ଚାଇନା କମ୍ପାନୀ ତେଲ ଆମଦାନୀ ବନ୍ଦ

ନୂଆଦିଲ୍ଲୀ,୨୯।୮: ଗଲ୍‌ଓ୍ବାନ ଘାଟିରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ଚାଇନା ଭିତ୍ତିକ ମୋବାଇଲ ଆପ୍‌ଗୁଡିକୁ ଭାରତରୁ ବ୍ୟାନ୍‌ କରାଯାଇଛି। ଅପରପକ୍ଷରେ ବିଭିନ୍ନ ଚାଇନା କମ୍ପାନୀ ଭାରତରେ ପାଇଥିବା କାର୍ଯ୍ୟ ଚୁକ୍ତିକୁ ମଧ୍ୟ ବାତିଲ କରାଯାଉଥିବା ଦେଖାଯାଉଛି। ଚାଇନା ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ଦେଶର ତୈଳ ବିପଣନ କମ୍ପାନୀଗୁଡିକ ସେଠାରୁ ଆଉ ତେଲ ଆମଦାନୀ କରିବେ ନାହିଁ। ଉକ୍ତ ଦେଶ ସହ ଲିଙ୍କ୍‌ ରଖିଥିବା କମ୍ପାନୀଗୁଡିକଠାରୁ ତେଲ ଆମଦାନୀ ବନ୍ଦ ହୋଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଚାଇନାରୁ ଆମଦାନୀ ବନ୍ଦକରି ତାକୁ ହରଡ଼ଘଣାରେ ପକାଇବା ଲାଗି ଭାରତ ସରକାର ପ୍ରକ୍ରିୟାକୁ ଜୋର୍‌ଦାର କରିଥିବା ଅଧିକାରୀ କହିଛନ୍ତି। ଜୁଲାଇ ୨୩ ଠାରୁ ନୂଆ ନିୟମ କାର୍ଯ୍ୟକାରୀ ହେବ। ସିଏନ୍‌ଓଓସି, ୟୁନିପେକ୍‌ ଏବଂ ପେଟ୍ରୋ ଚାଇନା ଭଳି ଚାଇନା ଭିତ୍ତିକ କମ୍ପାନୀଗୁଡିକୁ ତେଲ ଆମଦାନୀ ଟେଣ୍ଡର ନ ପଠାଇବାକୁ ଗତ ସପ୍ତାହରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି।
ଯେଉଁ ଦେଶଗୁଡିକ ଭାରତର ସୀମା ସହ ଲାଗିଛି ଟେଣ୍ଡର କ୍ଷେତ୍ରରେ ବିଭିନ୍ନ କଟକଣା ଜାରି କରାଯାଇଛି। ଚାଇନା, ପାକିସ୍ତାନ, ବାଂଲାଦେଶ, ମ୍ୟାନ୍‌ମାର, ନେପାଳ ଏବଂ ଭୁଟାନ ଭଳି ଦେଶ ଭାରତର ସୀମାକୁ ଲାଗିଛି। କେଉଁ ଦେଶ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେ ନେଇ ସରକାର କିଛି ସ୍ପଷ୍ଟ ଭାବେ କହି ନାହାନ୍ତି। ଦେଶରେ ଦୈନିକ ୫ ନିୟୁତ ବ୍ୟାରେଲ ବିଶୋଧନ କ୍ଷମତା ରହିଥିବା ବେଳେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଏହାର ୬୦% ଅଂଶ ହାସଲ କରିଛନ୍ତି। ସେହିଭଳି ଭାରତ ବିଶ୍ୱର ତୃତୀୟ ବୃହତ୍‌ ତୈଳ ବ୍ୟବହାରକାରୀ ଦେଶ। ଦେଶର ମୋଟ ତୈଳ ଆବଶ୍ୟକତା ମଧ୍ୟରୁ ପ୍ରାୟ ୮୪% ଆମଦାନୀରୁ ପୂରଣ ହେଉଛି। ଚାଇନା ସିଧାସଳଖ ଭାରତକୁ ତେଲ ରପ୍ତାନି କରୁ ନ ଥିଲେ ମଧ୍ୟ ଚାଇନା ଫାର୍ମଗୁଡିକ ବିଶ୍ୱବଜାରରେ ତେଲ ଯୋଗାଣ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ରହିଛନ୍ତି। ବିଶ୍ୱର ବିଭିନ୍ନ ଅଏଲ ଫିଲ୍ଡରେ ଚାଇନା କମ୍ପାନୀଗୁଡିକ ଅଂଶଧନ ହାସଲ କରିଛନ୍ତି। ପଶ୍ଚିମ ଏସିଆଠାରୁ ଆଫ୍ରିକା, ଆମେରିକା ଭଳି ଦେଶରେ ରହିଥିବା ଫାର୍ମଗୁଡିକ ଚାଇନା ଫାର୍ମଗୁଡିକ ସହ ଜଡିତ ଅଛନ୍ତି। ଏହି ଫାର୍ମଗୁଡିକ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକର ତେଲ ଆମଦାନୀରେ ଭାଗ ନେଇଥାନ୍ତି।
ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ସିଙ୍ଗାପୁର ଭିତ୍ତିକ ଚାଇନା ଆଭିଏଶନ ଅଏଲ, ୟୁନିପେକ୍‌ର ସହଯୋଗୀ କମ୍ପାନୀ ପେଟ୍ରୋ ଚାଇନା ଭଳି ଅନ୍ୟ କମ୍ପାନୀ ସହ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଚାଇନା କମ୍ପାନୀଗୁଡିକର ଟ୍ୟାଙ୍କର ବ୍ୟବହାର ବନ୍ଦ କରିବାକୁ ଯୋଜନା ରଖାଯାଇଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଭାରତୀୟ କମ୍ପାନୀଗୁଡିକ ଚାଇନା ତେଲ ଜାହାଜ ଏବଂ ଟ୍ୟାଙ୍କର ଉପରେ ବେଶି ନିର୍ଭରଶୀଳ ନୁହନ୍ତି। ଅପରପକ୍ଷରେ ଶୋଧିତ ତେଲ ଆମଦାନୀ କ୍ଷେତ୍ରରେ ଏହାର ବେଶି ପ୍ରଭାବ ପରିଲକ୍ଷିତ ହେବନି। ଯଦି ତେଲ ବିକ୍ରେତା ଚାଇନା ଜାହାଜ ବ୍ୟବସ୍ଥା କରିଥାନ୍ତି ତେବେ ସେହି କ୍ଷେତ୍ରରେ ଆମଦାନୀ ହେବାର କୌଣସି କଟକଣା ନାହିଁ। ମାତ୍ର ଭାରତୀୟ କମ୍ପାନୀଗୁଡିକ ପ୍ରତ୍ୟକ୍ଷ ଭାବେ କୌଣସି କାର୍ଯ୍ୟ ଚାଇନା କମ୍ପାନୀ ଦ୍ୱାରା କରାଇବେ ନାହିଁ ବୋଲି ଅଧିକାରୀ ମତ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ, ମାଙ୍ଗାଲୋର ରିଫାଇନେରି ଭଳି କମ୍ପାନୀଗୁଡିକର ମତାମତ ଲୋଡାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। ସେହିଭଳି ପ୍ରମୁଖ ଚାଇନାଗୁଡିକ ମଧ୍ୟ ଏ ନେଇ ସ୍ପଷ୍ଟ ଭାବେ କିଛି ଉତ୍ତର ରଖିନାହାନ୍ତି। ବର୍ତ୍ତମାନ ଭାରତ ନିକଟରେ ପର୍ଯ୍ୟାପ୍ତ ରିଫାଇନେରି କ୍ଷମତା ରହିଛି। କମ୍ପାନୀଗୁଡିକ ସେମାନଙ୍କ ମୋଟ କ୍ଷମତାଠାରୁ ନିମ୍ନରେ ପରିଚାଳିତ କରୁଛନ୍ତି। କୋଭିଡ୍‌-୧୯ ଯୋଗୁ ତେଲ ଚାହିଦା ପ୍ରଭାବିତ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ବର୍ତ୍ତମାନ ଚାହିଦା କମ୍‌ ଥିବାରୁ ନୂଆ ନିୟମ କମ୍ପାନୀଗୁଡିକୁ ପ୍ରଭାବିତ କରିବ ନାହିଁ ବୋଲି ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମାତ୍ର ଆଗାମୀ ଦିନରେ କୋଭିଡ୍‌-୧୯ ସ୍ଥିତି ବଦଳିଲେ ଏହା ହୁଏତ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ମାତ୍ର ଜାତୀୟ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି କମ୍ପାନୀଗୁଡିକ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri