ଚାଇନା ସମର୍ଥକ

ପ୍ରତିବର୍ଷ ମୌସୁମୀ ଫେରିଯିବା ପରେ ଶୀତ ପୂର୍ବରୁ ଦିଲ୍ଲୀରେ ନିର୍ମାଣ, ଶିଳ୍ପ ଓ ପରିବହନ ଜନିତ ବାୟୁ ପ୍ରଦୂଷଣ ସ୍ପଷ୍ଟ ହୋଇଥାଏ। ଏହାବାଦ୍‌ ଏହି ସମୟରେ ଉତ୍ତର ଭାରତରେ ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ପୂର୍ବ ଉତ୍ତରପ୍ରଦେଶରେ ଶସ୍ୟଖୁଣ୍ଟା ପୋଡ଼ିକୁ ଦିଲ୍ଲୀ ବାୟୁ ପ୍ରଦୂଷଣର ଅନ୍ୟ ଏକ କାରଣ ଭାବେ ଦର୍ଶାଯାଏ। ଏପରିକି ଖୁଣ୍ଟାପୋଡ଼ିକୁ ରୋକିବା ଲାଗି ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କେନ୍ଦ୍ର ସରକାର ମଧ୍ୟ ବିପୁଳ ବ୍ୟୟବରାଦ କରୁଛନ୍ତି। ତଥାପି କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇପାରୁନାହିଁ। ସୂଚନାଯୋଗ୍ୟ ଯେ, ଦିଲ୍ଲୀର ବାୟୁ ପ୍ରଦୂଷଣ କ୍ଷେତ୍ରରେ ଖୁବ୍‌ କମ୍‌ ଯୋଗଦାନ ଥିବା ଖୁଣ୍ଟା ପୋଡ଼ାକୁ ଏକ ପ୍ରମୁଖ କାରଣ ବୋଲି ସବୁବେଳେ ଦର୍ଶାଯାଉଛି। ହେଲେ ଶସ୍ୟ ଅମଳ ଋତୁରେ ଲକ୍‌ଡାଉନବେଳେ ଗାଡ଼ିମୋଟର ଓ କଳକାରଖାନ ବନ୍ଦ ହୋଇଥିବା ସମୟରେ ଦିଲ୍ଲୀ ବାୟୁମଣ୍ଡଳ ସମ୍ପୂର୍ଣ୍ଣ ପରିଷ୍କାର ରହିଥିଲା; ଯେଉଁଥିରୁ ଜଣାପଡ଼ିଥିଲା ଯେ ଖୁଣ୍ଟାପୋଡ଼ା ପ୍ରଦୂଷଣର ଏକମାତ୍ର ବୃହତ୍‌ କାରଣ ନୁହେଁ । ଏହାବାଦ୍‌ ତୃତୀୟରେ ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ସ୍ତର ବଢୁଛି ବୋଲି ଏହା ଉପରେ ସେଠାକାର ସରକାର କଟକଣା ଲଗାଇ ଆସୁଛନ୍ତି। ଦୀପାବଳିର ପରବର୍ତ୍ତୀ ସମୟରେ ବିବାହ ଓ ଏ ସମ୍ପର୍କିତ ସାମାଜିକ ଉତ୍ସବଗୁଡ଼ିକୁ ଲକ୍ଷ୍ୟ କରି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ବାଣ ଉତ୍ପାଦନ, ଗଚ୍ଛିତ, ବିକ୍ରି ଏବଂ ସବୁ ପ୍ରକାର ବାଣ ପୁଟାଇବା ଉପରେ କଟକଣା ଜାରି କରିଛନ୍ତି। କିନ୍ତୁ ଏହି କଟକଣାକୁ ନ ମାନି ଲୋକେ ଏଥର ଦୀପାବଳିରେ ବାଣ ଫୁଟାଇଛନ୍ତି। ବାଣ ଫୁଟାକୁ କେନ୍ଦ୍ରକରି ସେଠାରେ ଏକ ଭିନ୍ନ ସ୍ଥିତି ବି ଦେଖିବାକୁ ମିଳିଛି ।
ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତାଜିନ୍ଦର ପାଲ ସିଂ ବଗ୍ଗା ଦିଲ୍ଲୀ ସରକାରଙ୍କ କଟକଣାକୁ ଖାତିର ନ କରି ତାଙ୍କ ଘର ସମ୍ମୁଖରେ ବାଣ ଫୁଟାଇବା ସହ ବସ୍ତି ପିଲାମାନଙ୍କୁ ବାଣ ବାଣ୍ଟିଛନ୍ତି। ବଗ୍ଗା ନିଜ ପାରିବାପଣିଆ ଦେଖାଇବାକୁ ଯାଇ ବାଣ ଫୁଟାଇବା ଭିଡ଼ିଓ ଟୁଇଟ୍‌ କରିଛନ୍ତି। ଅନ୍ୟ ଏକ ଭିଡ଼ିଓରେ ପିଲାମାନଙ୍କୁ ସେ ବାଣ ବାଣ୍ଟୁଥିବା ମଧ୍ୟ ଦେଖାଯାଇଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ସେ ବିବାଦରେ ଫସିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆରମ୍ଭରୁ ଦିଲ୍ଲୀରେ ବାଣ ଫୁଟା କଟକଣାକୁ ଭାଜପା ନେତାମାନେ ବିରୋଧ କରିଆସୁଛନ୍ତି। ବଗ୍ଗା ମଧ୍ୟ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଥିଲେ। କେବଳ ଏତିକି ନୁହେଁ ବାଣ ଫୁଟାଇବା ପରେ ତାଙ୍କ ବିରୋଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ଲାଗି ସେ ଆହ୍ବାନ ଦେଇଛନ୍ତି। ଏହାକୁ ଧର୍ମୀୟ କିମ୍ବା ରାଜନୈତିକ ଦୃଷ୍ଟକୋଣରୁ ବଗ୍ଗା କିମ୍ବା ଭାଜପା ନେତାମାନେ ବିଚାର କରିପାରନ୍ତି, କିନ୍ତୁ କ୍ଷତିଗ୍ରସ୍ତ ହେଉଛନ୍ତି ଦିଲ୍ଲୀର ବାସିନ୍ଦା, ବିଶେଷକରି ସାନ ପିଲାମାନେ, ଯାହାଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଶ୍ୱାସଜନିତ ରୋଗ ବୃଦ୍ଧିପାଉଛି। ଚଳିତ ବର୍ଷ ଦୀପାବଳି ପରଦିନ ଅର୍ଥାତ୍‌ ମଙ୍ଗଳବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ୩୨୩। ନୋଏଡାର ଏହା ଥିଲା ୩୪୨, ଯାହା କି ‘ଅତି ଖରାପ’ ସ୍ତର। ଏହି ଗମ୍ଭୀର ସ୍ତର ସୁସ୍ଥ ଲୋକଙ୍କୁ ପ୍ରଭାବିତ କରିବା ସହ ଯେଉର୍ଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ଜଟିଳ ସମସ୍ୟା ମଧ୍ୟକୁ ଠେଲିଦେବ।
ବଗ୍ଗାଙ୍କ ଭଳି ଜଣେ ଭାଜପା ନେତା ଖୋଲାଖୋଲି ଭାବେ ସରକାରଙ୍କ କଟକଣା ଓ ଦିଲ୍ଲୀ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ନ ଦେଇ ବାଣ ଫୁଟାଇବା ସହ ଏହାକୁ ଉତ୍ସାହିତ କରିବା ନିଶ୍ଚିତ ଭାବେ ନିନ୍ଦନୀୟ। କାରଣ ସମସ୍ତେ ଜାଣନ୍ତି ଯେ, ବାଣ ଯେଉଁ ବାରୁଦରେ ତିଆରି ହୋଇଥାଏ ତାହା ପୂର୍ବରୁ ଭାରତବର୍ଷରେ ନ ଥିଲା। ଦେଖିବାକୁ ଗଲେ ବାରୁଦ ଭଳି ସାମଗ୍ରୀକୁ ପ୍ରଥମ ଥର ପାଇଁ ଭାରତ ଭୂମିରେ ମୋଗଲ ଆକ୍ରମଣକାରୀ ବାବର ଆଣିଥିଲେ। ଯେହେତୁ ଭାରତୀୟଙ୍କ ପାଖରେ ସେହି ରାସାୟନିକ ଦ୍ରବ୍ୟ ନ ଥିଲା, ସେଥିପାଇଁ ବାବର ଯୁଦ୍ଧରେ ଜିତିଥିଲେ। ଅନ୍ୟପଟେ ଏହା ପ୍ରମାଣ କରୁଛି ଯେ, ଭାରତବର୍ଷରେ ପୂର୍ବରୁ ଯେତେବେଳେ ଦୀପାବଳି ପାଳନ କରାଯାଉଥିଲା ସେତେବେଳେ ଦୀପ ଜଳାଇବା ସହିତ ପୂଜାପାଠ ହେଉଥିଲା, ଯାହା କି ସବୁ ଅଞ୍ଚଳ ପାଇଁ ଭିନ୍ନ ପ୍ରକାରର ଅର୍ଥ ରଖୁଥିଲା। କିନ୍ତୁ ବାଣ ଫୁଟାଇବାର ପ୍ରଥା କେବେହେଲେ ଆମ ସଂସ୍କୃତିରେ ନ ଥିଲା। ବହୁ ବର୍ଷ ପୂର୍ବେ ତାମିଲନାଡୁର ଶିବକାଶୀରୁ ବାଣ ଆସୁଥିଲା ବୋଲି ଜାଣୁଥିଲୁ। ଏବେ ତାହା ମଧ୍ୟ ନାହିଁ। ପ୍ରାୟ ଅଧିକାଂଶ ବାଣ ଚାଇନାରେ ନିର୍ମିତ ହେଉଥିତ୍ବା ଦେଖାଯାଉଛି। ସେଥିପାଇଁ ତାଜିନ୍ଦର ସିଂ ବଗ୍ଗାଙ୍କ ଭଳି ବ୍ୟକ୍ତି ବାରୁଦ ବ୍ୟବହାର କରି ବାବରଙ୍କୁ ମନେ ପକାଇ ଦେଇଥିବା ହେତୁ ତାଙ୍କୁ ହିନ୍ଦୁ ବିରୋଧୀ ବୋଲି କୁହାଯାଇପାରିବ। ତତ୍‌ସହିତ ଚାଇନାରୁ ଆସୁଥିବା ବାଣ ବ୍ୟବହାର କରୁଥିବା ଯୋଗୁ ବଗ୍ଗା ଜଣେ ଭାରତ ବିରୋଧୀ ନାଗରିକ ବୋଲି ମଧ୍ୟ ପ୍ରତିପାଦିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri