Posted inଜାତୀୟ

ଇୟୁର ଚିନ୍ତା ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୦ା୪: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଉପରେ ସାରା ବିଶ୍ୱର ନଜର କେନ୍ଦ୍ରୀଭୂତ ହୋଇଥିବାବେଳେ ୟୁରୋପରେ ଚାଇନା ନିଜ ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ଚାଇନା ସେନାର ବିମାନଗୁଡ଼ିକରେ ଭୂପୃଷ୍ଠରୁ ଆକାଶକୁ ଭେଦ କରିପାରୁଥିବା ଏଫ୍‌କେ-୩ କ୍ଷେପଣାସ୍ତ୍ର ସର୍ବିଆକୁ ପରିବହନ କରାଯିବା ୟୁରୋପରେ ନୂଆ ବିବାଦକୁ ଜନ୍ମ ଦେଇଛି। ସର୍ବିଆର ପଡ଼ୋଶୀ ମୋଣ୍ଟେନେଗ୍ରୋ ବେଜିଂର ଏହି ପଦକ୍ଷେପ ଯୋଗୁ ନିଜ ନିରାପତ୍ତା ବିପନ୍ନ ହୋଇଥିବା ସମାଲୋଚନା କରିଛି। ମୋଣ୍ଟେନେଗ୍ରୋ ରାଷ୍ଟ୍ରପତି ମିଲୋ ଜୁକାନୋଭିକ୍‌ କହିଛନ୍ତି, ୟୁରୋପ ଓ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)ର ଶତ୍ରୁରାଷ୍ଟ୍ରଠାରୁ ସର୍ବିଆ ଅସ୍ତ୍ରଶସ୍ତ୍ର କିଣୁଛି। ସର୍ବିଆର ସାମରିକ ଅସ୍ତ୍ରାଗାରରେ ଚାଇନାର ଉପସ୍ଥିତି ବହୁଗୁଣିତ ହୋଇଛି, ଯାହାକି ସମଗ୍ର ୟୁରୋପ ପାଇଁ ବିପଜ୍ଜନକ ବୋଲି ସେ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ସର୍ବିଆ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଭ୍ୟୁସିକ୍‌ ଏହି ମିଶାଇଲ ବିକ୍ରିକୁ ଯଥାର୍ଥ ଦର୍ଶାଇଛନ୍ତି। ଭ୍ୟୁସିକ୍‌ କହିଛନ୍ତି, ଚାଇନାଠାରୁ ସଶସ୍ତ୍ର ଡ୍ରୋନ୍‌ କିଣିବା ପାଇଁ ୨୦୧୯ରେ ସ୍ବାକ୍ଷରିତ ଏକ ଚୁକ୍ତି ଅନୁସାରେ ଏହା ହେଉଛି ବୈଧ, ସମ୍ପୂର୍ଣ୍ଣ ନିୟମିତ ଓ ସ୍ବଚ୍ଛ କାରବାର। ସର୍ବିଆ ବାୟୁସୀମାକୁ କୌଣସି କ୍ରୁଜ୍‌ ମିଶାଇଲ ବା ଯୁଦ୍ଧବିମାନ ଅନୁପ୍ରବେଶ କଲେ ଏଫ୍‌କେ-୩ କ୍ଷେପଣାସ୍ତ୍ର ଦେଶକୁ ସୁରକ୍ଷା ଦେବାରେ ସହାୟକ ହେବ।
୨୦୨୦ରେ ବେଲ୍‌ଗ୍ରେଡ୍‌ ପ୍ରଥମ ୟୁରୋପୀୟ ରାଷ୍ଟ୍ର ରୂପେ ଆନୁଷ୍ଠାନିକ ଭାବେ ଚାଇନାର ୬ଟି ସିଏଚ୍‌-୯୨ଏ ଡ୍ରୋନ୍‌ କିଣିଥିଲା। ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ସର୍ବିଆର ଆବେଦନ ସତ୍ତ୍ୱେ ରୁଷିଆ ଓ ଚାଇନା ସହ ଏହାର ଘନିଷ୍ଠତା ସମଗ୍ର ମହାଦେଶରେ ଚିନ୍ତାବୃଦ୍ଧିର କାରଣ ପାଲଟିଛି। ଏଥିସହ ୟୁଗୋସ୍ଲାଭିଆର ବିଭାଜନରେ ବିଳମ୍ବଜନିତ ଉତ୍ତେଜନା ବଲ୍‌କାନ୍‌ ଉପଦ୍ୱୀପକୁ ପ୍ରଭାବିତ କରିଛି। ଚଳିତ ସପ୍ତାହରେ ଜର୍ମାନୀ କହିଛି ଯେ, ଯଦି ସର୍ବିଆ ଇୟୁରେ ସାମିଲ ହେବାକୁ ଚାହେଁ, ତେବେ ଏହାକୁ ୟୁରୋପୀୟ ସଂଘର ବହିର୍ବ୍ୟାପାର ଏବଂ ସୁରକ୍ଷା ନୀତିକୁ ମାନିଚଳିବାକୁ ପଡ଼ିବ। ଆମେରିକାସ୍ଥିତ ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ସିକ୍ୟୁରିଟି ଷ୍ଟଡିଜ୍‌ ପ୍ରୋଗ୍ରାମ୍‌ ନିର୍ଦ୍ଦେଶକ ଟେଲର ଫ୍ରାଭେଲଙ୍କ ମତରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଏହି ଅସ୍ତ୍ର ଯୋଗାଣ ଦୃଷ୍ଟି ଆକର୍ଷଣ କରିଛି। ରୁଷିଆ-ୟୁକ୍ରେନ୍‌ ସଂଘର୍ଷ ଚାଇନାର ସାମରିକ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସର୍ବିଆକୁ ବେଜିଂ ଦେଇଥିବା ଅସ୍ତ୍ରଶସ୍ତ୍ର ପରିଶେଷରେ ରୁଷିଆକୁ ପ୍ରେରଣ କରାଯାଇପାରେ ବୋଲି ଫ୍ରାଭେଲ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷେ ୨୦୦୮ ଫେବୃୟାରୀ ୧୭ରେ କୋସୋଭୋ ନିଜକୁ ସର୍ବିଆଠାରୁ ସ୍ବାଧୀନ ଘୋଷଣା କରିଥିଲା। ଏଠାରେ ପାଶ୍ଚାତ୍ୟର ଚିନ୍ତା ହେଉଛି, ସର୍ବିଆକୁ ଚାଇନା ଓ ରୁଷିଆର ଅସ୍ତ୍ରଶସ୍ତ୍ର ଯୋଗାଣ ବଲ୍‌କାନ୍‌ ରାଷ୍ଟ୍ରକୁ ଆଉ ଏକ ଯୁଦ୍ଧ ପାଇଁ ଉସୁକାଇବ। ସର୍ବିଆ ନିଜର ପୂର୍ବତନ ପ୍ରଦେଶ ବିରୋଧରେ ଏହି ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରିପାରେ। ଉଲ୍ଲେଖଯୋଗ୍ୟ, ଆମେରିକା ସମେତ ଅଧିକାଂଶ ରାଷ୍ଟ୍ର କୋସୋଭୋକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ମାନ୍ୟତା ଦେଉଥିଲେ ହେଁ ସର୍ବିଆ, ରୁଷିଆ ଓ ଚାଇନା ଏହାକୁ ଗ୍ରହଣ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri