ଚାଇନାର ମିଥ୍ୟା ପ୍ରଚାର: ଭାରତ ଯୋଗୁ ବ୍ୟାପିଛି କରୋନା

ବେଜିଂ,୨୮।୧୧: ଚାଇନା ଏବେ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଆରମ୍ଭ କରିଛି। ଉହାନ ସହର କରୋନାର ଏନ୍ତୁଡ଼ିଶାଳ ପାଲଟିଥିବାବେଳେ ଚାଇନା ଭାରତରୁ କରୋନାର ସଂକ୍ରମଣ ପୃଥିବୀରେ ବ୍ୟାପି ଥିବା ଭ୍ରମାତ୍ମକ ଖବର ପ୍ରସାର କରୁଛି। ଚାଇନାର ବୈଜ୍ଞାନିକ କହିଛନ୍ତି ଯେ, ଭାରତରେ ଖରାପ ସ୍ବାସ୍ଥ୍ୟ ସେବା ଯୋଗୁ ଏଠାରେ ପ୍ରଥମେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା। ଭାରତରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଥିବାରୁ କରୋନା ଭୁତାଣୁ ଏଠାରେ ବିନା କୌଣସି ଲକ୍ଷଣରେ ସଂକ୍ରମିତ ହେବାରେ ଲାଗିଥିଲା। ଉହାନରେ କରୋନା ଭୁତାଣୁ ଠାବ ହେବାର ବହୁ ମାସ ପୂର୍ବରୁ ଏହା ଭାରତରେ କାୟା ବିସ୍ତାର କରିଥିବା ଚାଇନା ବୈଜ୍ଞାନିକ କହିଛନ୍ତି। ୨୦୧୯ ଡିସେମ୍ବରରେ ଉହାନରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ଏହାର ଉତ୍ପତ୍ତି ଭାରତରେ ଅନେକ ପୂର୍ବରୁ ହୋଇସାରିଥିବା ଚାଇନା ବୈଜ୍ଞାନିକ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଚାଇନାର ବୈଜ୍ଞାନିକଙ୍କ ଅଭିଯୋଗ ପରେ ବ୍ରିଟେନ୍‌ର ଗ୍ଲାସଗୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଡେଭିଡ୍‌ ରବର୍ଟସନ୍‌ କହିଛନ୍ତି ଯେ, ଚାଇନାର ଏଭଳି ଗବେଷଣା ସମ୍ପୂର୍ଣ୍ଣ ଭାବେ ଦୋଷପୂର୍ଣ୍ଣ। ଏବେ ଏଭଳି ମିଥ୍ୟା ଅଭିଯୋଗ ନେଇ ଅନ୍ତର୍ଜାତୀୟସ୍ତରରେ ତଥା ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଭିଲିଅନ୍‌ ଫେରିବେ ନା ବ୍ୟାଟିଂ କରିବେ ?…

ଇସଲାମାବାଦ୍‌, ୩୧।୩ : ପାକିସ୍ତାନର ରାଜନୈତିକ ସ୍ଥିତି ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି। ନ୍ୟାଶନାଲ୍‌ ଆସେମ୍ବ୍ଲିରେ ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍କତ୍ରୀ ଇମ୍ରାନ୍‌ ଖାଁଙ୍କକ ବିରୋଧରେ...

ରେଳ ଷ୍ଟେଶନରେ ୬ ଜଣଙ୍କୁ ଛୁରାମାଡ଼: ପୋଲିସ ଗୁଳିରେ ଆକ୍ରମଣକାରୀ ଯୁବକ ଆହତ

ପ୍ୟାରିସ୍‌,୧୨।୧: ପ୍ୟାରିସ୍‌ର ଗାରେ ଡୁ ନୋର୍ଡ ବ୍ୟସ୍ତବହୁଳ ରେଳଷ୍ଟେଶନରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ୬ଜଣଙ୍କୁ ଛୁରି ଭୁସି ଆହତ କରିଥିବା ଫ୍ରାନ୍ସର...

ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ କମଲା ହାରିସ

ଓ୍ବାଶିଂଟନ୍‌,୫।୩: ୟୁକ୍ରେନରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଯୁଦ୍ଧର ୧୦ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ରକେଟ ଓ ବୋମାମାଡ଼ କରୁଛନ୍ତି।...

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର

କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ...

୨୪ ଘଣ୍ଟାରେ ୧୦ ଥର ନେଲେ କରୋନା ଡୋଜ୍‌…

ଓ୍ବିିଲିଂଣ୍ଟନ୍‌, ୧୨।୧୨: ଥରେ ନୁହେଁ ଦୁଇଥର ନୁହେଁ। ଲାଗ ଲାଗ ୧୦ ଥର କରୋନା ଡୋଜ୍‌ ନେଇଛନ୍ତି ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି। ସେ ୨୪ ଘଣ୍ଟାରେ...

ଗୋମୂତ୍ର ପିଇଲେ ଭଲ ହେବ କରୋନା: ଏମିତି କହୁଥିବା ଭାଜପା ନେତା ନିଜେ କରୋନାରେ ସଂକ୍ରମିତ

କୋଲକାତା,୧୭ ।୧୦: ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ତଥା ଏମ୍‌ପି ଦିଲ୍ଲିପ ଘୋଷ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ ତାଙ୍କୁ ଏକ...

ଚାଇନିଜ ଭାଇରସ ନେଇ ଭୟଭୀତ ଆମେରିକା, ବାଇଡେନ ସରକାର କମ୍ପ୍ୟୁଟର କୋଡ ଖୋଜିବା ଆରମ୍ଭ କଲେ…

ଓ୍ବାଶିଂଟନ,୩୧।୭ : ନିଜର ସାମରିକ ନେଟୱାର୍କରେ ଚାଇନା ଭାଇରସର ଉପସ୍ଥିତି ଯୋଗୁଁ ଆମେରିକା ଭୟଭୀତ ହୋଇପଡ଼ିଛି। ଆମେରିକା ବିଶ୍ୱାସ କରୁଛି ଚାଇନା ଏହି କମ୍ପ୍ୟୁଟର କୋଡକୁ...

୬ ପୋଲିସ କରୋନା ପଜିଟିଭ: ବନ୍ଦ ହେଲା ୨ ପୋଲିସ ଷ୍ଟେଶନ

କୋଏମ୍ବାଟୁର,୨୬।୪: ତାମୁଲନାଡୁର କୋଏମ୍ବାଟୁରରେ ୬ଜଣ ପୋଲିସଙ୍କ ନିକଟରେ କରୋନା ପଜିଟିଭ ମିଳିବାରୁ ଏବେ ସେଠାକାର ୨ ପୋଲିସ ଷ୍ଟେଶନକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି।...

Advertisement
Archives

Model This Week