ପ୍ରୀତିମାନ ସହ ବାଇକ୍‌ରେ ଆସି ଡେଇଁଥିଲେ ଚିନ୍ମୟୀ

ସମ୍ବଲପୁର,୧୩ା୩(ବ୍ୟୁରୋ):ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ପାଣିରେ ବୁଡି ମୃତ୍ୟୁ ଘଟିଥିବା ନେଇ ପୋଲିସ ବାରମ୍ବାର କହୁଛି। ଏପରି କି ବ୍ୟବଚ୍ଛେଦ ରିପୋର୍ଟ, ଡାଏଟମ୍‌ ରିପୋର୍ଟକୁ ଆଧାର କରି ପ୍ରମାଣିତ କରିବାକୁ ଚାହୁଁଛି। ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ପରିବାର କିମ୍ବା ସାଧାରଣ ଲୋକଙ୍କ ମନରେ ପୂର୍ବରୁ ସନ୍ଦେହ ନ ଥିଲା। ହେଲେ ଯୋଜନାବଦ୍ଧ ଭାବେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଅଭିଯୋଗ କରିଥିବା ବେଳେ ସାଧରଣରେ ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟପଟେ ପୁରୁଷବନ୍ଧୁ ପ୍ରୀତିମାନ ପୋଲିସ ଆଗରେ ବୟାନ ଦେଇ କହିଥିଲେ, ଚିନ୍ମୟୀ ଅନ୍ୟଦିନ ଭଳି ପିସି ବ୍ରିଜ୍‌କୁ ଯିବାକୁ କହିଥିଲେ। ବାଇକ୍‌ରେ ଉଭୟେ ଆସିଥିଲୁ। ବାଇକ୍‌ ଛିଡା କରିବାର କିଛିସମୟ ପରେ ହଠାତ୍‌ ବ୍ରିଜ ଉପରୁ ପାଣିକୁ ଡେଇଁ ପଡିଥିବା ସେ ପୋଲିସକୁ କହିଥିଲେ। ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶି ହେଉଛନ୍ତି ପୁରୁଷବନ୍ଧୁ ପ୍ରୀତିମାନ। ପ୍ରୀତିମାନ ରାଜ୍ୟ ଗୃହ ବିଭାଗ ଯୁଗ୍ମସଚିବ ପ୍ରଣବ କୁମାର ଦେଙ୍କ ପୁଅ ବୋଲି ପୋଲିସ ତାଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ଖୋଦ ଏସ୍‌ପି ବାତୁଳା ଗଙ୍ଗାଧର ଘଟଣାର ତଦନ୍ତ ଚାଲିଥିବା କହୁଥିବା ବେଳେ ପ୍ରୀତିମାନଙ୍କୁ କ୍ଲିନଚିଟ୍‌ ଦେବା ଭଳି ସୂଚନା ଦେଉଛନ୍ତି, ଯାହାକି ଜିଲା ପୋଲିସକୁ ଆହୁରି ସନ୍ଦେହ ଘେରକୁ ଟାଣି ଆଣୁଛି। ପିସି ବ୍ରିଜ୍‌କୁ ଚିନ୍ମୟୀ ଆସିବା ପାଇଁ ପ୍ରୀତିମାନଙ୍କୁ କହିଥିଲେ। ଏହା ପୂର୍ବରୁ ପ୍ରୀତିମାନଙ୍କ ସହ ଏକାଠି ଢାବାରେ ଖାଇଥିଲେ। ପରେ ଉଭୟ ବୁଲାବୁଲି କରି ରାତିରେ ପିସି ବ୍ରିଜକୁ ଯାଇଥିଲେ। ଏତେ କମ୍‌ ସମୟରେ ଉଭୟଙ୍କ ମଧ୍ୟରେ ଏଭଳି କ’ଣ ଘଟିଥିଲା ଯେ, ବାଇକ୍‌ରେ ଆସିବା ମାତ୍ରେ ବ୍ରିଜ ଉପରୁ ଚିନ୍ମୟୀ ପାଣି ଭିତରକୁ ଡେଇଁ ପଡିଥିଲେ ତାହା ତଦନ୍ତସାପେକ୍ଷ। ଢାବାରେ ଖାଉଥିବା ଭିଡିଓ ଥିଲେ ମଧ୍ୟ ସେ ଦିଗରେ ପୋଲିସ ଖୋଳତାଡ କରୁନାହିଁ।
ଅନ୍ୟପଟେ ଖବରଦାତା ସମ୍ମିଳନୀରେ ଏସ୍‌ପି ଗଙ୍ଗାଧର ସୂଚନା ଦେଇ କହିଥିଲେ, ହତ୍ୟା ଅଭିଯୋଗ ପରେ ଚିନ୍ମୟୀ ଓ ପ୍ରୀତିମାନଙ୍କ ମୋବାଇଲ ହ୍ବାଟ୍ସଆପ୍‌, ଲାପଟପ୍‌, ବ୍ୟାଗ୍‌, ଡାଏରି, ଜିମେଲ ମେସେଜ ଭଳି ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ସେଥିରେ ଉଭୟଙ୍କ ଝଗଡା କିମ୍ବା ଭୟଭୀତ କରିବା ଭଳି ସୂଚନା ନାହିଁ। ଉଭୟଙ୍କ ସାଙ୍ଗକୁ ପଚରାଉଚୁରା କରିବା ପରେ ଚିନ୍ମୟୀଙ୍କୁ ପ୍ରୀତିମାନ ମାରିଦେବାକୁ ଯୋଜନା କରିବା ଭଳି କୌଣସି ତଥ୍ୟ ମିଳିନାହିଁ। ମୃତ୍ୟୁ ପୂର୍ବରୁ ଚିନ୍ମୟୀଙ୍କ ସହ କୌଣସି ଶାରୀରିକ ନିର୍ଯାତନା ବା ସମ୍ପର୍କ ରଖାଯାଇ ନ ଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି ବୋଲି ସେ କହିଥିଲେ। ଉଭୟଙ୍କ ମଧ୍ୟରେ କ’ଣ ଘଟିଥିଲା ଯଦ୍ଦ୍ବାରା ଜଣେ ଉଚ୍ଚଶିକ୍ଷିତ କର୍ମଜୀବୀ ଯୁବତୀ ଶେଷରେ ଜୀବନ ହାରିଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏସ୍‌ପି ଗଙ୍ଗାଧର କହିଛନ୍ତି, ଘଟଣା ସମୟରେ ପ୍ରୀତିମାନ ଉପସ୍ଥିତ ଥିଲେ। ତାଙ୍କର ବୟାନ ଓ ଅନ୍ୟ ଦିଗକୁ ନେଇ ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ଫେବୃୟାରୀ ୨୮ରେ ଭିସୁଟ୍‌ରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ଯୋଗଦେଇ ସାର୍ଟିଫିକେଟ ଓ ମେଡାଲ ଗ୍ରହଣ କରିଥିଲେ। ପରେ ପୁରୁଷବନ୍ଧୁ ପ୍ରୀତିମାନଙ୍କ ସହ ଖାଇବା ଓ ବୁଲିବାକୁ ଯାଇଥିଲେ। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲରେ ପଡିଯାଇ ନିଖୋଜ ହୋଇଯାଇଥିଲେ। ବୁର୍ଲା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପରଦିନ ପାଓ୍ବାର ଚ୍ୟାନେଲ ପାଣି ଭିତରୁ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ହତ୍ୟା ମାମଲା (ନଂ.୯୬/୨୩) ରୁଜୁ ହୋଇଥିଲା। ଘଟଣାରେ ରାଜ୍ୟ ଗୃହ ବିଭାଗ ଯୁଗ୍ମସଚିବ ପ୍ରଣବ ଦେଙ୍କ ପୁଅ ପ୍ରୀତିମାନ ଓ ମାସନ ଟୁଡୁଙ୍କୁ ପୋଲିସ ଅଟକ ରଖିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡି ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ପରେ ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ ପରୀକ୍ଷା କରାଯାଇଥିଲା। ଏଥିରେ ଉଭୟ ସତ କହିଥିଲେ ଅର୍ଥାତ୍‌ ପୋଲିସ ତଦନ୍ତ କରି ଯାହା ପାଇଥିଲା ତାହା ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri