Posted inଫୁରସତ

କୁଶ ବାବାଜିଙ୍କ କୁଶଳ କଥା

ଜଣେ ସରଳ, ସାଦାସିଧା ଏବଂ ଗାଉଁଲି ବ୍ୟକ୍ତି ଥିଲେ କୁଶ ବାବା l ଗୃହୀ ବୈଷ୍ଣବ l ବୃତ୍ତିରେ ଜଣେ କୃଷକ l କିନ୍ତୁ ଜଣେ ସିଦ୍ଧ ମହାପୁରୁଷ l ସାଂସାରିକ ନାଁ ହେଉଛି କୃଷ୍ଣଚନ୍ଦ୍ର ରାୟ l କିନ୍ତୁ ଭକ୍ତମାନଙ୍କ ମୁହଁରେ ସେ କୁଶ ବା କୁଶିଆ ବାବା ନାମରେ ବିଖ୍ୟାତ l କେବେ ଚାଟଶାଳୀର ଦୁଆରମୁହଁ ମାଡ଼ି ନାହାନ୍ତି କିନ୍ତୁ ଗୀତା, ଭାଗବତ, ପୁରାଣ, ମହାଭାରତ ଆଉ ରାମାୟଣ ସବୁ ଅସ୍ଥିମଜ୍ଜାଗତ l ଏ ସବୁର ସୁନ୍ଦର ବିବେଚନା କେଡ଼େ କେଡ଼େ ଶିକ୍ଷିତ ଆଉ ପଣ୍ଡିତମାନଙ୍କୁ ବି ଆଶ୍ଚର୍ଯ୍ୟଚକିତ କରାଏ l ସବୁ ଜଟିଳ ପ୍ରଶ୍ନର ସରଳ ଏବଂ ମନମତାଣିଆ ଉତ୍ତର ତାଙ୍କ ପାଖରେ ଥାଏ l ଦିନେ ଜଣେ ଭକ୍ତ କୁଶ ବାବାଜିଙ୍କୁ ପଚାରିଲେ ଆଜ୍ଞା, ରାମଚନ୍ଦ୍ର ତ ଭଗବାନ ଥିଲେ l ତାଙ୍କ ସ୍ତ୍ରୀ ସୀତା ସତୀ ଥିଲେ କି ନ ଥିଲେ ସେ କ’ଣ ଜାଣି ପାରୁ ନ ଥିଲେ? ସେଥିପାଇଁ ସୀତାଙ୍କୁ ସର୍ବ ସମ୍ମୁଖରେ ଅଗ୍ନି ପରୀକ୍ଷା ଦେବା ଯାଏ କଥା ଗଲା କାହିଁକି?

ବାବାଜି ହସି ହସି କହିଲେ, ତୁମେ ତ ଏଣେ ତାଙ୍କୁ ଭଗବାନ ବୋଲି କହିଲ l ତେଣେ ତାଙ୍କ କାର୍ଯ୍ୟ ଧାରାକୁ ତୁମ କଚେରିରେ କାହିଁକି ପକାଉଚ? ଗୋଟିଏ ଧାରାରେ ଯାଅ l ରାମଙ୍କୁ ଭଗବାନ ବୋଲି ଭାବ ନଚେତ୍‌ ଜଣେ ମନୁଷ୍ୟ ବୋଲି ଭାବ l ତାଙ୍କୁ ଭଗବାନ ବୋଲି ଭାବିବ କିନ୍ତୁ ତାଙ୍କ କାର୍ଯ୍ୟଶୈଳୀକୁ ମାନବର ବୁଦ୍ଧିରେ ତଉଲିବ, ଏହା କିପରି କଥା? ସୀତା ଲଙ୍କାରେ ଥିଲେ ବି ତାଙ୍କ ମନ ସଦାସର୍ବଦା ଶ୍ରୀରାମଙ୍କ ଚରଣ କମଳରେ ଥିଲା l ସେ ଥିଲେ ସତୀ l ତାଙ୍କର ସତୀତ୍ୱକୁ ଅନ୍ୟ ଚରିତ୍ରହୀନା ନାରୀମାନେ କିପରି ବିଶ୍ୱାସକୁ ନେବେ? ଅନ୍ୟପକ୍ଷରେ କିନ୍ତୁ ଯିଏ ପ୍ରକୃତରେ ରାଜା ସେ ତା’ ରାଜ୍ୟର ସବୁ ବର୍ଗର ପ୍ରଜାଙ୍କୁ ସନ୍ତୁଷ୍ଟ କରି ରଖିବାର ଦକ୍ଷତା ଥିବା ଦରକାର l ତେଣୁ ଯେତେବେଳେ କତିପୟ ପ୍ରଜା ସୀତାଙ୍କ ସତୀତ୍ୱ ଉପରେ ସନ୍ଦେହ ପ୍ରକଟ କଲେ, ସେତେବେଳେ ରାଜା ହିସାବରେ ତାଙ୍କ କଥା ବୁଝିବା ବି ରାମଙ୍କର କର୍ତ୍ତବ୍ୟ l ରାମ ଅବତାର ନେଇ କାହିଁକି ଆସିଥିଲେ? ତାଙ୍କ ଅବତାର ନେବାର ଲକ୍ଷ୍ୟ ଥିଲା କେବଳ ମଣିଷ ପ୍ରକୃତିର ମର୍ଯ୍ୟାଦାକୁ ପ୍ରତିଷ୍ଠା କରିବା- ଯାହା ସତ୍ୟ ତାହାକୁ ପ୍ରତିଷ୍ଠା କରିବା l ସୀତା ତ ସତୀ ଥିଲେ l ଏକଥା ଶ୍ରୀରାମଙ୍କୁ ଯେତେ ଜଣାଥିଲେ ବି ରାଜା ହିସାବରେ ଜନସମୁଦାୟଙ୍କ ଆଗରେ ଉକ୍ତ ସତ୍ୟକୁ ପ୍ରତିଷ୍ଠା କରାଇବା ହିଁ ରାଜାର ପରମ ଧର୍ମ l ସେଥିପାଇଁ ସେ ସୀତାଙ୍କର ଅଗ୍ନି ପରୀକ୍ଷା ନେଇଥିଲେ l
ଦିନେ ଆଉ ଜଣେ ଶିଷ୍ୟ ତାଙ୍କୁ ପ୍ରଶ୍ନ କଲେ – ଆପଣ ଆମକୁ ସବୁବେଳେ କୁହନ୍ତି ଯେ, ପର ଝିଅ ବା ସ୍ତ୍ରୀଙ୍କ ଉପରେ କୁଦୃଷ୍ଟି ପକାଇବ ନାହିଁ l ପର ସ୍ତ୍ରୀ ହରଣ ମହାପାପ l ହେଲେ ଶ୍ରୀକୃଷ୍ଣ ମହାପ୍ରଭୁ ହୋଇ ସେ କେମିତି ଷୋଳ ହଜାର ସ୍ତ୍ରୀଙ୍କୁ ବାହା ହୋଇଥିଲେ? ସେମାନଙ୍କ ଛଡ଼ା ଆଉ ଆଠ ଜଣ ବି ଥିଲେ l ଏମିତି ହେଲେ ଆଜିକାର ଟୋକାଟାକେଳିଆମାନେ କ’ଣ ଶିଖିବେ?

କୁଶ ବାବାଜି କହିଲେ, ଆଚ୍ଛା ଏମିତି କଥା l କୃଷ୍ଣ ସାତଦିନ କାଳ ଗିରି ଗୋବର୍ଦ୍ଧନ ପର୍ବତକୁ ନିଜ କାଣି ଆଙ୍ଗୁଠିରେ ରଖିଥିଲେ l ତୁମେ ଗୋଟିଏ ସେକେଣ୍ଡ ପାଇଁ ରଖିବଟି ଦେଖି? ତା’ ପରେ ରହିଲା ବିବାହ କଥା l ତୁମେମାନେ ଗୋଟିଏ ଗୋଟିଏ ସ୍ତ୍ରୀକୁ ଚଳେଇ ପାରୁନ ଯେ କଥା ଯାଇ ଗାଁ ସଭା ବା କୋର୍ଟ କଚେରିରେ ପହଞ୍ଚୁଛି l ଭଗବାନ ଶ୍ରୀକୃଷ୍ଣଙ୍କ ବିରୋଧରେ ତାଙ୍କର କୌଣସି ସ୍ତ୍ରୀ ଆସି ତୁମମାନଙ୍କ ପାଖରେ ବା କାହା ପାଖରେ କେବେ ଅଭିଯୋଗ କରିଛନ୍ତି କି? ଯଦି ନୁହେଁ, ତେବେ ତୁମମାନଙ୍କର ଏତେ ଚିନ୍ତା କାହିଁକି? ଗୋଟିଏ ଲୋକ ଯଦି ତା’ର ଷୋଳ ହଜାର ଶହେ ଆଠ ସ୍ତ୍ରୀକୁ ଭଲରେ ରଖି ପାରିଲା ତେବେ ଏହା କ’ଣ ଏକ ଅଲୌକିକତା ନୁହେଁ? ଶିଷ୍ୟଟିର ମୁହଁ ଚୁପ l

କୁଶ ବାବାଜି ଜଣେ ସିଦ୍ଧ ଯୋଗୀ ଥିଲେ l ଶୂନ୍ୟରୁ ଗରମ ମହାପ୍ରସାଦ ସୃଷ୍ଟି କରି ଭକ୍ତ ମାନଙ୍କୁ ଦେବା, ଗାଁରେ ହଇଜା ଲାଗିଲେ ବାଡ଼ି ଖଣ୍ଡେ ଧରି ସେ ଗାଁରେ ପହଞ୍ଚିବା ଏବଂ ଫେରିବା ପରେ ରାଣ ଦେବା ପରି ହଇଜା ବନ୍ଦ ହେବା, ଆଗନ୍ତୁକଙ୍କ ମନକଥା ଜାଣି ପାରିବା, ବହୁ ଦୁରାରୋଗ୍ୟ ବ୍ୟାଧିକୁ ଭଲ କରିବା, ଦୁଃଖୀ ଦରିଦ୍ର, ନିରାଶ୍ରୟ ଏବଂ କୁଷ୍ଠ ରୋଗୀଙ୍କୁ ମଠରେ ରଖି ସେମାନଙ୍କର ସେବା କରିବା, ବନ୍ୟା ବାତ୍ୟାରେ ଗାଁ ଗାଁ ବୁଲି ଚୁଡା ଚାଉଳ ବାଣ୍ଟିବା ଆଦି ବହୁ ଜନ ମଙ୍ଗଳକର କାର୍ଯ୍ୟ ସେ କରିଛନ୍ତି l ତାଙ୍କ ଭକ୍ତମାନଙ୍କ ମତରେ ବାବାଜିଙ୍କୁ ପଞ୍ଚଭୂତଙ୍କ ସାଧନା ଜଣାଥିଲା l ଦିନେ ତାଙ୍କ ମଠ ପାଖକୁ ବନ୍ୟା ପାଣି ଖୁବ ଜୋର୍‌ରେ ମାଡି ଆସୁଥିଲା l ମାଟିଝାଟି ଘେରା ଚାଳ ଛପର ଘରେ ଥିବା ଭକ୍ତ ମାନେ ‘ ବାବା ବଞ୍ଚାଅ’ ବୋଲି ଚିତ୍କାର କରିବାରୁ କୁଶ ବାବା ତତ୍‌କ୍ଷଣାତ ଗୋଟିଏ ଲମ୍ବା କୁଟାକୁ ଭୂଇଁ ଉପରେ ରଖି ନିଜେ ଲମ୍ବ ହୋଇ ତଳେ ପଡ଼ି ଯାଇ ପ୍ରାର୍ଥନା କଲେ ହେ ଗଙ୍ଗା ମାତା ! ଆଉ ଆଗକୁ ଆସନା l ଆମ ଅପରାଧ କ୍ଷମା କର l ସେଦିନ ବହୁ ଭକ୍ତ ଦେଖିଛନ୍ତି ବନ୍ୟା ପାଣି ଆସି କୁଶ ବାବା ଯେଉଁଠି ଥିଲେ ତାଙ୍କୁ ସ୍ପର୍ଶ କରି ପୁଣି ପଛକୁ ହଟି ଯାଇଥିଲା l ସେହିଭଳି ଆଉ ଏକ ଘଟଣା ବି ଘଟିଥିଲା l ମଠ ନିକଟସ୍ଥ ଏକ ଗାଁ ର ଗୋଟିଏ ଘରେ ନିଆଁ ଲାଗିଗଲା l ନିଆଁ ପ୍ରବଳ ବେଗରେ ଆଗକୁ ବଢୁଥିବା ବେଳେ କୁଶ ବାବା ହଠାତ ପହଞ୍ଚତ୍ ନଡ଼ିଆଟିଏ ଭୂଇଁରେ ବାଡ଼େଇ ତା’ର ପାଣିକୁ ନିଆଁ ଉପରକୁ ଛିଞ୍ଚି ଦେଇ ଭୂଇଁ ଉପରେ ଲମ୍ବ ହୋଇ ପଡି ପ୍ରାର୍ଥନା କଲେ ହେ ଅଗ୍ନି ଦେବତା ! ଆପଣଙ୍କ କୋପ ଶାନ୍ତ କରନ୍ତୁ l ଆଶ୍ଚର୍ଯ୍ୟ ! ଏତିକି କଥାରେ ପ୍ରବଳକାୟ ଅଗ୍ନି ତୁରନ୍ତ ନିର୍ବାପିତ ହୋଇଗଲେ l

କୁଶ ବାବା ତାଙ୍କ ଜୀବନରେ ବହୁ ରୋଗୀଙ୍କୁ ଅଲୌକିକ ଉପାୟରେ ଆରୋଗ୍ୟ କରାଇଛନ୍ତି l ଦିନେ ଜଣେ ମା ତା’ର ଏକ ଭେଣ୍ଡିଆ ପୁଅକୁ ଧରି ଆସି କୁଶ ବାବାଙ୍କ ମଠରେ ପହଞ୍ଚିଲା l ପୁଅଟି ପାଗଳ l କେତେ ଡାକ୍ତର ବଇଦ, ଗୁଣୀଟୁଣିରେ ଉପଚାର ହେଲାଣି l ଫଳ ଶୂନ୍ୟ l ହେ ବାବା ! ଆପଣ ଏ ପୁଅଟିକୁ ବଞ୍ଚାନ୍ତୁ ବୋଲି କହି ମା’ ଜଣକ ବାବାଙ୍କ ପାଦ ତଳେ ଲମ୍ବ ହୋଇ ପଡ଼ିଗଲେ l ବାବା କିଛି ସମୟ ଚୁପ ରହି ନିକଟରେ ରଖା ହୋଇଥିବା ଏକ ବାଡ଼ିରେ ପିଲାଟିକୁ ଗୋଟିଏ ଶକ୍ତ ପ୍ରହାର ଦେଲେ l ପିଲାଟି ମାଡ଼ ଖାଇ ମଠ ସାରା ଇଲୋ ବୋପାଲୋ ବୋଉଲୋ ହୋଇ ଦୌଡ଼ିଲା l ବାବା ବି ତା’ ପଛେ ପଛେ ବାଡ଼ି ଧରି ପ୍ରହାର ଉପରେ ପ୍ରହାର କଷି ଦେଉଥାନ୍ତି l କିଛି ସମୟ ଏମିତି ଧାଁ ଦୌଡ଼ ପରେ ପିଲାଟି ଅଚେତ ହୋଇପଡ଼ିଗଲା l କିଛି ସମୟ ପରେ ଉଠି ଭଲ ମଣିଷଙ୍କ ପରି କଥାବାର୍ତ୍ତା କଲା l ଏହି ଗୃହୀ ସନ୍ଥ କୁଶ ବାବାଙ୍କ କଥା ଓ ଗାଥା କହି ବସିଲେ ଶେଷ ହେବନି l

ତାଙ୍କ ସାଧନା ଏବଂ ସିଦ୍ଧିର ମହକ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ଦେଶ ବିଦେଶରେ ଯାଇ ଏକଦା ପହଞ୍ଚି ଥିଲା l ଏବେ ବି ବାବାଙ୍କର ବହୁ ଅନୁଗାମୀ ଅଛନ୍ତି l ନିଜ ମୃତ୍ୟୁର ସୂଚନା ବି ବାବା ବହୁ ପୂର୍ବରୁ ଜଣାଇଥିଲେ l
ମୃତ୍ୟୁ ପୂର୍ବରୁ କିଛି ଦିନ ଯୋଗ ସମାଧିରେ ରହି ୧୯୬୫ ମସିହା ନଭେମ୍ବର କୋଡିଏ ତାରିଖ ଦିବା ଦୁଇ ଘଣ୍ଟା ସମୟରେ ଦେହ ତ୍ୟାଗ କରିଥିଲେ l ହଁ, ଏତେ କଥାବାର୍ତ୍ତା ଭିତରେ ମୁଁ ବାବାଙ୍କ ମଠର ଅବସ୍ଥିତି ବାବଦରେ କହିବାକୁ ଭୁଲିଯାଇଛି l କଟକ ଜିଲା ନିଆଳିଠାରୁ ପ୍ରାୟ ଛ ସାତ କିମି ଦୂର ଅଲଣା ପଞ୍ଚାୟତ ଅନ୍ତର୍ଗତ ବଗଲ ଗାଁ ରେ ବାବାଙ୍କ ମଠ l ମଠର ଆଉ ଏକ ବିଶେଷତ୍ୱ ହେଉଛି ମହୋତ୍ସବ ବେଳେ ପ୍ରସ୍ତୁତ ହେଉଥିବା ଡାଲମାରେ ଆଳୁ, ସାରୁ, ଓଉ, କଖାରୁ, ପୋଟଳ ଆଦି ସବୁ ପନିପରିବା ଗୋଟା ପଡି ତରକାରି ହୁଏ l ଆଜି ମହାପୁରୁଷ ଶ୍ରୀମଦ୍‌ କୁଶ ବାବାଙ୍କ କଥା ଶ୍ରୀ ସନ୍ନ୍ୟାସୀର ମନେପଡ଼ିବାର କାରଣ ହେଉଛି ମାଳିକା ଉପରେ ଥିବା ତାଙ୍କ ବିଚାର l ଏଇ ଦୁଇ ବର୍ଷ ହେଲା କରୋନା ଓ ଓମିକ୍ରନ୍‌ ଯୋଗୁ ବିଭିନ୍ନ ଗଣମାଧ୍ୟମରେ ଯୁଗ ଧ୍ବଂସ ହେବାର ଯେଉଁ ପ୍ରଚାର ତୁହାକୁ ତୁହା ହେଉଛି, ଏ ପ୍ରଚାର ବାବା ନିଜେ ଥିବା ବେଳେ ଅର୍ଥାତ୍‌ ଷାଠିଏ ବର୍ଷ ତଳେ ବି ସେମିତି ହଉଥିଲା l

ବାବା ତା’ର ଉତ୍ତର ଦେବାକୁ ଯାଇ କହୁଥିଲେ – ଯେତେବେଳେ ଯାହା ହେବା କଥା ହେବ l ସେ ସବୁ ବାବଦରେ ମୁଣ୍ଡ ନ ଖେଳାଇ ନିଜ କର୍ମ ଆଉ ଧର୍ମକୁ ଠିକ କର l ମାଳିକା ଶୁଣି ଭୟଭୀତ ହୁଅନା l ଈଶ୍ୱରଙ୍କ ପାଖେ ଶରଣ ପଶ l ସବୁ ବିପଦ ଦୂରେଇ ଯିବ l ଭାବୁଚି, ଆଜିକାର ଏ ଦୁଃସ୍ଥିତିରେ ଭ୍ରଷ୍ଟ ମଣିଷ ବାବାଙ୍କର ଏ ବାଣୀକୁ ଟିକେ କାନରେ ପୂରାଇବ l

-ଦିବ୍ୟାଲୋକ ସନ୍ଧlନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ:୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri