ବିଶ୍ୱ ଜଳ ଦିବସ: ଜଳର ମହତ୍ତ୍ୱ

ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ଜଳ ଦିବସ’। ଏହି ଦିବସ ପାଳନ କରିବାର ପ୍ରଧାନ ଉଦ୍ଦେଶ୍ୟ ହେଲା ଜଳ ପ୍ରଦୂଷଣ ନିବାରଣ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ତଥା ଏହି କାର୍ଯ୍ୟରେ ସକ୍ରିୟ ସହଯୋଗ ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବା। ଚଳିତ ବର୍ଷ ବିଶ୍ୱ ଜଳ ଦିବସ ଉପଲକ୍ଷେ ମିଳିତ ଜାତିସଂଘର ବାର୍ତ୍ତା ବା ପ୍ରସଙ୍ଗ ହେଉଛି ‘Valuing Water’ ବା ‘ଜଳର ମହତ୍ତ୍ୱ ବୁଝି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ’।
ଜଳ ହିଁ ଜୀବନ : ଅନେକେ ହୁଏତ ଜାଣି ନ ଥିବେ ଯେ ତୈଳ ସଙ୍କଟଠାରୁ ପୃଥିବୀରେ ଜଳ ସଙ୍କଟ ବେଶି ଗୁରୁତର। ତୈଳ ବିନା ଜୀବନ ହାନି ଘଟିବନି। କିନ୍ତୁ ଜଳ ବିନା ଜୀବନହାନି ଅବଶ୍ୟମ୍ଭାବୀ। ପୁନଶ୍ଚ ତୈଳର ବିକଳ୍ପ ଅଛି, ହେଲେ ଜଳର ବିକଳ୍ପ ନାହିଁ। ଜଳ ବିନା ବଞ୍ଚତ୍ରହିବା ଆଦୌ ସମ୍ଭବ ନୁହେଁ। ଆଶ୍ଚର୍ଯ୍ୟର କଥା ଯେ ପୃଥିବୀର ପାଖାପାଖି ୭୦ ଶତାଂଶ ଜଳରେ ଢାଙ୍କି ହୋଇ ରହିଛି। ତଥାପି ବି ଜଳର ଅନଟନ। କାରଣ ପୃଥିବୀରେ ରହିଥିବା ମୋଟ ଜଳର ୯୭ ପ୍ରତିଶତ ଜଳବନ୍ଦୀ ହୋଇରହିଛି ସମୁଦ୍ରରେ। ଏହି ଜଳ ଲୁଣିଆ ହୋଇଥିବାରୁ ବ୍ୟବହାର ନିମନ୍ତେ ଅଯୋଗ୍ୟ। ଅବଶିଷ୍ଟ ୩ ଶତାଂଶ ମଧୁର ଜଳ ଏବଂ ତା’ର ବେଶିଭାଗ ରହିଛି ପର୍ବତଗୁଡ଼ିକର ହିମବାହରେ, ମେରୁ ଅଞ୍ଚଳରେ ଜମିଥିବା ବରଫ ଆକାରରେ ଏବଂ ମାଟିତଳେ ଭୂତଳ ଜଳ ଭାବରେ। ମଧୁର ଜଳର ଶତକଡ଼ା ମାତ୍ର ୧.୨ ଭାଗ ନଦୀ, ହ୍ରଦ ଓ ପୁଷ୍କରିଣୀ ତଥା କୂପଗୁଡ଼ିକରେ ଅଛି, ଯାହା ମଣିଷର ବ୍ୟବହାରରେ ଲାଗିଥାଏ। ଅବଶ୍ୟ ସମ୍ପ୍ରତି ଭୂତଳ ଜଳର ବ୍ୟବହାର ବଢ଼ିବଢ଼ି ଚାଲିଛି।
ବିଶ୍ୱରେ ଜଳ ଅଭାବର ପଶ୍ଚାତରେ ରହିଥିବା ପ୍ରଧାନ କାରଣ ହେଉଛି ଜଳ ପ୍ରଦୂଷଣ। ସୁତରାଂ ଏହାର ପ୍ରଦୂଷଣ ଓ ଅପଚୟକୁ ନ ରୋକିଲେ ଜଳର ଅଭାବ ଦୂର କରିବାର କୌଣସି ଆଶା ନାହିଁ।
ଶରୀର ପାଇଁ ଜଳର ଗୁରୁତ୍ୱ : ଜୀବନ ଧାରଣ ପାଇଁ ଅମ୍ଳଜାନ ପରେ ଜଳର ସ୍ଥାନ। ଶରୀରର ଯଥେଷ୍ଟ ଚର୍ବି ବା ସ୍ନେହସାର କମିଗଲେ ବିଶେଷ କିଛି କ୍ଷତି ହୁଏ ନାହିଁ। ଶରୀରୁ ଅଧାଅଧି ପୁଷ୍ଟିସାର କମିଗଲେ ବି ଶରୀର ତାକୁ ଚଳେଇନିଏ। କିନ୍ତୁ ଶରୀରରେ ଯେତିକି ଜଳ ଅଛି, ତା’ର ପାଞ୍ଚଭାଗରୁ ମାତ୍ର ଏକଭାଗ ବା ୨୦ ପ୍ରତିଶତ ହ୍ରାସ ପାଇଗଲେ ସଂକଟାପନ୍ନ ହୋଇପଡ଼େ ଜୀବନ। ଏପରିକି ଉପୁଜିପାରେ ମୃତ୍ୟୁ ଭଳି ପରିଣାମ। ତେଣୁ ଜଳ ନିୟନ୍ତ୍ରଣ ପାଇଁ ଶରୀରରେ ରହିଛି ପର୍ଯ୍ୟାପ୍ତ ପ୍ରାକୃତିକ ବ୍ୟବସ୍ଥା।
ଜଳର କାମ : ଶରୀରରେ ରକ୍ତ, ମୂତ୍ର, ଲୁହ, ଲାଳ, ପିତ୍ତ ଓ ପାଚକରସ ଆଉ ଯେତେସବୁ ତରଳ ପଦାର୍ଥ ରହିଛି ଜଳ ହିଁ ସେଗୁଡ଼ିକର ମୂଳ ଉପାଦାନ। ସେଗୁଡ଼ିକୁ ତିଆରି କରିବା ପାଇଁ ଜଳ ଅପରିହାର୍ଯ୍ୟ। ଶରୀରରେ ଅହରହ ସଂଘଟିତ ହୋଇଚାଲିଛି ଜୈବରାସାୟନିକ କ୍ରିୟା। ସେସବୁ ସଂଘଟିତ ହୋଇଥାଏ ଜଳ ମାଧ୍ୟମରେ। କେତେକ ଜୈବରାସାୟନିକ ପ୍ରକ୍ରିୟାରେ ଜଳ ମଧ୍ୟ ଏକ ଉପାଦାନ ରୂପେ ବିନିଯୋଗ ହୁଏ। ଶରୀରସ୍ଥ ପ୍ରତ୍ୟେକ କୋଷିକା ନିକଟରେ ଅମ୍ଳଜାନ, ବିଭିନ୍ନ ଖାଦ୍ୟ ଉପାଦାନ ଏବଂ ଔଷଧ ଆଦି ପହଞ୍ଚେଇବାରେ ଜଳ ଏକ ବାହକ ରୂପେ କାର୍ଯ୍ୟକରେ। ଶରୀରେ ତାପମାତ୍ରା ନିୟନ୍ତ୍ରଣ କରିବା ଜଳର ଅନ୍ୟତମ କାର୍ଯ୍ୟ। ଉଦାହରଣ ସ୍ବରୂପ ଜ୍ୱର ହେଲେ ତାକୁ କମେଇବା ପାଇଁ ଦେହରୁ ଝାଳ ବହେ ଓ ଝାଳବାଟେ ଶରୀରରୁ ତାପ ବାହାରି ଯିବାରୁ ଜ୍ୱର ଓହ୍ଲେଇବା ସହଜ ହୋଇଥାଏ। ପରିସ୍ରା ଓ ଝାଳ ଭଳି ଜଳୁଆ ମାଧ୍ୟମ ଦ୍ୱାରା ନିଷ୍କାସିତ ହୋଇଥାଏ ଶରୀର ପାଇଁ ଅଦରକାରୀ ବର୍ଜ୍ୟ ଉପାଦାନ। ଗଣ୍ଠିଭିତରେ ଜଳ ରହିଥିବାରୁ ଗଣ୍ଠିଗୁଡ଼ିକ ସୁରୁଖୁରୁରେ ଚଳପ୍ରଚଳ ହୋଇପାରେ।
ଶରୀରରେ ଜଳ ରହିଛି କେଉଁଠି : ଶରୀରଟି ଜଳରେ ଗଢ଼ା ବୋଲି କହିଲେ କିଛି ଭୁଲ୍‌ ହେବ ନାହିଁ। କାରଣ ଆମ ଦେହର ଓଜନ ପାଇଁ ତା’ର ପାଖାପାଖି ୬୦ପ୍ରତିଶତ ହେଉଛି କେବଳ ଜଳର ଓଜନ। ପୁଣି ସମୁଦାୟ ଜଳର ୩ ଭାଗରୁ ୨ ଭାଗ ଥାଏ ଶରୀରର ସମସ୍ତ କୋଷିକା ଭିତରେ ଓ ୧ ଭାଗ ଥାଏ କୋଷିକା ଗୁଡ଼ିକର ବାହାରେ। ଆମ ଦେହ ଭିତରେ ଯେତେ ରକ୍ତ ପ୍ରଭାହିତ ହେଉଛି, ତା’ର ଅଧାଅଧି ହେଉଛି କେବଳ ଜଳ।
ଶରୀର ଭିତରେ ଜଳର ମାତ୍ରା ନିୟନ୍ତ୍ରଣ ହୋଇଥାଏ କିପରି : ଜଳ ପିଇବା ଏବଂ ଚା, କଫି, ସରବତ, ଫଳରସ, ପାଣି, ଡାଲି, ତରକାରି ତଥା ଅନ୍ୟାନ୍ୟ ଖାଦ୍ୟ ମାଧ୍ୟମରେ ଦିନମାନ ଭିତରେ ଶରୀର ଯେତିକି ପରିମାଣର ଜଳ ପାଇଥାଏ ସେତିକି ପରିମାଣର ଜଳ ଶରୀର ଭିତରୁ ବାହାରି ନିଷ୍କାସିତ ହୋଇଗଲେ, ଏହି ଅବସ୍ଥାକୁ ‘ଜଳ ନିୟନ୍ତ୍ରିତ ଅବସ୍ଥା’ ବୋଲି କୁହାଯାଏ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ଦୈନିକ ଅତିକମ୍‌ରେ ୨-୩ ଲିଟର ବା ପାଖାପାଖି ଅଢ଼େଇ ଲିଟର ଜଳ ପିଇବା ଜରୁରୀ। କାରଣ ଏହାଦ୍ୱାରା ଆମ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିଥାଏ। ଆମେ ପିଉଥିବା ଜଳର ସମାନ ପରିମାଣ ଶରୀରରୁ ପରିସ୍ରା ଏବଂ ଝାଳ ଆକାରରେ ମୁଖ୍ୟତଃ ନିଷ୍କାସିତ ହୋଇଥାଏ ଏବଂ ଏହାର ଦୈନିକ ପରିମାଣ ହେଉଛି ଦେଢ଼ରୁ ଦୁଇ ଲିଟର। ପରିସ୍ରା ବ୍ୟତୀତ ଜଳ ମଧ୍ୟ ଦେହରୁ ବାହାରି ଯାଏ ଝାଳ, ମଳରେ ଓ ନିଃଶ୍ୱାସ ବାୟୁରେ। ଜାଣି ରଖିବା ଦରକାର ଯେ ଶରୀରରେ ଜଳ ସନ୍ତୁଳନ ରକ୍ଷା ନିମନ୍ତେ ପ୍ରକୃତି ପର୍ଯ୍ୟାପ୍ତ ବ୍ୟବସ୍ଥା ଖଞ୍ଜିଛି। ଉଦାହରଣ ସ୍ବରୂପ ଆମ ପ୍ରତ୍ୟେକଙ୍କ ମସ୍ତିଷ୍କରେ ରହିଛି ତୃଷାକେନ୍ଦ୍ର। ଶରୀରରେ ଜଳର ପରିମାଣ କମିଗଲେ ତୃଷାକେନ୍ଦ୍ର ଏହି ଖବରପାଇ ସକ୍ରିୟ ହୋଇଉଠେ। ଫଳରେ ଆମକୁ ଶୋଷ କରେ ଏବଂ ଜଳ ପିଇଦେଲେ ଏହି ଖବର ତୃଷାକେନ୍ଦ୍ର ନିକଟରେ ପହଞ୍ଚି ଏହାକୁ ଶାନ୍ତ କରିଦିଏ ଏବଂ ଆମର ଶୋଷ ମରିଯାଏ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?