ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ଚାଇନା ସରକାର, ବନ୍ଦ ହେଉଛି ଏଜେନ୍ସି…

ବେଜିଂ, ୩।୧ : ଚାଇନା ସରକାର ହଂକଂରେ ଗଣମାଧ୍ୟମର କଣ୍ଠରୋଧ ପ୍ରକ୍ରିୟା ଜାରି ରଖିଛନ୍ତି। ଗଣମାଧ୍ୟମର ସ୍ବାଧୀନତାକୁ ସୀମିତ କରାଯାଉଛି। ଫଳରେ ହଂକଂରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥା ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି। ଫଳରେ ଗୋଟିଏ ପରେ ଗୋଟିଏ ଗଣମାଧ୍ୟମ ସଂସ୍ଥା ବନ୍ଦ ହେବାରେ ଲାଗିଛି। ସମ୍ପ୍ରତି ସିଟିଜେନ୍‌ ନ୍ୟୁଜ୍‌ ନାମକ ଏକ ଅନ୍‌ଲାଇନ୍‌ ଖବର ଏଜେନ୍ସି ବନ୍ଦ ହୋଇଛି।

ଗତ ଏକ ମାସ ମଧ୍ୟରେ ଏହା ହେଉଛି ତୃତୀୟ ଗଣମାଧ୍ୟମ ସଂସ୍ଥା ଯାହାକି ଚାଇନା ସରକାର ଭୟରେ ଖବର କାମ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଗଣମାଧ୍ୟମର ସ୍ବାଧିନତାରେ ସଙ୍କଟ ଯୋଗୁ ହଂକଂ ରେ ଏଭଳି ସ୍ଥିତି ଉପୁଜିଛି। କିଛି ଦିନ ପୂର୍ବେ ଗଣତନ୍ତ୍ର ସମର୍ଥକ ଗଣମାଧ୍ୟମ ସଂସ୍ଥା ଉପରେ ପୋଲିସ ଚଢ଼ାଉ କରି ଦେଶଦ୍ରୋହ ଅଭିଯୋଗରେ ୭ଜଣଙ୍କୁ ଗିରଫ କରିବା ପରେ ମିଡ଼ିିଆ ଏଜେନ୍ସି ଗୁଡ଼ିକ ପକ୍ଷରୁ ଏଭଳି ପଦକ୍ଷେପ ଜାରି ରହିଛି।

ସିଟିଜେନ୍‌ ନ୍ୟୁଜ୍‌ ପକ୍ଷରୁ ଏକ ଫେସବୁକ ପୋଷ୍ଟରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ସଂସ୍ଥା କହିଛିି ଯେ ଜାନୁଆରୀ ୪ରେ ନିଜ ସାଇଟରେ ରିପୋର୍ଟ କରିବା ବନ୍ଦ କରିଦେବ ଏବଂ ଏହା ପରେ ସଂଗଠନ ବନ୍ଦ ହୋଇଯିବ।

ସେ ଏକ ବିବୃତ୍ତିରେ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଆମେ ମାତୃଭୂମିକୁ ସର୍ବଦା ଭଲପାଉଛୁ। କିନ୍ତୁ ବର୍ତ୍ତମାନ ଆମେ ଅସହାୟ ହୋଇପଡିଛୁ କାରଣ ଆମେ କେବଳ ବର୍ଷା ନୁହେଁ ଝଡ଼ ଏବଂ ସୁନାମୀର ମଧ୍ୟ ସମ୍ମୁଖୀନ ହେଉଛୁ। ଆମେ ଆମର ମୂଳ ଉଦ୍ଦେଶ୍ୟକୁ କେବେ ବି ଭୁଲି ନାହୁଁ କିନ୍ତୁ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଗତ ଦୁଇ ବର୍ଷ ମଧ୍ୟରେ ସମାଜରେ ଦ୍ରୁତ ପରିବର୍ତ୍ତନ ଏବଂ ମିଡିଆ ପରିବେଶର ଅବନତି ହେତୁ ଆମେ ଅସୁବିଧାରେ ପଡ଼ିଛୁ। ଆମେ ଆମର ଆଦର୍ଶ ହାସଲ କରିବାରେ ବିଫଳ ହୋଇଛୁ।

ଏହାପୂର୍ବରୁ ଗଣତନ୍ତ୍ରର ସମର୍ଥନ କରୁଥିବା ସଂସ୍ଥା ’ଆପଲ ଡେଲୀ’ ଏବଂ ଅନଲାଇନ ନ୍ୟୁଜ ସାଇଟ ’ଷ୍ଟାଣ୍ଡ ନ୍ୟୁଜ’ ମଧ୍ୟ ବନ୍ଦ ହୋଇସାରିଛି। ଚାଇନା ଏଠାରେ ଲୋକଙ୍କ ପ୍ରଦର୍ଶନକୁୂ ରୋକିବା ଲାଗି ଜାତୀୟ ସୁରକ୍ଷା ଆଇନ ପ୍ରଣୟନ କରିଛି।

ଚାଇନାର ଅଧିକାରୀମାନେ ଷ୍ଟାଣ୍ଡ ନ୍ୟୁଜ ଉପରେ ଚଢ଼ାଉ କରି ଏହାର ସମ୍ପାଦକ ତଥା ପୂର୍ବତନ ବୋର୍ଡ ସଦସ୍ୟଙ୍କ ସମେତ ୭ଜଣଙ୍କୁ ଦେଶଦ୍ରୋହୀ ସାମଗ୍ରୀ ପ୍ରକାଶନ ପାଇଁ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଗିରଫ କରିଥିଲେ। ଫଳରେ ଷ୍ଟାଣ୍ଡ ନ୍ୟୁଜ ପକ୍ଷରୁ ଏହାର କାର୍ଯ୍ୟ ବନ୍ଦ କରାଯାଉଥିବା ସମ୍ପର୍କରେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri