ଲୋକଙ୍କ ଜୀବନ ସହ ଖେଳୁଛି ଚାଇନା: ବିନା ଟ୍ରାଏଲରେ ୧୦ ହଜାର ଲୋକଙ୍କୁ ଦେଲା କରୋନା ଟିକା!

ବେଜିଂ,୨୮ ।୯: ଗୋଟିଏ ପଟେ କରୋନା ସଂକ୍ରମଣରେ ସାରା ବିଶ୍ୱ ଦୋହଲି ଯାଇଥିବା ବେଳେ ଅନ୍ୟପଟେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଟିକା ପ୍ରସ୍ତୁତି କାମରେ ଲାଗି ପଡିଛନ୍ତି ପ୍ରାୟ ସମସ୍ତ ବିକାଶଶୀଳ ଦେଶ । ହେଲେ ଚାଇନାରୁ ଆସିଥିବା ଏହି ଭାଇରସକୁ ନେଇ ଏବେବି ଚାଇନା ଖାମଖିଆଲ ନୀତି ଅବଲମ୍ବନ କରୁଥିବା ଦେଖାଯାଇଛି । ଶୁଣିବାକୁ ମିଳିଛି ବିନା ଟ୍ରାଏଲରେ ଏବେ ଚାଇନା ପାଖାପାଖି ୧୦ ହଜାର ଲୋକଙ୍କୁ କରୋନା ଟିକା ଦେଇଛି । ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ଚାଇନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆବଶ୍ୟକ ସେବା ଯୋଗାଇ ଦେଉଥିବା ଲୋକେ, ଫାର୍ମାସ୍ୟୁଟିକାଲ ଫାର୍ମ, ସୁପର ମାର୍କେଟର କର୍ମଚାରୀ ଓ ଶିକ୍ଷକ ସମେତ ସଂକ୍ରମିତ ଅଞ୍ଚଳ ଗସ୍ତ କରୁଥିବା ଲୋକଙ୍କୁ ଚାଇନା ୩ଟି କରୋନା ଟିକା ଦେଇଛି । କୁହାଯାଉଛି କି ଅଧିକାରୀମାନେ ଔପଚାରିକ ପରୀକ୍ଷଣ ପୂର୍ବରୁ ଟିକାକୁ ବହୁ ଲୋକଙ୍କୁ ଦେଇ ଏହାର ଫଳାଫଳ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଡ୍ରାଗନର ଏହି ପଦକ୍ଷେପକୁ ଦେଖି ସାରା ବିଶ୍ୱର ବିଶେଷଜ୍ଞମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଚାଇନା ଏମିତି ଭାବେ ଭଲ ଟିକା ପ୍ରସ୍ତୁତ କରିଥିବା ଦାବି କରିପାରେ । ହେଲେ ଏହା ସିଧାସଳଖ ଲୋକଙ୍କ ଜୀବନ ସହ ଏକ ପ୍ରକାର ଖେଳ ଖେଳୁଛି ଚାଇନା । ଏମାନଙ୍କ ମତରେ ବିନା ମଞ୍ଜୁରୀ ପ୍ରାପ୍ତ ଟିକା ଲୋକଙ୍କୁ ଦେବା ଫଳରେ ଏହାଦ୍ୱାରା ନକରାତ୍ମକ ପ୍ରଭାବ ମଧ୍ୟ ପଡିପାରେ । ଏମିତିବି ହେଇଥାଇପାରେ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇ ନ ଥିବ ଓ ଏହାଦ୍ୱାରା ପୁଣି ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ । ତେବେ ମଞ୍ଜୁରୀ ପାଇବା ପରେ ଟିକା ପ୍ରଥମେ ସ୍ୱେସ୍ଥାସେବୀଙ୍କୁ ଦିଆଯିବା କଥା ହେଲେ ଚାଇନା ଏହାକୁ ସାଧାରଣ ଲୋକଙ୍କୁ ଦେବା ଅର୍ଥ ସେ ଲୋକଙ୍କ ଜୀବନ ସହ ସିଧାସଳଖ ଖେଳ ଖେଳୁଛି । ତେବେ ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ଏହି ଟିକା ଦିଆଯାଇଛି ତାହା ଚାଇନା ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ହେଲେ ବେଜିଂ ସ୍ଥିତ କମ୍ପାନୀ ସିନୋବ୍ୟାକ ପହିଛି ସହରରେ ପାଖାପାଖି ୧୦ ହଜାର ଲୋକଙ୍କୁ ବିନା ଟ୍ରାଏଲରେ କରୋନା ଟିକା ଦିଆଯାଇଛି । ଏହାସହ ଉକ୍ତ କମ୍ପାନୀର ପାଖାପାଖି ୩ ହଜାର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଏହି ଟିକା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୧୦୦୦ ଟପିଲା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଆଜି ରାଜ୍ୟରେ ୧୦୦୦ ଟପିଛି କରୋନା ସଂକ୍ରମଣ। ଶୁକ୍ରବାର ୧୦୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା...

‘ଷଡ଼ଯନ୍ତ୍ର ପଛରେ ବିଦେଶୀ ଶକ୍ତି’

ଇସ୍‌ଲାମାବାଦ,୨୮।୩ : ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ସନ୍ଧ୍ୟାରେ ବିଶାଳ ରାଲି ଜରିଆରେ...

ଭିଡ଼ରେ କରୋନା ରୋଗୀଙ୍କୁ ଚିହ୍ନଟ କରିବ ସ୍ନିପର ଡଗ୍‌ !

ଦୁବଇ,୯।୭: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି। କାରଣ ଏହି ରୋଗର ସଠିକ୍‌ ଚିକିତ୍ସା ନ ଥିବାରୁ ଏବେ ଏହାକୁ...

୭ ରକ୍ତ ନମୁନା ନେଗେଟିଭ

ପାଟଣା, ୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରିଥିବା ୨ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ ୩୩୮ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଶେଷ ହୋଇଛି। ସମସ୍ତେ...

ଲକ୍ଷେ ୪୩ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୧୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ୨୦୨୦ ବର୍ଷର ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ,୯ ।୧୦: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲଡ ଫୁଡ୍ ପ୍ରୋଗ୍ରାମ(ଡପ୍ଲୁଏଫ୍‌ପି)କୁ ୨୦୨୦ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଘୋଷଣା କରାଯାଇଛି ।...

ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ...

ଲଣ୍ଡନ ବ୍ରିଜ୍‌ ଆକ୍ରମଣରେ ୨ ମୃତ

ଲଣ୍ଡନ,୧ା୧୨(ପି.ଟି.): ଲଣ୍ଡନ ବ୍ରିଜ୍‌ରେ ଶୁକ୍ରବାର ଜଣେ ଆତଙ୍କବାଦୀଙ୍କ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିଲେ। ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ...

Advertisement
Archives

Model This Week