ବିବାହ ପ୍ରତି ଚାଇନା ଯୁବବର୍ଗଙ୍କ ମୋହଭଙ୍ଗ…

ବେଜିଂ, ୩।୪ : ଚାଇନାରେ ଏବେ ବିବାହ କରିବାକୁ ଯୁବବର୍ଗ ଅମଙ୍ଗ ହେବାରେ ଲାଗିଛନ୍ତି। ବିବାହ ପ୍ରତି ସେମାନଙ୍କର ମୋହ ଭଙ୍ଗ ହୋଇଛି। ଫଳରେ ବାର୍ଷିକ ବିବାହ ସଂଖ୍ୟା ୩୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଯାହା ସଙ୍କଟ ସୃଷ୍ଟି ହୋଇଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଯୋଗୁ ଦେଶରେ ଜନ୍ମ ହାରରେ ହ୍ରାସ ଘଟିବ। ପରିସଂଖ୍ୟାନ ଦର୍ଶାଉଛି ଯେ ୨୦୨୧ ମସିହାରେ ଚାଇନାରେ ୭୬.୩ ଲକ୍ଷ ଦମ୍ପତି ବିବାହ ପଞ୍ଜିକୃତ କରିଛନ୍ତି, ଯାହାକି ୧୯୮୬ ମସିହାରୁ ବେସାମରିକ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବନିମ୍ନତମ ସଂଖ୍ୟା।

ରାଜ୍ୟ ଖବରକାଗଜ ’ଗ୍ଲୋବାଲ ଟାଇମ୍ସ’ ଡେମୋଗ୍ରାଫି ବିଶେଷଜ୍ଞ ହି ୟାଫୁ ଲେଖିଛନ୍ତି ଯେ ବିବାହ ପଞ୍ଜିକରଣ ସଂଖ୍ୟା କମିଲେ ଚାଇନାରେ ଜନ୍ମ ହାର ହ୍ରାସ ପାଇବ। ଜାତୀୟ ପରିସଂଖ୍ୟାନ ବ୍ୟୁରୋ (ଏନବିଏସ) ଦ୍ୱାରା ଏକ ବର୍ଷର ତୁଳନାତ୍ମକ ଅଧ୍ୟୟନରୁ ଜଣାପଡିଛି ଯେ ଗତ ବର୍ଷରେ ଚାଇନାର ଜନସଂଖ୍ୟା ୫ ଲକ୍ଷରୁ କମ ବୃଦ୍ଧି ପାଇଛି। ଏହିପରି କ୍ରମାଗତ ପଞ୍ଚମ ବର୍ଷ ପାଇଁ ଜନ୍ମ ହାର ହ୍ରାସ ପାଇଛି।

ପରିସଂଖ୍ୟାନ ଦର୍ଶାଉଛି ଯେ ଗତ ତିନିବର୍ଷ ମଧ୍ୟରେ ଚାଇନାରେ ବିବାହ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ଘଟିଛି। ୨୦୧୯ରେ, ଏକ କୋଟିରୁ କମ ଦମ୍ପତିଙ୍କ ବିବାହ ପଞ୍ଜିକୃତ ହୋଇଥିବାବେଳେ ୨୦୨୦ରେ ଏହି ସଂଖ୍ୟା ୯୦ ଲକ୍ଷରୁ କମ ଥିଲା। ସେହିପରି ୨୦୨୧ରେ ଏହା ୮୦ ଲକ୍ଷରୁ କମ ଥିଲା। ଗ୍ଲୋବାଲ ଟାଇମ୍ସ ଖବର ଅନୁଯାୟୀ, ୨୦୨୧ରେ ଦମ୍ପତିଙ୍କ ସଂଖ୍ୟା ୨୦୧୩ ତୁଳନାରେ ୫୬.୬ ପ୍ରତିଶତ।

ଉଲ୍ଲେଖନୀୟ କଥା ହେଉଛି, ୨୦୧୩ ରେ, ସର୍ବାଧିକ ବିବାହ ହୋଇଥିଲା । ୧୯୭୮ ପରଠାରୁ ଚାଇନାର ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଗତ ବର୍ଷ ’ଦ ଗାର୍ଡିଆନ’ ଏହାର ଏକ ରିପୋର୍ଟରେ ଦାବି କରିଥିଲା ଯେ, ଚାଇନାରେ ଜନ ସଂଖ୍ୟା କମିବାରେ ଲାଗିଛି। ଚାଇନାର ସରକାରୀ ବିଭାଗ, ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋର ତଥ୍ୟକୁ ଦର୍ଶାଇ ରିପୋର୍ଟରେ କୁହାଯାଇଛି ଯେ୨୦୨୦ରେ ଜନ୍ମ ହାର ହଜାରେ ଲୋକଙ୍କ ପିଛା ୮.୫ ରେକର୍ଡ କରାଯାଇଛି। ଯାହା ୧୯୭୮ ଠାରୁ ସର୍ବନିମ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?