Posted inଜାତୀୟ

ଏଲ୍‌ଏସିରେ ଚାଇନାର ଷଡ଼ଯନ୍ତ୍ର: ସୈନ୍ୟଙ୍କୁ ପିନ୍ଧିବାକୁ ଦେଉଛି ‘ଆଇରନ୍‌ ମ୍ୟାନ୍‌ ସୁଟ୍‌’

ଲଦାଖ,୧୨।୧୨: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବା ଉଦ୍ୟମ କରୁଛି। ଏବେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ଏଲ୍‌ଏସିରେ ମୁତୟନ କରାଯାଇଥିବା ସୈନ୍ୟଙ୍କୁ ‘ଆଇରନ୍‌ ମ୍ୟାନ୍‌ ଏକ୍ସୋସ୍କେଲିଟନ୍‌ ସୁଟ୍‌’ ପିନ୍ଧିବାକୁ ଦେଉଛି। ଏହାକୁ ପିନ୍ଧିଲେ ସୈନ୍ୟ ଅଧିକ ପରିମାଣର ଓଜନ ଉଠାଇବା ସହିତ ତଳେ ପଡ଼ିଲେ ଆଘାତ ଲାଗିବାର ଆଶଙ୍କା ମଧ୍ୟ ରହିବ ନାହିଁ। ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ ଅନୁସାରେ ଏହି ନୂତନ ସୁଟ୍‌ ପିନ୍ଧି ଉଧିକ ଉଚ୍ଚା ପାହାଡ଼ରେ ସୀମା ସୁରକ୍ଷା କାର୍ଯ୍ୟ ସହଜ ହୋଇପାରିବ। ପ୍ରଥମେ ଦକ୍ଷିଣ-ପଶ୍ଚିମ ତିବ୍ବତର ନାଗରି ଅଞ୍ଚଳରେ ସୀମା ସୁରକ୍ଷା କାର୍ଯ୍ୟରେ ମୁତୟନ ଥିବା ଚାଇନା ସୈନ୍ୟଙ୍କୁ ଏହି ପୋଷାକ ପ୍ରଦାନ କରାଯାଇଛି। ଏହି ଅଞ୍ଚଳରେ ଚାଇନାର ଏକ ଗୁରୁତ୍ୱପୂର୍ଣ୍ଣ ଏୟାର ବେସ୍‌ ମଧ୍ୟ ରହିଛି। ଏହି ଏୟାର ବେସ୍‌ ରଣନୀତି ଦୃଷ୍ଟି କୋଣରୁ ଭାରତ ପାଇଁ ମଧ୍ୟ ବେଶ୍‌ ଗୁରୁତ୍ୱ ବହନ କରିଥାଏ। ଏଠାରେ ଚାଇନା ସୈନ୍ୟମାନଙ୍କୁ ଏଭଳି ପୋଷାକ ପ୍ରଦାନ କରିବା ଦ୍ୱାରା ସେମାନେ ଅଧିକ ଶକ୍ତିଶାଳୀ ହେବେ ବୋଲି ଆନୁମାନ କରାଯାଉଛି। ନାଗରି ସମୁଦ୍ର ପତ୍ତନଠାରୁ ୫ ହଜାର ମିଟରରୁ ଅଧିକ ଉଚ୍ଚରେ ରହିଛି। ଅମ୍ଳଜାନ ପରିମାଣ କମ୍‌ ରହିଥିବାରୁ ଅଧିକ ଓଜନ ଉଠାଇବା ଏଠାରେ କଷ୍ଟକର ହୋଇଥାଏ। ତେବେ ଏହି ସୁଟ୍‌ ପିନ୍ଧିଲେ ଏଭଳି ସମସ୍ୟା ଦୂର ହୋଇପାରିଥାଏ ବୋଲି ଗ୍ଲୋବାଲ ଟାଇମ୍ସ୍‌ କହିଛି। ଚାଇନାର ଏହି ଷଡ଼ଯନ୍ତ୍ର ନେଇ ଭାରତର ଚିନ୍ତା ବଢ଼ିବା ସହିତ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?