୨୦୩୫ ସୁଦ୍ଧା ଚନ୍ଦ୍ରରେ ମହାକାଶ କେନ୍ଦ୍ର ନିର୍ମାଣ କରିବ ଚାଇନା

ବେଜିଂ,୧୬ା୧୦:ଚନ୍ଦ୍ରରୁ ମାଟି ନମୁନା ଆଣିବା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଚାଇନା। ୨୦୫୦ ସୁଦ୍ଧା ଚାଇନା ପକ୍ଷରୁ ମାନବ ଚନ୍ଦ୍ର ମିଶନ, ଚନ୍ଦ୍ରରେ ମହାକାଶ କେନ୍ଦ୍ରର ନିର୍ମାଣ ମିଶନ, ପୃଥିବୀ ବ୍ୟତୀତ ବାସଯୋଗ୍ୟ ଗ୍ରହ ଓ ଜୀବନର ଗବେଷଣା ଆଦିକୁ କାର୍ଯ୍ୟକାରୀ କରିବା ପାଇଁ ବେଜିଂ ଘୋଷଣା କରିଛି। ମଙ୍ଗଳବାର ଚାଇନାର ସର୍ବୋଚ୍ଚ ମହାକାଶ ସଂସ୍ଥା ପକ୍ଷରୁ ମହାକାଶ ବିଜ୍ଞାନ ପାଇଁ ଦେଶର ଦୀର୍ଘକାଳୀନ ବିକାଶ କାର୍ଯ୍ୟକ୍ରମକୁ ଉନ୍ମୋଚନ କରାଯାଇଛି।
ମହାକାଶ କ୍ଷେତ୍ରରେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଚାଇନା ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୨୦୫୦ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ ହୋଇଛି। ଚାଇନା ଏକାଡେମୀ ଅଫ୍‌ ସାଇନ୍ସ(ସିଏଏସ୍‌), ଚାଇନା ଜାତୀୟ ମହାକାଶ ପ୍ରଶାସନ ଓ ଚାଇନା ମ୍ୟାନ୍‌ଡ ସ୍ପେସ୍‌ ଏଜେନ୍ସି ଦ୍ୱାରା ଏକ ଖବରଦାତା ସମ୍ମିଳନୀ କରାଯାଇ ମହାକାଶ ବିଜ୍ଞାନ କ୍ଷେତ୍ରରେ ଦେଶର ଲକ୍ଷ୍ୟଗୁଡ଼ିକୁ ଦର୍ଶାଯାଇଛି, ଯେଉଁଥିରେ ୫ଟି ପ୍ରମୁଖ ବୈଜ୍ଞାନିକ ଥିମ ଅଧୀନରେ ୧୭ଟି ପ୍ରାଥମିକ କ୍ଷେତ୍ର ଏବଂ ଏକ ୩ ପର୍ଯ୍ୟାୟ ବିଶିଷ୍ଟ ରୋଡମ୍ୟାପ୍‌ ରହିଛି। ଚାଇନା ଦ୍ୱାରା ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଚନ୍ଦ୍ର ଗବେଷଣା କେନ୍ଦ୍ରର ନିର୍ମାଣ ପ୍ରକ୍ରିୟା ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୮ରୁ ୨୦୩୫ ମଧ୍ୟରେ କରାଯିବ ବୋଲି ସିଏଏସ୍‌ର ଉପାଧ୍ୟକ୍ଷ ଡିଙ୍ଗ୍‌ ଚିବିଆଓ କହିଛନ୍ତି। ୨୦୫୦ ପର୍ଯ୍ୟନ୍ତ ଚାଇନାରେ ମହାକାଶ ବିଜ୍ଞାନର ବିକାଶ ପାଇଁ ଏହାକୁ ରୋଡ୍‌ମ୍ୟାପ ଭାବେ ସେ ଦର୍ଶାଇଛନ୍ତି। ତେବେ ଚାଇନାର ଆଗାମୀ ମହାକାଶ ଯୋଜନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୦୨୭ ପର୍ଯ୍ୟନ୍ତ ଏହା ମାନବ ଚନ୍ଦ୍ର ଗବେଷଣା ପ୍ରକଳ୍ପ, ଚନ୍ଦ୍ର ଗବେଷଣା କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଏବଂ ଗ୍ରହ ଗବେଷଣା ପ୍ରକଳ୍ପ ଆଦିକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିବ। ଯୋଜନା ଅନୁଯାୟୀ, ଦେଶର ବୈଜ୍ଞାନିକମାନେ ସୌର ପ୍ରଣାଳୀରେ ବାସଯୋଗ୍ୟ ଗ୍ରହମାନଙ୍କର ଗବେଷଣା କରିବେ ଏବଂ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନର ଅସ୍ତିତ୍ୱକୁ ସନ୍ଧାନ କରିବେ। ଖାସ୍‌କରି ସୌର ପ୍ରଣାଳୀର ଉତ୍ପତ୍ତି ଓ ବିବର୍ତ୍ତନ, ବିଭିନ୍ନ ଗ୍ରହର ବାୟୁମଣ୍ଡଳର ବୈଶିଷ୍ଟ୍ୟ, ଅନ୍ୟ ଗ୍ରହରେ ଜୀବନର ସନ୍ଧାନ ଆଦି କ୍ଷେତ୍ରରେ ଚାଇନା ପକ୍ଷରୁ ଆଗାମୀ ବର୍ଷମାନଙ୍କରେ ଗବେଷଣା କରାଯିବ ବୋଲି ଡିଙ୍ଗ୍‌ କହିଛନ୍ତି। ସୂଚନାଯୋଗ୍ୟ, ଚାଇନା ୨୦୨୨ରେ ନିଜସ୍ବ ମହାକାଶ କେନ୍ଦ୍ରର ନିର୍ମାଣ କରିଥିଲା, ଯାହା ସମ୍ପ୍ରତି ଅନେକ ମହାକାଶ ମିଶନକୁ ଲଞ୍ଚ୍‌ କରିବା ସହ ବୈଜ୍ଞାନିକ ଅଧ୍ୟୟନ ପାଇଁ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବାରେ ସହାୟକ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri