Advertisement

ଗଲଓ୍ବାନରେ ୪ ନୁହେଁ, ୧୦ ଗୁଣା ଅଧିକ ଚାଇନିଜ ସୈନ୍ୟ ପ୍ରାଣ ହରାଇଥିଲେ

ନୂଆଦିଲ୍ଲୀ,୩।୨: ୨୦୨୦ ଜୁନରେ ଗଲଓ୍ବାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହଁମୁହିଁ ହୋଇଥିଲେ। ଏଥିରେ ୪୨ ଚାଇନିଜ ଯବାନଙ୍କ ମୃତ୍ୟୁ ହୋଇଥିଲା, ଯାହାକି ଚାଇନା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟଠାରୁ ୧୦ ଗୁଣା ଅଧିକ। ତେବେ ବେଜିଂ ପକ୍ଷରୁ ଗଲଓ୍ବାନ ଘାଟି ଘଟଣାରେ ୪ ଯବାନ ପ୍ରାଣ ହରାଇଥିବା କୁହାଯାଇଥିଲା।

“ଅତିକମ୍‌ରେ ୪୨ ପିଏଲ୍‌ଏ ଯବାନ ସେହି ରାତିରେ ବୁଡ଼ି ଯାଇଥିଲେ” ବୋଲି ଅଷ୍ଟ୍ରେଲିଆନ ଖବର କାଗଜ ‘ଦି କ୍ଲାକ୍ସଅନ୍‌’ ଦାବି କରିଛି। ଏହି ଖବର କାଗଜରେ ଅନେକ ସୋସିଆଲ ମିଡିଆ ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ ୧୫ ତାରିଖରେ ପୂର୍ବ ଲଦାଖସ୍ଥିତ ଗଲଓ୍ବାନ ଘାଟିରେ ଖଣ୍ଡଯୁଦ୍ଧରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ।

“ଚାଇନାର ଯବାନମାନେ ଜୁନ ୧୫ ତାରିଖ ରାତି ଅନ୍ଧାରରେ ଗଲଓ୍ବାନ ନଦୀର ଥଣ୍ଡା ପାଣିରେ ନଦୀ ପାର ହେବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ତାପମାତ୍ର ଜିରୋ ତଳେ ଥାଏ। ହଠାତ୍‌ ନଦୀର ଜଳ ସ୍ତର ବୃଦ୍ଧି ପାଇବାରୁ ଅନେକ ଭାଷି ଯାଇଥିଲେ। ସେମାନଙ୍କ ମୃତଦେହକୁ ପ୍ରଥମେ ଶିକାନେ ଶ୍ମଶାନ ନିଆଯାଇଥିଲା। ସେଠାରୁ ପ୍ରତ୍ୟେକ ମୃତକଙ୍କୁ ସେମାନଙ୍କ ଗାଁଙ୍କୁ ପଠାଇଥିଲେ। ମୃତକଙ୍କ ମଧ୍ୟରୁ ଚାଇନା କେବଳ ଜଣଙ୍କୁ ଜୁନିୟର ସର୍ଜାଣ୍ଟ ଓ୍ବାଙ୍ଗ ଝୁରାନଙ୍କୁ ଶହୀଦ ବୋଲି ଦର୍ଶାଇଛି” ବୋଲି ଏହି ତାଦନ୍ତକାରୀ ଖବର କାଗଜରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟର ନାମ ‘ଗଲଓ୍ବାନ ଡିକୋଡେଡ୍‌’ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନକୁ ଏମ୍‌-୨୭୦ ମଲ୍ଟିପୁଲ ରକେଟ ଲଞ୍ଚର ପଠାଇବ ବ୍ରିଟେନ…

ଲଣ୍ଡନ/କ୍ୱିଭ୍‌, ୬।୬ : ବ୍ରିଟେନ ଅତ୍ୟାଧୁନିକ ଏମ୍‌-୨୭୦ ମଲ୍ଟିପୁଲ ରକେଟ ଲଞ୍ଚର ୟୁକ୍ରେନକୁ ଯୋଗାଇବାକୁ ଘୋଷଣା କରିଛି। ଏହି ରକେଟ ଲଞ୍ଚରର ପ୍ରଭାବଶାଳୀ ଫାୟାରିଂ ପରିସର...

ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଚାଇନା ବିପଦ

ନ୍ୟୁୟର୍କ, ୫।୩(ଆଇଏଏନ୍‌ଏସ୍‌):ଚାଇନାରୁ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ବିପଦ ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ ସମଭାବାପନ୍ନ ଦେଶଗୁଡ଼ିକ ସହ...

ମୋଦିଙ୍କ କରୋନା କୂଟନୀତିକୁ ଭୟ: ମିଥ୍ୟା ପ୍ରଚାର ଆରମ୍ଭ କଲା ଗ୍ଲୋବାଲ ଟାଇମ୍ସ୍‌

ନୂଆଦିଲ୍ଲ/ବେଜିଂ, ୨୫।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ସାର୍ବଜନୀକ ଭାବେ ଟିକାକରଣ ଜାରି ରହିଛି। ଏହା ସହିତ ଭାରତ ପକ୍ଷରୁ ବାଂଲାଦେଶ,...

ସଙ୍କଟରେ କାର୍ଗୋ ଶିପ୍‌

ହ୍ୟାଗ୍‌,୮ା୪: ନେଦରଲାଣ୍ଡସ୍‌ର କାର୍ଗୋ ଶିପ୍‌ ଏମ୍‌ସ୍ଲିଫ୍ଟ୍ଟ ହେଣ୍ଡ୍ରିକା ପେଟ୍ରୋଲ ଓ ଡିଜେଲ ନେଇ ଯାଉଥିବାବେଳେ ନରଓ୍ବେଜିଆନ୍‌ ସି’ରେ ଡ଼ୁବିଯିବା ଅବସ୍ଥାରେ ରହିଛି। ୧୨ କ୍ରିଉ ମେମ୍ବର...

ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ହାଇଆଲର୍ଟ ଜାରି

କାନବେରା,୨୩ା୧୦: ଆମେରିକାର ଫ୍ଲୋରିଡା ପରେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଗତ ସପ୍ତାହରୁ ଏଠାରେ ପ୍ରବଳ ବର୍ଷା ହେଉଛି। ରବିବାର ଦେଶର ବନ୍ୟା...

ରାଜ ପରିବାର ପକ୍ଷରୁ ଜାରି କରାଗଲା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିବା ଅତିଥିଙ୍କ ତାଲିକା

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିକ ସଂସ୍କାର ସୋମବାର ଅର୍ଥାତ୍ ସେପ୍ଟେମ୍ବର ୧୯ରେ ହେବ । ଏଥିରେ ବିଶ୍ୱର ଅନେକେ ନେତା ,...

ସେନାଙ୍କୁ ସ୍ୱତନ୍ତ୍ର ପୋଷାକ, ଜୋତା, ଟେଣ୍ଟ ଯୋଗଇ ଦେଲେ ଜିନପିଙ୍ଗ ସରକାର

ବେଜିଂ,୩୦ ।୧୦: ଗୋଟିଏ ପଟେ ଭାରତ ସହ ଶାନ୍ତି କଥାବାର୍ତ୍ତା କରୁଥିବା ଚାଇନା କିନ୍ତୁ ଲଦ୍ଦାଖ ସୀମାରେ ସେନାକୁ ମଜଭୁତ କରିବାରେ ଲାଗିଛି । ଆଗକୁ...

ବିଶ୍ୱକୁ ବାଟ ଦେଖାଇଲେ ଗ୍ରେଟା

ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ନେଇ ବିଶ୍ୱବ୍ୟାପୀ ନାନା ଆଶଙ୍କା ଲାଗିରହିଥିବାବେଳେ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଭାବଗର୍ଭକ ଭାଷଣ ଦେଇ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି ଗ୍ରେଟା...

Advertisement
Archives

Model This Week