ଚିରଞ୍ଜୀବଙ୍କ ନିଲମ୍ବନ: କର୍ମୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା

 ଜଗତ୍‌ସିଂହପୁର ଅଫିସ, ୧୬।୭: ପୂର୍ବତନ ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ କଂଗ୍ରେସରୁ ନିଲମ୍ବନ କରାଯିବା ପରେ ଜଗତ୍‌ସିଂହପୁର ଜିଲାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏହି ନିଷ୍ପତ୍ତି ବିରୋଧରେ ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ସମେତ ଏକାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ଥାନା ଛକରେ ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ କଡ଼ା ଟିପ୍ପଣୀ ଦେଇଛନ୍ତି। ସେମାନେ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରିବା ସହ ବ୍ୟାନର ପୋଡ଼ିଛନ୍ତି। ଏହି ବିକ୍ଷୋଭରେ  ଜଗତ୍‌ସିଂହପୁର ବ୍ଲକ ସଭାପତି ଅଦ୍ୱୈତ ଜେନା, ପାରିଷଦ ସୁବାସ ସାହୁ, ଡୁଲୁ ପରିଜା, ଜଗଦାନନ୍ଦ ବେହେରା, ମଣ୍ଡାସାହି ସରପଞ୍ଚ ଅଶୋକ ଭୋଇ, ଯଁକୋଟି ସରପଞ୍ଚ ଭାଗତ ତରେନିଆ, କାଦୁଆପଡା ସରପଞ୍ଚ ପ୍ରମୋଦ ସାହୁ, ବଳରାମପୁର ସରପଞ୍ଚ ଅଞ୍ଜନ ସାମଲ, ଯୁବ ନେତା ସ୍ବସ୍ତି ପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପଟେ ଜଗତ୍‌ସିଂହପୁର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ କହିଛନ୍ତି, ତାଙ୍କ ରାଜନୈତିକ ଜୀବନରେ ଚିରଞ୍ଜୀବଙ୍କ ଭୂମିକା ଯଥେଷ୍ଟ। ତେଣୁ ବ୍ୟକ୍ତିଗତ ଭାବେ ଚିରଞ୍ଜୀବଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। କିନ୍ତୁ ଦଳର ଶୃଙ୍ଖଳା ଭିତରେ ପ୍ରତ୍ୟେକେ ରହିବା ଜରୁରୀ। ବ୍ୟକ୍ତି ନୁହେଁ, ଦଳ ବଡ। ଦଳର ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଦେବା କଥା। କାରଣ ଦଳ ଯାହା ନିଷ୍ପତ୍ତି ନେଇଛି ତାହା ବହୁ ବୁଝି ବିଚାରି ନେଇଥିବ। ଚିରଞ୍ଜୀବଙ୍କୁ ଦଳ ବହିଷ୍କାର କରିନାହିଁ। ତେଣୁ ପ୍ରତିବାଦ ନ କରି ଦେଖା ଦେଇଥିବା ସମସ୍ୟାର ସମାଧାନ କରିବା ଉଚିତ। ପିସିସି ସଭାପତିଙ୍କ ବ୍ୟାନର ପୋଡିବା ଦୁର୍ଭାଗ୍ୟଜନକ କଥା।  ଯେଉଁମାନେ ଦଳ ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି ସେମାନେ ଚିରଞ୍ଜୀବଙ୍କ ନିଲମ୍ବନ କିପରି ଉଠିବ ସେ ବିଷୟରେ ଚିନ୍ତା କରିବା କଥା। ଆଗାମୀ ନିର୍ବାଚନରେ ଚିରଞ୍ଜୀବ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରତ୍ୟେକେ ଚାହୁଁଛନ୍ତି। କିନ୍ତୁ ମହମ୍ମଦ ମୋକିମଙ୍କ ପରି ଦ୍ୱନ୍ଦ୍ୱ ଉପରୁ ପରଦା ହଟାନ୍ତୁ ବୋଲି ଚୌଧୁରୀ କହିଛନ୍ତି।
ଚିରଞ୍ଜୀବ ରାଜ୍ୟ କଂଗ୍ରେସର ଜଣେ ଆଗଧାଡିର ନେତା ଭାବେ ପରିଚିତ। ୨୦୧୯ ସାଧାରଣ ନିର୍ବାଚନରେ ଚିରଞ୍ଜୀବଙ୍କ ପରାଜୟ ପରେ ସେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ଦୂରତ୍ୱ ଅବଲମ୍ବନ କରୁଛନ୍ତି। କାଁ ଭାଁ ଆସିବା ପ୍ରସଙ୍ଗକୁ ନେଇ ରାଜନୈତିକ ଶିବିରରେ ଚର୍ଚ୍ଚା ଜୋର ଧରୁଛି। ବଡ କଥା ହେଲା ନିକଟରେ ଜିଲା କଂଗ୍ରେସ ପରିବର୍ଦ୍ଧିତ କମିଟି ବୈଠକରେ ଚିରଞ୍ଜୀବଙ୍କ ଅନୁପସ୍ଥିତି ଅନେକ ନେତା ଓ କର୍ମୀଙ୍କୁ ଆଘାତ ଦେଇଥିଲା। କେତେଜଣ ନେତା ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନେ କହିଥିଲେ, ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନେ ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରିବା ପରିବର୍ତ୍ତେ ଦୂରେଇ ରହୁଛନ୍ତି। କର୍ମୀ ଚାହିଁଲେ କେତେ ନେତା ବାହାରିବେ। ତେଣୁ କଂଗ୍ରେସ ପାଇଁ ନେତାଙ୍କ ଅଭାବ ରହିବ ନାହିଁ। ଯେଉଁମାନଙ୍କୁ କର୍ମୀମାନେ ନେତା କରିଥିଲେ ସେମାନେ ନିରାଶ କରୁଛନ୍ତି। ଏହି ନେତାମାନଙ୍କ କାର୍ଯ୍ୟକଳାପ ପ୍ରକାରାନ୍ତରେ କଂଗ୍ରେସ କର୍ମୀ ଓ ନେତାଙ୍କୁ ସଙ୍କୁଚିତ ପାଇଁ ଷଡ଼ଯନ୍ତ୍ର ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ  ଚିରଞ୍ଜୀବ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଏ ପରିସ୍ଥିତିରେ ଦଳର ମଙ୍ଗ କିଏ ଧରିବେ ତାକୁ ନେଇ ଦଳୀୟ ନେତା ଓ କର୍ମୀ ମହଲରେ ମାନସମନ୍ଥନ ଆରମ୍ଭ ହୋଇଥିଲା। ନିକଟରେ ଭୁବନେଶ୍ୱର ଜୟଦେବ ଭବନରେ ‘ଜାନକୀ-ବସନ୍ତ ଯୋଡି ଓଡ଼ିଶା ରାଜନୀତିର ସ୍ବର୍ଣ୍ଣିମ ଯୁଗ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଚିରଞ୍ଜୀବ ବିବାଦୀୟ ବୟାନ ଦେଇଥିଲେ। ଏହାପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା। ଏନେଇ ଚିରଞ୍ଜୀବଙ୍କୁ ପିସିସି ସଭାପତି ପଟ୍ଟନାୟକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାର ସନ୍ତୋଷଜନକ ଉତ୍ତର ନ ପାଇବାରୁ ସେ ଏଆଇସିସିକୁ ଲିଖିତ ଭାବେ ଅବଗତ କରିଥିଲେ। ତା’ପରେ ଏଆଇସିସି ଶୃଙ୍ଖଳା କମିଟି ଚିରଞ୍ଜୀବଙ୍କୁ ଦଳରୁ ନିଲମ୍ବନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri