Posted inଜାତୀୟ

ସାମ୍ନାକୁ ଆସିଲା ଚାଇନାର ଅସଲ ଚେହେରା: ଭାରତ ବିରୋଧରେ କରୁଛି ଭିତିରିଆ ଷଡଯନ୍ତ୍ର

ନୂଆଦିଲ୍ଲୀ,୧୪।୧୦:ଭାରତ-ଚାଇନା ସୀମାରେ ଲାଗିରହିଥିବା ଉତ୍ତେଜନା ହ୍ରାସ ଲାଗି ଗୋଟିଏ ପଟେ କୂଟନୈତିକ ଉଦ୍ୟମ ଜାରି ରହିଥିବାବେଳେ ଅନ୍ୟପଟେ ବେଜିଂ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ପାର୍ଶ୍ୱ ନିକଟରେ ବିଶାଳ ବସ୍ତି ନିର୍ମାଣ କରୁଥିବା ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି। ଏଥିରେ ନିର୍ମିତ ହୋଇଥିବା ଶତାଧିକ ବିଲ୍ଡିଂ ସାମରିକ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇପାରେ। ୨୦୨୦ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଯେଉଁ ସ୍ଥାନରେ ମୁହଁାମୁହିଁ ହୋଇଥିଲା, ତାହାଠାରୁ ୩୮ କିଲୋମିଟର ଦୂରରେ ଏହି ବସ୍ତି ନିର୍ମାଣ କରାଯାଉଥିବାରୁ ଏହାକୁ ଚାଇନା ସେନା ଆଗୁଆ ଘାଟି ଭାବେ ବ୍ୟବହାର କରିପାରେ।
ବିଶ୍ୱର ସର୍ବୋଚ୍ଚ ଲୁଣିଜଳ ହ୍ରଦ ପାଙ୍ଗୋଙ୍ଗ ସୋ ଭାରତ ଦାବି କରୁଥିବା ଅଞ୍ଚଳ ବାହାରେ ଅବସ୍ଥିତ। ତେବେ ଭାରତ ଏବଂ ତିବ୍ବତ ମଧ୍ୟରେ ଅବସ୍ଥିତ ଏହି ଅଞ୍ଚଳକୁ ନେଇ ସୀମା ବିବାଦ ରହିଛି। ଗତ ୯ ତାରିଖରେ ଆମେରିକାର ମାକ୍ସାର ଟେକନୋଲୋଜି ଉକ୍ତ ଉକ୍ତ ଉପଗ୍ରହ ଚିତ୍ର ହାସଲ କରିଛି, ଯେଉଁଠି ପ୍ରାୟ ୧୭ ହେକ୍ଟର ଜମି ଉପରେ ନିର୍ମାଣ କାର୍ଯ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। ସମୁଦ୍ର ପତ୍ତନଠାରୁ ୪,୩୪୭ ମିଟର ଉଚ୍ଚରେ ୟେମାଗୋଉ ରୋଡ୍‌ ନିକଟରେ ଉକ୍ତ ଅଞ୍ଚଳ ରହିଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବହୁ ଉପକରଣ ସେଠାରେ ରହିଛି। ଆବାସିକ ଗୃହ ଏବଂ ବୃହତ୍‌ ପ୍ରଶାସନିକ ବିଲ୍ଡିଂ ସମେତ ଶତାଧିକ ଗୃହ ନିର୍ମାଣ ହେଉଥିବା ତକ୍ଷଶିଳା ଇନ୍‌ଷ୍ଟିଚ୍ୟୁଟ୍‌ର ଜିଓସ୍ପାଟିଆଲ ରିସର୍ଚ୍ଚ ପ୍ରୋଗ୍ରାମ ମୁଖ୍ୟ ପ୍ରଫେସର ଓ୍ବାଇ. ନିଥିୟାନନ୍ଦମ୍‌ କହିଛନ୍ତି। ଏହାର ଦକ୍ଷିଣପୂର୍ବ କୋଣରେ ୧୫୦ ମିଟର ଦୀର୍ଘ ଏକ ଆୟତ୍ତାକାର ସ୍ଥାନ ରହିଥିବାରୁ ଏହାକୁ ହେଲିକପ୍ଟର ଉଡ଼ାଣ ପାଇଁ ବ୍ୟବହାର କରାଯାଇପାରେ ବୋଲି ଅନୁମାନ କରାଯାଉଛି। ସାଟେଲାଇଟ୍‌ ଚିତ୍ର ଅନୁଧ୍ୟାନରୁ ଯାହା ଜଣାପଡ଼ୁଛି, ହ୍ରଦ ଆଡ଼କୁ ଯାଇଥିା ଗଡ଼ାଣିଆ ନଦୀଶଯ୍ୟାରେ ଗତ ଏପ୍ରିଲ ଆରମ୍ଭରୁ ଏହି ନର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ନିର୍ମାଣକୁ ପ୍ରଶାସନିକ ଏବଂ ଅପରେଶନାଲ ଜୋନ୍‌ ଏଭଳି ଦୁଇଭାଗରେ ବିଭକ୍ତ କରାଯାଇଥିବା ଜଣାଯାଇଛି। ସେଠାରେ ଏକ ମହଲା ଏବଂ ଦୁଇ ମହଲା ବିଲ୍ଡିଂ ସାଙ୍ଗକୁ ଛୋଟ ଘରଗୁଡ଼ିକ ରହିଛି। ଦୁଇଟି ବୃହତ୍‌ ବିଲ୍ଡିଂକୁ ପ୍ରଶାସନିକ ଏବଂ ଷ୍ଟୋରେଜ୍‌ ପାଇଁ ବ୍ୟବହାର କରାଯାଇପାରେ। ଘରଗୁଡ଼ିକୁ ଏଭଳି ଲେ’ଆଉଟ୍‌ ଓ ଡିଜାଇନରେ ନିର୍ମାଣ କରାଯାଉଛି, ଯେପରିକି ଦୀର୍ଘମିଆଦୀ ଆକ୍ରମଣର କ୍ଷୟକ୍ଷତି କମ୍‌ ହେବ। ଉଚ୍ଚ ଶୃଙ୍ଗଗୁଡ଼ିକ ପଛ ପାର୍ଶ୍ୱରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହା ସାମରିକ ଉପଯୋଗ ପାଇଁ ବ୍ୟହହୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ପାଖ ଅଞ୍ଚଳରୁ ଉକ୍ତ ସ୍ଥାନକୁ ଦେଖିହେବ ନାହିଁ। ଏହାକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ, ଏହା ଏକ ଆଡ୍‌ହକ୍‌ ଫରଓ୍ବାଡ୍‌ ବେସ୍‌ ଭାବେ କାର୍ଯ୍ୟ କରିବ ଏବଂ ଚାଇନା ସେନାର ପ୍ରତିଆକ୍ରମଣ ସମୟକୁ ହ୍ରାସ କରିବ ବୋଲି ସାମରିକ ସୂତ୍ର ଅନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

‘ବିମାନ ବନ୍ଦରରୁ ସିଧା ଫାଶୀ ଖୁଣ୍ଟ…’, ହାସିନାଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ମିଳିଲାନି ଧମକ

ଢାକା,୪।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ 2024 ରୁ ଭାରତରେ ରହୁଛନ୍ତି; କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ସେ ସେଠାରେ ରହିଛନ୍ତି। ସେ କହିଛନ୍ତି…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ଜାଣନ୍ତୁ

ଭୁବନେଶ୍ୱର,୪।୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ପ୍ରକୃତିର କୋପ; ବନ୍ୟାରେ ଭାସିଗଲା ୫୪ ବର୍ଷ ପୁରୁଣା ସେତୁ, ୯୦ ଜଣଙ୍କ ମୃତ୍ୟୁ ସହ ୧୦୯ ରାସ୍ତା ବନ୍ଦ

ଶିମଲା,୪।୮: ହିମାଚଳ ପ୍ରଦେଶରେ ଚଳିତ ବର୍ଷା ଋତୁରେ ବର୍ଷା ସମ୍ବନ୍ଧୀୟ ବିଭିନ୍ନ ଘଟଣାରେ ଏପର୍ଯ୍ୟନ୍ତ ୯୦ ଜଣ ପ୍ରାଣ ହରାଇଛନ୍ତି। ଶନିବାର କିନ୍ନୌରରେ ଜାତୀୟ ରାଜପଥ ୫…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

PM ମୋଦିଙ୍କୁ ଅଭିଜିତଙ୍କ ଚ୍ୟାଲେଞ୍ଜ! ଆପଣ ଡିଗ୍ରୀ ଦେଖାନ୍ତୁ, ମୁଁ ଦେଖାଇବି…

ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା…

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri