ବିବାହ ପ୍ରତି ଚାଇନା ଯୁବବର୍ଗଙ୍କ ମୋହଭଙ୍ଗ…

ବେଜିଂ, ୩।୪ : ଚାଇନାରେ ଏବେ ବିବାହ କରିବାକୁ ଯୁବବର୍ଗ ଅମଙ୍ଗ ହେବାରେ ଲାଗିଛନ୍ତି। ବିବାହ ପ୍ରତି ସେମାନଙ୍କର ମୋହ ଭଙ୍ଗ ହୋଇଛି। ଫଳରେ ବାର୍ଷିକ ବିବାହ ସଂଖ୍ୟା ୩୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଯାହା ସଙ୍କଟ ସୃଷ୍ଟି ହୋଇଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଯୋଗୁ ଦେଶରେ ଜନ୍ମ ହାରରେ ହ୍ରାସ ଘଟିବ। ପରିସଂଖ୍ୟାନ ଦର୍ଶାଉଛି ଯେ ୨୦୨୧ ମସିହାରେ ଚାଇନାରେ ୭୬.୩ ଲକ୍ଷ ଦମ୍ପତି ବିବାହ ପଞ୍ଜିକୃତ କରିଛନ୍ତି, ଯାହାକି ୧୯୮୬ ମସିହାରୁ ବେସାମରିକ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବନିମ୍ନତମ ସଂଖ୍ୟା।

ରାଜ୍ୟ ଖବରକାଗଜ ’ଗ୍ଲୋବାଲ ଟାଇମ୍ସ’ ଡେମୋଗ୍ରାଫି ବିଶେଷଜ୍ଞ ହି ୟାଫୁ ଲେଖିଛନ୍ତି ଯେ ବିବାହ ପଞ୍ଜିକରଣ ସଂଖ୍ୟା କମିଲେ ଚାଇନାରେ ଜନ୍ମ ହାର ହ୍ରାସ ପାଇବ। ଜାତୀୟ ପରିସଂଖ୍ୟାନ ବ୍ୟୁରୋ (ଏନବିଏସ) ଦ୍ୱାରା ଏକ ବର୍ଷର ତୁଳନାତ୍ମକ ଅଧ୍ୟୟନରୁ ଜଣାପଡିଛି ଯେ ଗତ ବର୍ଷରେ ଚାଇନାର ଜନସଂଖ୍ୟା ୫ ଲକ୍ଷରୁ କମ ବୃଦ୍ଧି ପାଇଛି। ଏହିପରି କ୍ରମାଗତ ପଞ୍ଚମ ବର୍ଷ ପାଇଁ ଜନ୍ମ ହାର ହ୍ରାସ ପାଇଛି।

ପରିସଂଖ୍ୟାନ ଦର୍ଶାଉଛି ଯେ ଗତ ତିନିବର୍ଷ ମଧ୍ୟରେ ଚାଇନାରେ ବିବାହ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ଘଟିଛି। ୨୦୧୯ରେ, ଏକ କୋଟିରୁ କମ ଦମ୍ପତିଙ୍କ ବିବାହ ପଞ୍ଜିକୃତ ହୋଇଥିବାବେଳେ ୨୦୨୦ରେ ଏହି ସଂଖ୍ୟା ୯୦ ଲକ୍ଷରୁ କମ ଥିଲା। ସେହିପରି ୨୦୨୧ରେ ଏହା ୮୦ ଲକ୍ଷରୁ କମ ଥିଲା। ଗ୍ଲୋବାଲ ଟାଇମ୍ସ ଖବର ଅନୁଯାୟୀ, ୨୦୨୧ରେ ଦମ୍ପତିଙ୍କ ସଂଖ୍ୟା ୨୦୧୩ ତୁଳନାରେ ୫୬.୬ ପ୍ରତିଶତ।

ଉଲ୍ଲେଖନୀୟ କଥା ହେଉଛି, ୨୦୧୩ ରେ, ସର୍ବାଧିକ ବିବାହ ହୋଇଥିଲା । ୧୯୭୮ ପରଠାରୁ ଚାଇନାର ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଗତ ବର୍ଷ ’ଦ ଗାର୍ଡିଆନ’ ଏହାର ଏକ ରିପୋର୍ଟରେ ଦାବି କରିଥିଲା ଯେ, ଚାଇନାରେ ଜନ ସଂଖ୍ୟା କମିବାରେ ଲାଗିଛି। ଚାଇନାର ସରକାରୀ ବିଭାଗ, ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋର ତଥ୍ୟକୁ ଦର୍ଶାଇ ରିପୋର୍ଟରେ କୁହାଯାଇଛି ଯେ୨୦୨୦ରେ ଜନ୍ମ ହାର ହଜାରେ ଲୋକଙ୍କ ପିଛା ୮.୫ ରେକର୍ଡ କରାଯାଇଛି। ଯାହା ୧୯୭୮ ଠାରୁ ସର୍ବନିମ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଦେଲେ ବଡ଼ ବୟାନ, ଭାଇଙ୍କ ଅଧିନାୟକତ୍ୱ ସମ୍ପର୍କରେ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୯।୭: ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ, ଅଧିନାୟକ…

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ମଧ୍ୟରେ ସଞ୍ଜୁ ସାମସନ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୭: ବ୍ୟକ୍ତିଗତ କାରଣରୁ ସଞ୍ଜୁ ସାମସନ କେରଳ କ୍ରିକେଟ ଲିଗ (KCL 2026)ରେ ଖେଳିବେ ନାହିଁ। ପୂର୍ବରୁ, କୋଚି ବ୍ଲୁ ଟାଇଗର୍ସ ସାମସନଙ୍କୁ ସେମାନଙ୍କର ରିଟେନସନ ତାଲିକାରେ…

ଆଉ ଏକ ସିରିଜ ହାରିଲା ଇଣ୍ଡିଆ; ୧ ୱିକେଟରେ ଜିତି ୨-୧ ରେ ସିରିଜ କବଜା କଲା ପଡୋଶୀ ଦେଶ

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି। ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ…

ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଇଚଇ; ସୁସ୍ମିତା ଦେବଙ୍କ ସମେତ ୩ ପୂର୍ବତନ TMC ଏମପି BJPରେ ସାମିଲ

କୋଲକାତା,୯।୭: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ତିନି ଜଣ ପୂର୍ବତନ TMC ଏମପି BJPରେ ଯୋଗ ଦେଇଛନ୍ତି। ସୁସ୍ମିତା ଦେବ, ସୁଖେନ୍ଦୁ ସେଖ ରୟ ଏବଂ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri