Posted inଜାତୀୟ

ଚିରାଗଙ୍କ ଦଳକୁ ‘ଭୋଟ କଟର’ପାର୍ଟି ବୋଲି କହିଲେ ଜାଭେଡକର

ନୂଆଦିଲ୍ଲୀ,୧୬ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ରାଜ୍ୟରେ ଏବେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟାର ଶେଷ ଦିବସ ସହ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟ ପାଖେଇ ଆସୁଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟନେତାମାନେ ମଧ୍ୟ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି । ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶୱାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଚିରାଗ ଯଦି ବିହାରବାସୀଙ୍କ ପାଖରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ତେବେ ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତାଙ୍କ ନାଁ ନେଇ ଲୋକଙ୍କୁ ଭ୍ରମରେ ପକାଉଛନ୍ତି । ଆମର କୌଣସି ‘ବି’ ଅବା ‘ସି’ ଟିମ୍ ନାହିଁ । ତେଣୁ ଏନ୍‌ଡିଏକୁ ଏଥର ସ୍ପଷ୍ଟ ବହୁମତ ମିଳିବ । ଚିରାଗ ପାଶୱାନଙ୍କ ଦଳ ହେଉଛି କେବଳ ଭୋଟ କାଟିବା ଦଳ । ଏହା ପୂର୍ବରୁ ମଧ୍ୟ ସୁଶିଲ କୁମାର ମୋଦି ଚିରାଗଙ୍କ ଲୋକ ଜନଶକ୍ତି ପାର୍ଟି ଉପରେ ଖୁବ୍ ଗର୍ଜିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri