ମହଙ୍ଗା ପଡିଲା ଲକ୍‌ଡାଉନ ଅନୁଭୂତି ଶେୟାର କରିବା!

ବେଜିଂ,୨୮ ।୧୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କୁହାଯାଏ । ଜାନୁୟାରୀ ମାସରେ ଏହା ପୃଥିବୀର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ଡିସେମ୍ବର ୨୦୧୯ରେ ପ୍ରଥମେ ଏହା ଚାଇନାରେ ଦେଖାଯାଇଥିଲା ବୋଲି କୁହାଯାଉଛି । ଯେତେବେଳେ ଚାଇନାରେ ଏହି ମହାମରୀ ଅଣାୟତ୍ତ ହେଲା ସେତେବେଳେ ସେଠାରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା । ଆଉ ଏହି ଲକ୍‌ଡାଉନକୁ ନେଇ ଜଣେ ଲେଖିକା ଫାଙ୍ଗ ଫାଙ୍ଗ ନିଜର ଅନୁଭୂତି ଶେୟାର କରିଥିଲେ । ଏବେ କିନ୍ତୁ ସେ ଏହି ଅନୁଭୂତିକୁ ନେଇ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି । ଫାଙ୍ଗ ଫାଙ୍ଗ ଯେତେବେଳେ ଲକ୍‌ଡାଉନ ସମୟରେ ଏକା ଏକା ସମୟ କାଟୁଥିଲେ ସେ ପ୍ରତ୍ୟେକ ଦିନ ତାଙ୍କ ଅନୁଭୂତି ସୋସିଆଲ ମିଡିଆ ଡାଏରୀରେ ଲେଖୁଥିଲେ । ଏହି ଲେଖା ଅନ୍ୟମାନଙ୍କୁ ସାହସ ବି ଯେଗୋଉଥିଲା । ଏଥିରେ ସେ ସରକାର ଓ ପ୍ରଶାସନ କିପରି କରୋନା ମୁକାବିଲା କରିବାରେ ଫେଲ୍ ମାରିଛି ତାହା ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଥମେ ପ୍ରଥମେ ଏହାକୁ ଏତେ ଗୁରୁତ୍ୱ ଦିଆଯାଉ ନ ଥିବା ବେଳେ ଏବେ କିନ୍ତୁ ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଇଛି । ଫାଙ୍ଗ ଫାଙ୍ଗଙ୍କ ପ୍ରକୃତ ନାମ ହେଉଛି ୱାଙ୍ଗ ଫାଙ୍ଗ । ୬୫ ବର୍ଷୀୟା ଏହି ଲେଖିକା ନିଜର ଅନୁଭବ ୱିବୋ ୱେବ ଆକାଉଣ୍ଟରେ ଲେଖୁଥିଲେ । ଏହାକୁ ଚାଇନାର ଟୁଇଟର ବୋଲି ମଧ୍ୟ କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri