୍ବର ସ୍ଥାନରେ କ୍ଲୋରପାଇରିଫସ ରହିଛି। ହେଲେ ନିଷିଦ୍ଧ ଘୋଷଣାର ଏତେ ଦିନ ପରେ ରାଜ୍ୟରେ ଶିକାର ପାଇଁ କ୍ଲୋରପାଇରିଫସ ବ୍ୟବହାର କରାଯିବା ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି କୀଟନାଶକ ଏବେ ବି ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଜଣାପଡ଼ିଛି।
ଅପରପକ୍ଷରେ ଏହି ଘଟଣାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅତି ଗମ୍ଭୀରତାର ସହ ଦେଖୁଛନ୍ତି। ଆଗରୁ ମଧ୍ୟ ପାଣିରେ ବିଷ ମିଶେଇ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଉଥିଲା। କିନ୍ତୁ ଘଟଣାକୁ ଚାପି ଦିଆଯାଉଥିଲା। ହେଲେ ବରଗଡ଼ ଡିଏଫ୍‌ଓ ନମୁନା ପରୀକ୍ଷା ପାଇଁ ପଠେଇବା ପରେ କ୍ଲୋରପାଇରିଫସ ରାଜ୍ୟରେ ଏବେବି ବିକ୍ରି ହେଉଥିବାର ପ୍ରମାଣ ମିଳିଛି। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, କ୍ଲୋରପାଇରିଫସ ଭାରତରେ ବ୍ୟାନ୍‌ କରାଯାଇଥିଲେ ମଧ୍ୟ ଆମ ରାଜ୍ୟରେ ଏହା ବହୁଳ ବ୍ୟବହାର ହେଉଛି। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ଟ୍ରେଡ୍‌ ନାଁ ରେ ବିଭିନ୍ନ କମ୍ପାନୀର କ୍ଲୋରପାଇରିଫସ ଖୋଲାଖୋଲି ବିକ୍ରି ହେଉଛି। କୃଷି ବିଭାଗ ଅଧିକାରୀମାନେ ପୋଲିସର ସହଯୋଗ ନେଇ ସମ୍ପୃକ୍ତ ଦୋକାନରେ ଚଢ଼ାଉ କରି ନିଷିଦ୍ଧ କୀଟନାଶକ ସବୁ ତୁରନ୍ତ ଜବତ କରିବା ଆବଶ୍ୟକ। ଏନେଇ ଦୋକାନୀଙ୍କୁ ସଚେତନ କରିବା ସହ ଚାଷୀଙ୍କୁ ନିଷିଦ୍ଧ କୀଟନାଶକର କୁପ୍ରଭାବ ବିଷୟରେ ବୁଝେଇବା ନିହାତି ଜରୁରୀ। ଅପରପକ୍ଷରେ ଯେଉଁ କମ୍ପାନୀମାନେ କେନ୍ଦ୍ର କଟକଣା ଜାରି କରିବା ପରେ ମଧ୍ୟ ଓଡ଼ିଶାରେ ନିଜର ଉତ୍ପାଦ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri