Posted inଖେଳ

‘ଚିନ୍ତା କର ନାହିଁ, ସେ ବ୍ୟାଟିଂ କରିବେ’; ରୋହିତଙ୍କ ପ୍ରଶଂସକଙ୍କୁ ଏଭଳି ଜବାବ ଦେଲେ ଆକାଶ ଅମ୍ବାନୀ

ଦୁବାଇ,୨୧।୧୨: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦିଆଯାଇଛି। ଏନେଇ ଘୋଷଣା ହେବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଆଇପିଏଲ୍‌ର ଅକ୍ସନ ସମୟରେ ମଧ୍ୟ ଜଣେ ପ୍ରଶଂସକ ‘ରୋହିତଙ୍କୁ ଫେରାଇ ଆଣ’ ବୋଲି ଚିତ୍କାର କରିଥିଲେ। ଏହାର ଜବାବ ଦେଇଥିଲେ ଆକାଶ ଅମ୍ବାନୀ।

ଗତ ୧୧ ସିଜନରେ ଅଧିନାୟକ ଭାବେ ମୁମ୍ବାଇକୁ ୫ ଟାଇଟଲ ଜିତାଇବାରେ ସଫଳ ହୋଇଥିଲେ ରୋହିତ। ହେଲେ ହଠାତ ତାଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ସୁଯୋଗ ଦିଆଯିବା ପରେ ମୁମ୍ବାଇର ପ୍ରଶଂସକ ଖୁସି ନାହାନ୍ତି। ଅନେକ ଏହି ଘୋଷଣାକୁ ଶୁଣିବା ପରେ ମୁମ୍ବାଇକୁ ଅନ୍‌ଫଲୋ କରିଦେଇଥିଲେ। ଏପରିକି ଲୋକେ ମୁମ୍ବାଇ ଜର୍ସି ଜଳାଇବାର ଭିଡିଓ ସାମ୍ନାକୁ ଆସିଥିଲା।

ଆଇପିଏଲ୍‌ ଅକ୍ସନ ସମୟରେ ଯେତେବେଳେ ଜଣେ ପ୍ରଶଂସକ ରୋହିତଙ୍କୁ ଫେରାଇ ଆଣିବାକୁ କହିଥିଲେ ସେତେବେଳେ ଜବାବ ଦେଇ ଆକାଶ କହିଥିଲେ, ‘ଚିନ୍ତା କର ନାହିଁ, ସେ ବ୍ୟାଟିଂ କରିବେ’। ତେବେ ଏହି ଘଟଣାର ଭିଡିଓ ଉପଲବ୍ଧ ନ ଥିଲେ ହେଁ ମଙ୍ଗଳବାର ଦଳର ଏକ୍ସ ଆକାଉଣ୍ଟରୁ ତାହା ସତ୍ୟ ବୋଲି କୁହାଯାଇଛି।

କହିରଖୁଛୁ, ୨୦୧୫ରେ ୧୦ ଲକ୍ଷ ଟଙ୍କାରେ ମୁମ୍ବାଇ ହାର୍ଦ୍ଦିକଙ୍କୁ କିଣିଥିଲା। ସେ ୨୦୨୨ରେ ମୁମ୍ବାଇ ଦ୍ୱାରା ରିଟେନ କରା ନ ଯିବା ପରେ ଗୁଜରାଟରେ ସାମିଲ ହୋଇଥିଲେ। ଦଳର ଅଧିନାୟକ ଭାବେ ସେ ପ୍ରଥମ ସିଜନ୍‌ରେ ହିଁ ଟାଇଟଲ ଜିତି ଇତିହାସ ରଚିଥିଲେ। ଏହାପରେ ୨୦୨୩ ଅକ୍ସନ ଠିକ୍‌ ପୂର୍ବରୁ ସେ ପୁଣିଥରେ ମୁମ୍ବାଇ ସହ ଯୋଡ଼ି ହୋଇଥିଲେ। ତୁରନ୍ତ ତାଙ୍କୁ ରୋହିତଙ୍କ ସ୍ଥାନରେ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri