Posted inଜାତୀୟ

ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ପାଇଁ ଚାଇନାର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ/ବେଜିଂ,୧୮।୧ : ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଚାଇନ ୬୦ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ଏକ ନଦୀ ବନ୍ଧ ନିର୍ମାଣ କରୁଛି। ୟାରଲୁଙ୍ଗ ଟାଙ୍ଗପୋ ନଦୀରେ ଏହା ନିର୍ମାଣ କରାଯାଉଛି। ଚାଇନା ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଡ୍ୟାମ ମେଡୋଗ ସୀମାରେ ଅଛି ଯାହା ଅରୁଣାଚଳ ପ୍ରଦେଶର ଅତି ନିକଟରେ ରହିଛି। ଏହି ବନ୍ଧ ନିର୍ମାଣ ନେଇ ଭାରତ ଚିନ୍ତିତ।

ସୂତ୍ରରୁ ପ୍ରକାଶ ଯେ ଡ୍ୟାମ ନିର୍ମାଣ ପରେ ଚାଇନା ବ୍ରହ୍ମପୁତ୍ର ନଦୀର ଜଳର ଗତିପଥକୁ ବଦଳାଇ ପାରିବ। କେବଳ ଏତିକି ନୁହେଁ, ଏହି ଡ୍ୟାମର ଜଳକୁ ବନ୍ଦ କରିବା ପରେ ଶୀଘ୍ର ଛାଡି ଚାଇନା ଭାରତରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି। ଏହାଯୋଗୁ ଆସାମ, ଅରୁଣାଚଳ ପ୍ରଦେଶରେ ଜଳ ଅଭାବ କିମ୍ବା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଅଛି।

ଏହି ପ୍ରସଙ୍ଗରେ ଭାରତ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ ହୋଇଛି। ଭାରତ ମଧ୍ୟ ଅରୁଣାଚଳ ପ୍ରଦେଶରେ ସଂରକ୍ଷଣ କ୍ଷମତା ସହିତ ଅନେକ ବନ୍ଧ ନିର୍ମାଣ କରୁଛି। ଚାଇନାର ମୁକାବିଲା ପାଇଁ ଭାରତ ଅରୁଣାଚଳ ପ୍ରଦେଶରେ ବହୁ ସଂଖ୍ୟକ ନଦୀବନ୍ଧ ନିର୍ମାଣ କରୁଛି। ପ୍ରାୟ ୧ ବର୍ଷ ପାଇଁ ଏଥିରେ ଜଳ ଷ୍ଟୋରେଜ ହେବାର ବ୍ୟବସ୍ଥା ରହିବ। ଏହି ବନ୍ଧଗୁଡ଼ିକ ମଧ୍ୟରୁ କେତେକ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚାଇନା ସରକାର ଏପର୍ଯ୍ୟନ୍ତ ବ୍ରହ୍ମପୁତ୍ର ନଦୀରେ ୧୧ ଟି ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏହି ବନ୍ଧଗୁଡ଼ିକ ଯୋଗୁଁ ନଦୀର ପ୍ରବାହରେ ଅସାଧାରଣ ପରିବର୍ତ୍ତନ ଦେଖାଦେଇଛି। ଚାଇନ ଯେତେବେଳେ ଚାହିଁବ ଏହି ବନ୍ଧଗୁଡ଼ିକର ଦ୍ୱାର ଖୋଲିବ। ଫଳରେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକୁ ଅତ୍ୟଧିକ ବନ୍ୟା ଜଳ ଯୋଗୁ ଯୋଗୁ କ୍ଷତି ସହିବାକୁ ପଡିବ। ୟାରଲଙ୍ଗ ସାଗପୋ ନଦୀ ଚାଇନାରୁବାହାରିଛି। ଏହା ତିବ୍ଦତ ଦେଇ ଅରୁଣାଚଳ ପ୍ରଦେଶ ଦେଇ ଭାରତରେ ପ୍ରବେଶ କରିଛି। ଏଠାରୁ ଆସାମ ଦେଇ ବାଂଲାଦେଶକୁ ମଧ୍ୟ ଯାଇଛି।

ଚାଇନାର ଅଧିକାଂଶ ଜଳ ବିଦ୍ୟୁତ ପ୍ରକଳ୍ପ ତିବ୍ଦତ ଅଞ୍ଚଳରେ ପଡେ। ଚାଇନା ନଦୀର ପ୍ରବାହକୁ ବନ୍ଦ କରି ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଜଳର ଅଭାବ ସୃଷ୍ଟି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri