ଶତ୍ରୁ ସୈନିକଙ୍କ ବ୍ରେନ ସହ ଖେଳିବ ଚାଇନା, ବିକଶିତ କଲା ଭୟାନକ ବ୍ରେନ ଓ୍ବେରଫେୟାର ୟୁନିଟ,ବିନା ଗୁଳିରେ ମରିବେ ଶତ୍ରୁ..

ବେଜିଂ,୨୩।୧୨ : ଶତ୍ରୁମାନଙ୍କଠାରୁ ପ୍ରତିଶୋଧ ନେବାକୁ ଚାଇନା ପ୍ରତିଦିନ ନୂଆ ପରୀକ୍ଷଣ କରୁଛି। ଏହି କ୍ରମରେ ଚାଇନେ ଏକ ବ୍ରେନ ଓ୍ବେରଫେୟାର ୟୁନିଟ ବିକଶିତ କରିଛି। ଏହା ଚାଇନାର ମାନସିକ ଯୁଦ୍ଧ ରଣନୀତିର ଏକ ଅଂଶ । ଯେଉଁଥିରେ ଶତ୍ରୁ ସୈନ୍ୟଙ୍କ ମନକୁ ନିୟନ୍ତ୍ରିତ କରାଯାଇ ଆକ୍ରମଣ କରାଯିବ। ଅନୁସନ୍ଧାନ ଗୋଷ୍ଠୀ ସିସିପି ବାୟୋଥ୍ରେଟ୍ସ ଇନିସିଏଟିଭ କହିଛି ପିପୁଲ୍ସ ଲିବରେଶନ ଆର୍ମି ନୂତନ ଜ୍ଞାନକୌଶଳ ବିକାଶ କରୁଛି। ଏଥିରେ କୃତ୍ରିମ ବୁଦ୍ଧିମତା(ଏଆଇ) ଏବଂ ସାମରିକ ବ୍ୟବହାର ପାଇଁ ମସ୍ତିଷ୍କ-କମ୍ପ୍ୟୁଟର ଇଣ୍ଟରଫେସର ବ୍ୟବହାର କରାଯାଇଛି। ବିଶ୍ଳେଷକମାନେ କହିଛନ୍ତି ଚାଇନା ସୈନ୍ୟବାହିନୀ ଏକ ନୂତନ ଅସ୍ତ୍ରଶସ୍ତ୍ର ବିକଶିତ କରୁଛନ୍ତି ଯାହା ଦ୍ୱାରା ସେମାନେ ମହଙ୍ଗା ଅସ୍ତ୍ର ନ ନେଇ ବିନା ଗୁଳିରେ ଶତ୍ରୁ ସୈନ୍ୟଙ୍କୁ ମାରି ଯୁଦ୍ଧ ଜିତିବେ।

ଅନୁସନ୍ଧାନ ଗୋଷ୍ଠୀ କହିଛି ଏହି ଅସ୍ତ୍ରଗୁଡିକ ମଧ୍ୟରୁ କେତେକ ଶତ୍ରୁକୁ ଶୋଇଦେଇ ସେମାନଙ୍କର ସତର୍କତାକୁ ଭାଙ୍ଗିବାର କ୍ଷମତା ରଖିଛି। ଏହି ଅସ୍ତ୍ରଗୁଡିକ ମଧ୍ୟରୁ ଏଭଳି କରିବା ପାଇଁ ବୈଦ୍ୟୁତିକ ଚୁମ୍ବକୀୟ ଶକ୍ତି ବ୍ୟବହାର କରାଯାଇଥାଏ।, “ସଫ୍ଟ-କିଲ ରେଡିଓ ତରଙ୍ଗ” ବ୍ୟବହାର କରି ସେମାନଙ୍କୁ ଆକର୍ଷିତ କରିବ। ଚାଇନା ନିଜ ସୈନିକମାନଙ୍କ ପାଇଁ ସତର୍କତା ବଢ଼ାଇବା ଏବଂ ଶତ୍ରୁମାନଙ୍କ ଦ୍ୱାରା ବ୍ୟବହୃତ ସମାନ ମାନସିକ ଅସ୍ତ୍ରକୁ ପ୍ରତିହତ କରିବା ଲାଗି ଏକ ନିଦ୍ରା ପ୍ରତିିରୋଧୀ ଗଗଲ୍ସ ପ୍ରସ୍ତୁତ କରିଥିବା କରିଛି। ଏହି ଗଗଲ୍ସ ପିନ୍ଧିବା ପରେ ଚାଇନା ସୈନିକମାନେ ଶୋଇବେ ନାହିଁ।

ସ୍ନାୟୁ ସମ୍ବନ୍ଧୀୟ ଅସ୍ତ୍ର ସମ୍ବନ୍ଧରେ ଚାଇନେ କମ୍ୟୁନିଷ୍ଟ ପାର୍ଟି ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହା ଚାଇନାର ବ୍ୟାପକ ଅସିମେଟ୍ରିକ ଯୁଦ୍ଧ ରଣନୀତିର ଏକ ଅଂଶ, ଯାହା ଶତ୍ରୁମାନଙ୍କ ଉପରେ ଏକ ରଣନୀତିକ ସୀମା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି, ବିଶେଷକରି ଆମେରିକା, ତାଇୱାନ, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଏହା ପ୍ରୟୋଗ କରିବାକୁ ଚାଇନା ଯୋଜନା କରିଛି। ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡି କହିଛନ୍ତି ବେଜିଂ ଏହାର ନାଗରିକଙ୍କ ଉପରେ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ମାନସିକ ଅସ୍ତ୍ର ବ୍ୟବହାର କରିବ ବୋଲି ଚିନ୍ତା କରାଯିବାର ଦୁଇ ବର୍ଷ ପରେ ଏହି ରିପୋର୍ଟ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri