ବିନା ‘ହାତ’ରେ ଚିରଞ୍ଜୀବଙ୍କ ବନ୍ଧୁମିଳନ

ଜଗତ୍‌ସିଂହପୁର, ୨୬ା୨(ପ୍ରମୋଦ କୁମାର ନାୟକ):ଗତ ସାଧାରଣ ନିର୍ବାଚନ ପରଠାରୁ ବରିଷ୍ଠ କଂଗ୍ରେସ ନେତା ତଥା ଜଗତ୍‌ସିଂହପୁର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ତାଙ୍କ ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀଙ୍କଠାରୁ ଏକପ୍ରକାର ଖାପଛଡ଼ା ଦେଇ ଆସୁଥିଲେ। ହେଲେ ରବିବାର ନାଉଗାଁ ବ୍ଲକ ଅନ୍ତର୍ଗତ ଚଗଲା ଦାସ ମଠ ପରିସରରେ ବନ୍ଧୁମିଳନ ଆଳରେ ଲୋକଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଯେଉଁ ଢଙ୍ଗରେ ବନ୍ଧୁମିଳନ କରିଛନ୍ତି ତାହା ପ୍ରତ୍ୟେକଙ୍କୁ ବିସ୍ମିତ କରିଛି। କାରଣ ଏହା କଂଗ୍ରେସର ବନ୍ଧୁମିଳନ ବୋଲି କୁହାଯାଇଥିବାବେଳେ ବାସ୍ତବରେ ବ୍ୟାନରରେ ଦଳୀୟ ଚିହ୍ନ ଅର୍ଥାତ୍‌ ହାତ ଚିହ୍ନ ନ ରହିବା ଭିନ୍ନ ଧରଣର ଇସାରା ଦେଇଛି।
ବନ୍ଧୁମିଳନରେ ଚିରଞ୍ଜୀବ କହିଥିଲେ, ଗତ ଜାନୁଆରୀ ପ୍ରଥମ ସପ୍ତାହରେ ବନ୍ଧୁମିଳନ ହେବାର ଥିଲା। ବିଭିନ୍ନ କାରଣରୁ ହୋଇପାରି ନ ଥିଲା। ବିଶେଷକରି ତାଙ୍କୁ ଦଳରୁ ନିଲମ୍ବନ କରାଯିବାରୁ ଏଥିରେ ବାଧା ଉପୁଜିଥିଲା। ଏନେଇ ମାନସିକ ଦୁଶ୍ଚିନ୍ତାରେ ଗତି କରୁଥିଲେ। ନିଲମ୍ବନ ଉଠିଲା ପରେ ପିସିସି ସଭାପତି ତାଙ୍କୁ ଫୋନ୍‌ କରିଥିଲେ। ତେବେ ଯାହାହେଉ ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀ ବିଶେଷକରି ନାଉଗାଁ ବ୍ଲକର ଲୋକଙ୍କ ପାଖରେ ବିଗତ ଦିନରେ ସେ ଯେମିତି ରହି ଆସିଥିଲେ ସେମିତି ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସାଙ୍ଗଠନିକ କାର୍ଯ୍ୟଠାରୁ ଦୂରେଇ ରହୁଥିବା ପ୍ରସଙ୍ଗକୁ ସ୍ବୀକାର କରି କହିଥିଲେ, ବାସ୍ତବରେ ଦୀର୍ଘ ୪ ବର୍ଷ ହେଲା ସେ ଦଳୀୟ ନେତା ଓ କର୍ମୀଙ୍କ ସହ ଯେପରି ମିଶିବା କଥା ସେପରି ମିଶିପାରି ନାହାନ୍ତି, ତେଣୁ ଦୁଃଖିତ। ଏହାସତ୍ତ୍ବେ କଂଗ୍ରେସ ଲୋକ ଏକଜୁଟ ହୋଇ ରହିଥିବାରୁ ସେ ଖୁସି ଅନୁଭବ କରିଥିଲେ। ଏହି ଅବସରରେ ସେ କହିଥିଲେ, ଆଉ ୮/୧୦ ଦିନ ପରେ ନିର୍ବାଚନ ମଣ୍ଡଳୀରେ ଏକ ବଡ଼ ଧରଣର କର୍ମୀ ସମ୍ମିଳନୀ ହେବ। ପ୍ରତ୍ୟେକେ ସଙ୍ଗଠିତ ହୋଇ ଆଗାମୀ କାର୍ଯ୍ୟପନ୍ଥା ଉପରେ ନିଷ୍ପତ୍ତି ନେବେ ବୋଲି ଚିରଞ୍ଜୀବ କହିଥିଲେ। ବିଜେଡିରେ ମିଶିବେ ବୋଲି ୪ ବର୍ଷ ହେବ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଲାଗି ରହୁଥିବାରୁ ସେ ସଂକ୍ରାନ୍ତରେ ପଚରାଯିବାରୁ ସେ କହିଛନ୍ତି, ସେ କହିଥିଲେ ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳିଆ। ସେହିପରି ଯଦି ବିଜେଡିରୁ ଟିକେଟ ମିଳେ ପ୍ରଶ୍ନର  ଉତ୍ତରରେ କହିଥିଲେ, ଯଦି  କିମ୍ବା ସ୍ପେକୁଲେଶନର କିଛି ଉତ୍ତର ନ ଥାଏ। ତାଙ୍କ ଉପରେ ଏମିତି ବହୁତ ଆଲୋଚନା ହେଉଛି। ତେଣୁ ତା’ର କିଛି ଅର୍ଥ ନାହିଁ। ଠିକ ସମୟରେ ସେ ଏନେଇ ନିଷ୍ପତ୍ତି ନେବେ। କର୍ମୀମାନଙ୍କ ଧୈର୍ଯ୍ୟ ବହୁତ, ବରଂ ଅନ୍ୟମାନେ ଅଧୈର୍ଯ୍ୟ ହେଉଛନ୍ତି। ତେଣୁ ବ୍ୟସ୍ତ ହେବା ଉଚିତ ନୁହେଁ। ବ୍ୟାନରରେ ହାତ ଚିହ୍ନ ନ ଥିବା ସମ୍ପର୍କରେ କିନ୍ତୁ କୌଣସି ଉତ୍ତର ଦେଇ ନ ଥିଲେ। ଶେଷରେ ସମୟକୁ ଅପେକ୍ଷା କରନ୍ତୁ। ସମୟ ପାଖେଇ ଆସୁଥିଲେ ସୁଦ୍ଧା ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ। ଏବେଠୁ ସବୁ କହିଦେଲେ ଆଗକୁ କ’ଣ ରହିବ ବୋଲି ପାଲଟା ପ୍ରଶ୍ନ କରି ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇଥିଲେ।
ବନ୍ଧୁମିଳନରେ ନାଉଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ପରିଡ଼ା, ଜିଲା କଂଗ୍ରେସ ଉପସଭାପତି ବିଚିତ୍ରାନନ୍ଦ ଲେଙ୍କା, ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ବେହୁରା, ସରପଞ୍ଚ ଲିପକ ସାହୁ, ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ବେଣୁଧର ସ୍ବାଇଁ, ଜିଲା ପରିଷଦ ପୂର୍ବତନ ସଭ୍ୟ ଦୁଃଶାସନ ନାୟକ, ପୂର୍ବତନ ଡେରିକି ସରପଞ୍ଚ ପ୍ରମିଳା ବିଶ୍ୱାଳ, ସୁନୀଲ ମାଟିଆ ପ୍ରମୁଖ ଯୋଗଦେଇ ଦେଇଥିଲେ।  କୁହାଯାଉଛି ଯେହେତୁ ଚିରଞ୍ଜୀବ କେଉଁ ଦଳରୁ ପ୍ରାର୍ଥୀ ହେବାକୁ ଚାହାନ୍ତି ସ୍ପଷ୍ଟ କରି ନ ଥିଲେ, ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଭିନ୍ନ ଆକଳନ କରୁଛନ୍ତି। ସେ ସମ୍ଭବତଃ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri