ଚାଇନାର ବିସ୍ତାରବାଦୀ ନୀତି, ନେପାଳରେ ଅତିକ୍ରମଣ ଜାରି…

କାଠମାଣ୍ଡୁ, ୧୨।୩ : ଚାଇନା ଏହାର ବିସ୍ତାରବାଦୀ ନୀତି ପାଇଁ ପୁଣିଥରେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ନେପାଳ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟରେ ଚାଇନା ଉପରେ ଗୁରୁତର ଅଭିଯୋଗ ଅଣାଯାଇଛି। ନେପାଳ ସରକାରଙ୍କ ଏକ ରିପୋର୍ଟରେ ୨୦୨୧ ସେପ୍ଟେମ୍ବରରେ ଚାଇନା ନେପାଳର ଅଞ୍ଚଳରେ ଅତିକ୍ରମଣ କରିଥିବା ଅଭିଯୋଗ ହୋଇଛି। ନେପାଳର ପଶ୍ଚିମରେ ଥିବା ହୁମଲା ଜିଲାରେ ଚାଇନା ପକ୍ଷରୁ ଅତିକ୍ରମଣ କରାଯାଉଥିବା ଏହି ରିପୋର୍ଟ କମିଶନ କରାଯାଇଥିଲା।

ଏଥିସହ ନେପାଳର ସୀମା ପୋଲିସଙ୍କୁ ଚାଇନା ସୈନ୍ୟ ବାହିନୀ ମଧ୍ୟ ଧମକ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏଏନ୍‌ଆଇ ରିପୋର୍ଟ ଅନୁଯାୟୀ, ଚାଇନା ସୁରକ୍ଷା ବାହିନୀର ନୀରିକ୍ଷଣ ପରେ ନେପାଳ ସୀମାରେ ଲାଲୁଙ୍ଗଜୋଙ୍ଗ ନାମକ ଏକ ସ୍ଥାନରେ ଧାର୍ମିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଥିଲା।

ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନା ନେପାଳର ଚାଷୀଙ୍କ ଦ୍ୱାରା ଗୋରୁ ଚରାଇବା ପାଇଁ ବ୍ୟବହୃତ ଜମିର ପରିସରକୁ ସୀମିତ କରାଯାଉଛି। ଚାଇନା ସୀମା ସ୍ତମ୍ଭ ଚାରିପାଖରେ ଏକ ବାଡ଼ ନିର୍ମାଣ କରୁଥିଲା ଏବଂ ସୀମାର ନେପାଳ ପାର୍ଶ୍ୱରେ ଏକ କେନାଲ ଏବଂ ରାସ୍ତା ତିଆରି କରିବାକୁ ଚେଷ୍ଟା କରୁଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି।

ସୁରକ୍ଷା ବୃଦ୍ଧି ପାଇଁ ଏହି ଅଞ୍ଚଳରେ ନେପାଳର ସୁରକ୍ଷା ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିବା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ତେବେ ନେପାଳ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବ ରହିଛି। କାରଣ ଏହି ରିପୋର୍ଟ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇନାହିଁ। କିନ୍ତୁ ଲିକ ହୋଇ ଯାଇଥିବା କୁହାଯାଉଛି। ଏହି ରିପୋର୍ଟ ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ବିଚାରାଧୀନ ଅଛି। ରିପୋର୍ଟ ଲିକ ହେବା ପରେ ନେପାଳର ଯୋଗାଯୋଗ ମନ୍ତ୍ରୀ ଜୟନେନ୍ଦ୍ର ବାହାଦୂର କାର୍କି କହିଛନ୍ତି ଯେ ପଡୋଶୀ ଦେଶ ସହ କୌଣସି ସୀମା ସମସ୍ୟାର ସମାଧାନ କୂଟନୈତିକସ୍ତରରେ କରାଯିବାକୁ ପ୍ରୟାସ ହେବ।

ନେପାଳର ଜାତୀୟ ଏକୀକରଣ ଅଭିଯାନର ଅଧ୍ୟକ୍ଷ ବିନୟ ଯାଦବ କାଠମାଣ୍ଡୁରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ଏନେଇ ଏକ ସ୍ମାରକପତ୍ର ଦାଖଲ କରିଥିଲେ। ଏଥିରେ ଅନ୍ତର୍ଜାତୀୟ ସମୁଦାୟକୁ ଚାଇନାର ଜମି ଦଖଲ ରଣନୀତି ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା।

ଏହି ସ୍ମାରକପତ୍ରରେ କୁହାଯାଇଛି ଯେ ଅଧ୍ୟୟନ ଅନୁଯାୟୀ, ୧୯୬୩ର ସୀମା ପ୍ରୋଟୋକଲ ପରଠାରୁ ସ୍ତମ୍ଭ ସଂଖ୍ୟା ୫(୨) ଏବଂ କିଟ ଖୋଲା ମଧ୍ୟରେ ଦୁଇ ଦେଶ ମଧ୍ୟରେ ସୀମା ଭାବରେ ଚିହ୍ନିତ ହୋଇଛି। ଯେତେବେଳେ ଚାଇନା ନେପାଳ ଜମିରେ ବାଡ଼ ଓ ତାର ଲଗାଇଥିବା ଅଭିଯୋଗ ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?