ପ୍ରୀତିମାନ ସହ ବାଇକ୍‌ରେ ଆସି ଡେଇଁଥିଲେ ଚିନ୍ମୟୀ

ସମ୍ବଲପୁର,୧୩ା୩(ବ୍ୟୁରୋ):ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ପାଣିରେ ବୁଡି ମୃତ୍ୟୁ ଘଟିଥିବା ନେଇ ପୋଲିସ ବାରମ୍ବାର କହୁଛି। ଏପରି କି ବ୍ୟବଚ୍ଛେଦ ରିପୋର୍ଟ, ଡାଏଟମ୍‌ ରିପୋର୍ଟକୁ ଆଧାର କରି ପ୍ରମାଣିତ କରିବାକୁ ଚାହୁଁଛି। ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ପରିବାର କିମ୍ବା ସାଧାରଣ ଲୋକଙ୍କ ମନରେ ପୂର୍ବରୁ ସନ୍ଦେହ ନ ଥିଲା। ହେଲେ ଯୋଜନାବଦ୍ଧ ଭାବେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଅଭିଯୋଗ କରିଥିବା ବେଳେ ସାଧରଣରେ ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟପଟେ ପୁରୁଷବନ୍ଧୁ ପ୍ରୀତିମାନ ପୋଲିସ ଆଗରେ ବୟାନ ଦେଇ କହିଥିଲେ, ଚିନ୍ମୟୀ ଅନ୍ୟଦିନ ଭଳି ପିସି ବ୍ରିଜ୍‌କୁ ଯିବାକୁ କହିଥିଲେ। ବାଇକ୍‌ରେ ଉଭୟେ ଆସିଥିଲୁ। ବାଇକ୍‌ ଛିଡା କରିବାର କିଛିସମୟ ପରେ ହଠାତ୍‌ ବ୍ରିଜ ଉପରୁ ପାଣିକୁ ଡେଇଁ ପଡିଥିବା ସେ ପୋଲିସକୁ କହିଥିଲେ। ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶି ହେଉଛନ୍ତି ପୁରୁଷବନ୍ଧୁ ପ୍ରୀତିମାନ। ପ୍ରୀତିମାନ ରାଜ୍ୟ ଗୃହ ବିଭାଗ ଯୁଗ୍ମସଚିବ ପ୍ରଣବ କୁମାର ଦେଙ୍କ ପୁଅ ବୋଲି ପୋଲିସ ତାଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ଖୋଦ ଏସ୍‌ପି ବାତୁଳା ଗଙ୍ଗାଧର ଘଟଣାର ତଦନ୍ତ ଚାଲିଥିବା କହୁଥିବା ବେଳେ ପ୍ରୀତିମାନଙ୍କୁ କ୍ଲିନଚିଟ୍‌ ଦେବା ଭଳି ସୂଚନା ଦେଉଛନ୍ତି, ଯାହାକି ଜିଲା ପୋଲିସକୁ ଆହୁରି ସନ୍ଦେହ ଘେରକୁ ଟାଣି ଆଣୁଛି। ପିସି ବ୍ରିଜ୍‌କୁ ଚିନ୍ମୟୀ ଆସିବା ପାଇଁ ପ୍ରୀତିମାନଙ୍କୁ କହିଥିଲେ। ଏହା ପୂର୍ବରୁ ପ୍ରୀତିମାନଙ୍କ ସହ ଏକାଠି ଢାବାରେ ଖାଇଥିଲେ। ପରେ ଉଭୟ ବୁଲାବୁଲି କରି ରାତିରେ ପିସି ବ୍ରିଜକୁ ଯାଇଥିଲେ। ଏତେ କମ୍‌ ସମୟରେ ଉଭୟଙ୍କ ମଧ୍ୟରେ ଏଭଳି କ’ଣ ଘଟିଥିଲା ଯେ, ବାଇକ୍‌ରେ ଆସିବା ମାତ୍ରେ ବ୍ରିଜ ଉପରୁ ଚିନ୍ମୟୀ ପାଣି ଭିତରକୁ ଡେଇଁ ପଡିଥିଲେ ତାହା ତଦନ୍ତସାପେକ୍ଷ। ଢାବାରେ ଖାଉଥିବା ଭିଡିଓ ଥିଲେ ମଧ୍ୟ ସେ ଦିଗରେ ପୋଲିସ ଖୋଳତାଡ କରୁନାହିଁ।
ଅନ୍ୟପଟେ ଖବରଦାତା ସମ୍ମିଳନୀରେ ଏସ୍‌ପି ଗଙ୍ଗାଧର ସୂଚନା ଦେଇ କହିଥିଲେ, ହତ୍ୟା ଅଭିଯୋଗ ପରେ ଚିନ୍ମୟୀ ଓ ପ୍ରୀତିମାନଙ୍କ ମୋବାଇଲ ହ୍ବାଟ୍ସଆପ୍‌, ଲାପଟପ୍‌, ବ୍ୟାଗ୍‌, ଡାଏରି, ଜିମେଲ ମେସେଜ ଭଳି ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ସେଥିରେ ଉଭୟଙ୍କ ଝଗଡା କିମ୍ବା ଭୟଭୀତ କରିବା ଭଳି ସୂଚନା ନାହିଁ। ଉଭୟଙ୍କ ସାଙ୍ଗକୁ ପଚରାଉଚୁରା କରିବା ପରେ ଚିନ୍ମୟୀଙ୍କୁ ପ୍ରୀତିମାନ ମାରିଦେବାକୁ ଯୋଜନା କରିବା ଭଳି କୌଣସି ତଥ୍ୟ ମିଳିନାହିଁ। ମୃତ୍ୟୁ ପୂର୍ବରୁ ଚିନ୍ମୟୀଙ୍କ ସହ କୌଣସି ଶାରୀରିକ ନିର୍ଯାତନା ବା ସମ୍ପର୍କ ରଖାଯାଇ ନ ଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି ବୋଲି ସେ କହିଥିଲେ। ଉଭୟଙ୍କ ମଧ୍ୟରେ କ’ଣ ଘଟିଥିଲା ଯଦ୍ଦ୍ବାରା ଜଣେ ଉଚ୍ଚଶିକ୍ଷିତ କର୍ମଜୀବୀ ଯୁବତୀ ଶେଷରେ ଜୀବନ ହାରିଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏସ୍‌ପି ଗଙ୍ଗାଧର କହିଛନ୍ତି, ଘଟଣା ସମୟରେ ପ୍ରୀତିମାନ ଉପସ୍ଥିତ ଥିଲେ। ତାଙ୍କର ବୟାନ ଓ ଅନ୍ୟ ଦିଗକୁ ନେଇ ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ଫେବୃୟାରୀ ୨୮ରେ ଭିସୁଟ୍‌ରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ଯୋଗଦେଇ ସାର୍ଟିଫିକେଟ ଓ ମେଡାଲ ଗ୍ରହଣ କରିଥିଲେ। ପରେ ପୁରୁଷବନ୍ଧୁ ପ୍ରୀତିମାନଙ୍କ ସହ ଖାଇବା ଓ ବୁଲିବାକୁ ଯାଇଥିଲେ। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲରେ ପଡିଯାଇ ନିଖୋଜ ହୋଇଯାଇଥିଲେ। ବୁର୍ଲା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପରଦିନ ପାଓ୍ବାର ଚ୍ୟାନେଲ ପାଣି ଭିତରୁ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ହତ୍ୟା ମାମଲା (ନଂ.୯୬/୨୩) ରୁଜୁ ହୋଇଥିଲା। ଘଟଣାରେ ରାଜ୍ୟ ଗୃହ ବିଭାଗ ଯୁଗ୍ମସଚିବ ପ୍ରଣବ ଦେଙ୍କ ପୁଅ ପ୍ରୀତିମାନ ଓ ମାସନ ଟୁଡୁଙ୍କୁ ପୋଲିସ ଅଟକ ରଖିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡି ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ପରେ ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ ପରୀକ୍ଷା କରାଯାଇଥିଲା। ଏଥିରେ ଉଭୟ ସତ କହିଥିଲେ ଅର୍ଥାତ୍‌ ପୋଲିସ ତଦନ୍ତ କରି ଯାହା ପାଇଥିଲା ତାହା ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେସରକାରୀ ଜାଗାରେ ୫୦ ବର୍ଷର ସ୍କୁଲ୍‌, ଛାଡ଼ିବା ପାଇଁ ନୋଟିସ୍‌

ଜମନକିରା,୨୯ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ସଦର ମହକୁମାସ୍ଥିତ କଦଳୀମୁଣ୍ଡା ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟକୁ ନିଜ ଜାଗା ଦାବି କରି ସ୍କୁଲକୁ ନୋଟିସ୍‌ କରାଯାଇଛି।...

ରବି ଧାନ ବିକ୍ରି, ୧୯ରୁ ଖୋଲିବ ମଣ୍ଡି

ବୌଦ୍ଧ,୭ା୫(ସ୍ବ.ପ୍ର.)-ରବି ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୯ରୁ ମଣ୍ଡି ଖୋଲିବ ବୋଲି ବୁଧବାର ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ...

ସାନଭାଇ ଗୁଳିମାଡ଼ରେ ବଡ଼ଭାଇ ଗୁରୁତର

ଉଦଳା,୨୧ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ସାନଭାଇ ଗୁଳିମାଡ଼ରେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି।...

ଟ୍ରଲର ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ରଗଡି,୮ା୯(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଛକରେ ଗୁରୁବାର ସକାଳେ ଏକ ଟ୍ରଲର ଧକ୍କାରେ ସ୍ବାମୀଙ୍କ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

କୋରେଇ ଦୁର୍ଘଟଣା: ଦୋଷୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା କୋରେଇ ଷ୍ଟେଶନରେ ମାଲବାହୀ ଟ୍ରେନ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ...

ଦ୍ୱାରଶୁଣି ଘାଟିରେ ଟ୍ରେଲର ଦୁର୍ଘଟଣାଗ୍ରସ୍ତ: ତେଲ ବୋହିନେଲେ ଲୋକେ

ବାଙ୍ଗିରିପୋଷି, ୧।୩(ଡି.ଏନ.ଏ.)-ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ଶନିବାର ସକାଳେ ଏକ ଆଇରନ ଡଷ୍ଟ ବୋଝେଇ ଟ୍ରେଲର ଯୋଡାରୁ ଖଡଗପୁର...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ଅସ୍ବାଭାବିକ ଆଚରଣ, କର୍ମଚାରୀ ରାତି ଅନିଦ୍ରା

କଣ୍ଟାପଡ଼ା,୧୩ା୫(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଙ୍ଗଳବାରଠାରୁ ରହିଥିବା ଜଣେ ପ୍ରବାସୀ ଅନ୍ତେବାସୀଙ୍କ ପାଇଁ ଉକ୍ତ କେନ୍ଦ୍ର ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ରାତି...

ନକଲି ନୋଟ୍‌ ଛାପୁଥିବା ର଼୍ୟାକେଟ୍‌ ଠାବ: ୩ ଗିରଫ

ଲଖନପୁର,୨୮ା୧୧(ଡି.ଏନ୍‌.ଏ.)-ଝାରସୁଗୁଡ଼ା ଜିଲା ବନହରପାଲି ଥାନା ପୋଲିସ ନକଲି ନୋଟ୍‌ ଛାପୁ ଥିବା ଏକ ର଼୍ୟାକେଟ୍‌ର ୩ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ଝାରସୁଗୁଡ଼ା କୋର୍ଟ ଚାଲାଣ...

Advertisement
Archives

Model This Week