ବିଶ୍ୱ ଜଳ ଦିବସ: ଜଳର ମହତ୍ତ୍ୱ

ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ଜଳ ଦିବସ’। ଏହି ଦିବସ ପାଳନ କରିବାର ପ୍ରଧାନ ଉଦ୍ଦେଶ୍ୟ ହେଲା ଜଳ ପ୍ରଦୂଷଣ ନିବାରଣ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ତଥା ଏହି କାର୍ଯ୍ୟରେ ସକ୍ରିୟ ସହଯୋଗ ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବା। ଚଳିତ ବର୍ଷ ବିଶ୍ୱ ଜଳ ଦିବସ ଉପଲକ୍ଷେ ମିଳିତ ଜାତିସଂଘର ବାର୍ତ୍ତା ବା ପ୍ରସଙ୍ଗ ହେଉଛି ‘Valuing Water’ ବା ‘ଜଳର ମହତ୍ତ୍ୱ ବୁଝି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ’।
ଜଳ ହିଁ ଜୀବନ : ଅନେକେ ହୁଏତ ଜାଣି ନ ଥିବେ ଯେ ତୈଳ ସଙ୍କଟଠାରୁ ପୃଥିବୀରେ ଜଳ ସଙ୍କଟ ବେଶି ଗୁରୁତର। ତୈଳ ବିନା ଜୀବନ ହାନି ଘଟିବନି। କିନ୍ତୁ ଜଳ ବିନା ଜୀବନହାନି ଅବଶ୍ୟମ୍ଭାବୀ। ପୁନଶ୍ଚ ତୈଳର ବିକଳ୍ପ ଅଛି, ହେଲେ ଜଳର ବିକଳ୍ପ ନାହିଁ। ଜଳ ବିନା ବଞ୍ଚତ୍ରହିବା ଆଦୌ ସମ୍ଭବ ନୁହେଁ। ଆଶ୍ଚର୍ଯ୍ୟର କଥା ଯେ ପୃଥିବୀର ପାଖାପାଖି ୭୦ ଶତାଂଶ ଜଳରେ ଢାଙ୍କି ହୋଇ ରହିଛି। ତଥାପି ବି ଜଳର ଅନଟନ। କାରଣ ପୃଥିବୀରେ ରହିଥିବା ମୋଟ ଜଳର ୯୭ ପ୍ରତିଶତ ଜଳବନ୍ଦୀ ହୋଇରହିଛି ସମୁଦ୍ରରେ। ଏହି ଜଳ ଲୁଣିଆ ହୋଇଥିବାରୁ ବ୍ୟବହାର ନିମନ୍ତେ ଅଯୋଗ୍ୟ। ଅବଶିଷ୍ଟ ୩ ଶତାଂଶ ମଧୁର ଜଳ ଏବଂ ତା’ର ବେଶିଭାଗ ରହିଛି ପର୍ବତଗୁଡ଼ିକର ହିମବାହରେ, ମେରୁ ଅଞ୍ଚଳରେ ଜମିଥିବା ବରଫ ଆକାରରେ ଏବଂ ମାଟିତଳେ ଭୂତଳ ଜଳ ଭାବରେ। ମଧୁର ଜଳର ଶତକଡ଼ା ମାତ୍ର ୧.୨ ଭାଗ ନଦୀ, ହ୍ରଦ ଓ ପୁଷ୍କରିଣୀ ତଥା କୂପଗୁଡ଼ିକରେ ଅଛି, ଯାହା ମଣିଷର ବ୍ୟବହାରରେ ଲାଗିଥାଏ। ଅବଶ୍ୟ ସମ୍ପ୍ରତି ଭୂତଳ ଜଳର ବ୍ୟବହାର ବଢ଼ିବଢ଼ି ଚାଲିଛି।
ବିଶ୍ୱରେ ଜଳ ଅଭାବର ପଶ୍ଚାତରେ ରହିଥିବା ପ୍ରଧାନ କାରଣ ହେଉଛି ଜଳ ପ୍ରଦୂଷଣ। ସୁତରାଂ ଏହାର ପ୍ରଦୂଷଣ ଓ ଅପଚୟକୁ ନ ରୋକିଲେ ଜଳର ଅଭାବ ଦୂର କରିବାର କୌଣସି ଆଶା ନାହିଁ।
ଶରୀର ପାଇଁ ଜଳର ଗୁରୁତ୍ୱ : ଜୀବନ ଧାରଣ ପାଇଁ ଅମ୍ଳଜାନ ପରେ ଜଳର ସ୍ଥାନ। ଶରୀରର ଯଥେଷ୍ଟ ଚର୍ବି ବା ସ୍ନେହସାର କମିଗଲେ ବିଶେଷ କିଛି କ୍ଷତି ହୁଏ ନାହିଁ। ଶରୀରୁ ଅଧାଅଧି ପୁଷ୍ଟିସାର କମିଗଲେ ବି ଶରୀର ତାକୁ ଚଳେଇନିଏ। କିନ୍ତୁ ଶରୀରରେ ଯେତିକି ଜଳ ଅଛି, ତା’ର ପାଞ୍ଚଭାଗରୁ ମାତ୍ର ଏକଭାଗ ବା ୨୦ ପ୍ରତିଶତ ହ୍ରାସ ପାଇଗଲେ ସଂକଟାପନ୍ନ ହୋଇପଡ଼େ ଜୀବନ। ଏପରିକି ଉପୁଜିପାରେ ମୃତ୍ୟୁ ଭଳି ପରିଣାମ। ତେଣୁ ଜଳ ନିୟନ୍ତ୍ରଣ ପାଇଁ ଶରୀରରେ ରହିଛି ପର୍ଯ୍ୟାପ୍ତ ପ୍ରାକୃତିକ ବ୍ୟବସ୍ଥା।
ଜଳର କାମ : ଶରୀରରେ ରକ୍ତ, ମୂତ୍ର, ଲୁହ, ଲାଳ, ପିତ୍ତ ଓ ପାଚକରସ ଆଉ ଯେତେସବୁ ତରଳ ପଦାର୍ଥ ରହିଛି ଜଳ ହିଁ ସେଗୁଡ଼ିକର ମୂଳ ଉପାଦାନ। ସେଗୁଡ଼ିକୁ ତିଆରି କରିବା ପାଇଁ ଜଳ ଅପରିହାର୍ଯ୍ୟ। ଶରୀରରେ ଅହରହ ସଂଘଟିତ ହୋଇଚାଲିଛି ଜୈବରାସାୟନିକ କ୍ରିୟା। ସେସବୁ ସଂଘଟିତ ହୋଇଥାଏ ଜଳ ମାଧ୍ୟମରେ। କେତେକ ଜୈବରାସାୟନିକ ପ୍ରକ୍ରିୟାରେ ଜଳ ମଧ୍ୟ ଏକ ଉପାଦାନ ରୂପେ ବିନିଯୋଗ ହୁଏ। ଶରୀରସ୍ଥ ପ୍ରତ୍ୟେକ କୋଷିକା ନିକଟରେ ଅମ୍ଳଜାନ, ବିଭିନ୍ନ ଖାଦ୍ୟ ଉପାଦାନ ଏବଂ ଔଷଧ ଆଦି ପହଞ୍ଚେଇବାରେ ଜଳ ଏକ ବାହକ ରୂପେ କାର୍ଯ୍ୟକରେ। ଶରୀରେ ତାପମାତ୍ରା ନିୟନ୍ତ୍ରଣ କରିବା ଜଳର ଅନ୍ୟତମ କାର୍ଯ୍ୟ। ଉଦାହରଣ ସ୍ବରୂପ ଜ୍ୱର ହେଲେ ତାକୁ କମେଇବା ପାଇଁ ଦେହରୁ ଝାଳ ବହେ ଓ ଝାଳବାଟେ ଶରୀରରୁ ତାପ ବାହାରି ଯିବାରୁ ଜ୍ୱର ଓହ୍ଲେଇବା ସହଜ ହୋଇଥାଏ। ପରିସ୍ରା ଓ ଝାଳ ଭଳି ଜଳୁଆ ମାଧ୍ୟମ ଦ୍ୱାରା ନିଷ୍କାସିତ ହୋଇଥାଏ ଶରୀର ପାଇଁ ଅଦରକାରୀ ବର୍ଜ୍ୟ ଉପାଦାନ। ଗଣ୍ଠିଭିତରେ ଜଳ ରହିଥିବାରୁ ଗଣ୍ଠିଗୁଡ଼ିକ ସୁରୁଖୁରୁରେ ଚଳପ୍ରଚଳ ହୋଇପାରେ।
ଶରୀରରେ ଜଳ ରହିଛି କେଉଁଠି : ଶରୀରଟି ଜଳରେ ଗଢ଼ା ବୋଲି କହିଲେ କିଛି ଭୁଲ୍‌ ହେବ ନାହିଁ। କାରଣ ଆମ ଦେହର ଓଜନ ପାଇଁ ତା’ର ପାଖାପାଖି ୬୦ପ୍ରତିଶତ ହେଉଛି କେବଳ ଜଳର ଓଜନ। ପୁଣି ସମୁଦାୟ ଜଳର ୩ ଭାଗରୁ ୨ ଭାଗ ଥାଏ ଶରୀରର ସମସ୍ତ କୋଷିକା ଭିତରେ ଓ ୧ ଭାଗ ଥାଏ କୋଷିକା ଗୁଡ଼ିକର ବାହାରେ। ଆମ ଦେହ ଭିତରେ ଯେତେ ରକ୍ତ ପ୍ରଭାହିତ ହେଉଛି, ତା’ର ଅଧାଅଧି ହେଉଛି କେବଳ ଜଳ।
ଶରୀର ଭିତରେ ଜଳର ମାତ୍ରା ନିୟନ୍ତ୍ରଣ ହୋଇଥାଏ କିପରି : ଜଳ ପିଇବା ଏବଂ ଚା, କଫି, ସରବତ, ଫଳରସ, ପାଣି, ଡାଲି, ତରକାରି ତଥା ଅନ୍ୟାନ୍ୟ ଖାଦ୍ୟ ମାଧ୍ୟମରେ ଦିନମାନ ଭିତରେ ଶରୀର ଯେତିକି ପରିମାଣର ଜଳ ପାଇଥାଏ ସେତିକି ପରିମାଣର ଜଳ ଶରୀର ଭିତରୁ ବାହାରି ନିଷ୍କାସିତ ହୋଇଗଲେ, ଏହି ଅବସ୍ଥାକୁ ‘ଜଳ ନିୟନ୍ତ୍ରିତ ଅବସ୍ଥା’ ବୋଲି କୁହାଯାଏ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ଦୈନିକ ଅତିକମ୍‌ରେ ୨-୩ ଲିଟର ବା ପାଖାପାଖି ଅଢ଼େଇ ଲିଟର ଜଳ ପିଇବା ଜରୁରୀ। କାରଣ ଏହାଦ୍ୱାରା ଆମ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିଥାଏ। ଆମେ ପିଉଥିବା ଜଳର ସମାନ ପରିମାଣ ଶରୀରରୁ ପରିସ୍ରା ଏବଂ ଝାଳ ଆକାରରେ ମୁଖ୍ୟତଃ ନିଷ୍କାସିତ ହୋଇଥାଏ ଏବଂ ଏହାର ଦୈନିକ ପରିମାଣ ହେଉଛି ଦେଢ଼ରୁ ଦୁଇ ଲିଟର। ପରିସ୍ରା ବ୍ୟତୀତ ଜଳ ମଧ୍ୟ ଦେହରୁ ବାହାରି ଯାଏ ଝାଳ, ମଳରେ ଓ ନିଃଶ୍ୱାସ ବାୟୁରେ। ଜାଣି ରଖିବା ଦରକାର ଯେ ଶରୀରରେ ଜଳ ସନ୍ତୁଳନ ରକ୍ଷା ନିମନ୍ତେ ପ୍ରକୃତି ପର୍ଯ୍ୟାପ୍ତ ବ୍ୟବସ୍ଥା ଖଞ୍ଜିଛି। ଉଦାହରଣ ସ୍ବରୂପ ଆମ ପ୍ରତ୍ୟେକଙ୍କ ମସ୍ତିଷ୍କରେ ରହିଛି ତୃଷାକେନ୍ଦ୍ର। ଶରୀରରେ ଜଳର ପରିମାଣ କମିଗଲେ ତୃଷାକେନ୍ଦ୍ର ଏହି ଖବରପାଇ ସକ୍ରିୟ ହୋଇଉଠେ। ଫଳରେ ଆମକୁ ଶୋଷ କରେ ଏବଂ ଜଳ ପିଇଦେଲେ ଏହି ଖବର ତୃଷାକେନ୍ଦ୍ର ନିକଟରେ ପହଞ୍ଚି ଏହାକୁ ଶାନ୍ତ କରିଦିଏ ଏବଂ ଆମର ଶୋଷ ମରିଯାଏ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri