Posted inଜାତୀୟ

ଆତଙ୍କବାଦୀଙ୍କ ପାଖରେ ଚାଇନା ତିଆରି ଷ୍ଟିଲ୍‌ ଗୁଳି: ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ଭେଦ କରିବାକୁ ସକ୍ଷମ

ଶ୍ରୀନଗର,୨୨।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧରେ ଅପରେଶନ୍‌ ଜାରି ରହିଛି। ତେବେ ଆତଙ୍କବାଦୀଙ୍କ ପାଖରେ ରହିଥିବା ଷ୍ଟିଲ୍‌ ଗୁଳି ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏହା ଚାଇନାର ଆତଙ୍କବାଦ୍‌ ଲିଙ୍କ୍‌କୁ ସୂଚିତ କରୁଛି। ଚାଇନାରେ ତିଆରି ହେଉଥିବା ଏହି ଷ୍ଟିଲ୍‌ ଗୁଳି ପାକିସ୍ତାନ ବାଟେ କଶ୍ମୀରର ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଛି। ଏହି ଷ୍ଟିଲ୍‌ ଗୁଳି ସୁରକ୍ଷାକର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ, ବୁଲେଟ୍‌ ପ୍ରୁଫ୍‌ ଯାନକୁ ଭେଦ କରିବାକୁ ସକ୍ଷମ। ୨୦୧୭ ଡିସେମ୍ବର ୩୧ରେ ପ୍ରଥମେ ଆତଙ୍କବାଦୀଙ୍କ ପାଖରେ ଏହି ଗୁଳି ଥିବା ଜଣାପଡ଼ିଥିଲା। ପରେ ଜୁନ୍‌ ୨୦୧୯ରେ ଅନନ୍ତନାଗରେ ହୋଇଥିବା ଏନ୍‌କାଉଣ୍ଟରରେ ମୃତ ଆତଙ୍କବାଦୀଙ୍କ ପାଖରୁ ଏଭଳି ଗୁଳି ଜବତ କରାଯାଇଥିଲା। ଏନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବା ସହିତ ଜ୍ୟାକେଟ, ବଙ୍କର ଏବଂ ଯାନର ବୁଲେଟ୍‌ ପ୍ରୁଫ୍‌ କ୍ଷମତାରେ ବୃଦ୍ଧି କରାଯାଇଥିଲା। ମାତ୍ର ଏହାପରେ ହୋଇଥିବା ଏନ୍‌କାଉଣ୍ଟରରେ ଚାଇନା ତିଆରି ଷ୍ଟିଲ୍‌ ଗୁଳି ଆତଙ୍କବାଦୀଙ୍କଠାରୁ ଆଉ ଜବତ ହୋଇ ନ ଥିଲା। ତେବେ ଏବେ ଗତ ସପ୍ତାହରେ ଦକ୍ଷିଣ କଶ୍ମୀରର ଶୋପିଆନ୍‌ ଜିଲାର ରାଓ୍ବଲପୋରାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର କମାଣ୍ଡର ବିଲାୟତ ହୁସେନ ଓରଫ୍‌ ସଜାଦ୍‌ ଆଫଗାନୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା। ତାଙ୍କଠାରୁ ଚାଇନା ତିଆରି ୩୬ଟି ଷ୍ଟିଲ୍‌ ଗୁଳି ଜବତ ହୋଇଛି। ଏହାକୂ ନେଇ ସୁରକ୍ଷାକର୍ମୀଙ୍କ ସୁରକ୍ଷାକୁ କିଭଳି ସୁଦୃଢ଼ କରାଯିବ ତାହା ଏବେ ମୁଖ୍ୟ ପ୍ରଶ୍ନ ଭାବେ ଉଭା ହୋଇଛି। ଦକ୍ଷିଣ କଶ୍ମୀରରେ ମୁତୟନ କରାଯାଉଥିବା ଯାନର ବୁଲେଟ ପ୍ରୁଫ୍‌ ବ୍ୟବସ୍ଥାକୁ ଅଧିକ ବିକଶିତ କରାଯିବା ସହିତ ଯୋଗାଇ ଦିଆଯାଉଥିବା ଜ୍ୟାକେଟ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri