ପଡ଼ୋଶୀ ଦେଶଙ୍କୁ ଡରାଉଛି ଚାଇନା, ପେଣ୍ଟାଗନ୍‌ ରିପୋର୍ଟ…

ଓ୍ବାଶିଂଟନ,୨୬।୧୦: ବିସ୍ତାରବାଦୀ ନୀତି ଆପଣେଇ ଚାଇନା ପଡ଼ୋଶୀ ଦେଶଙ୍କୁ ଡରାଇବା ସହିତ ଧମକ ଦେଉଛି। ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ ଏସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ପଡ଼ୋଶୀ ଦେଶଗୁଡ଼ିକର ରାଷ୍ଟ୍ରୀୟ ସୁରକ୍ଷା ଏବଂ ଆର୍ଥିକ ସ୍ବାର୍ଥ ପ୍ରଭାବିତ ହେବାରେ ଲାଗିଛି।

ଦକ୍ଷିଣ ଏସିଆରେ ଚାଇନା ଏଭଳି ଅନୈତିକ କାର୍ଯ୍ୟ ଜାରି ରଖିଥିବା ପେଣ୍ଟାଗନ୍‌ ପ୍ରେସ୍‌ ସଚିବ ଜନ୍‌ କିର୍ବେ ସୂଚନା ଦେଇଛନ୍ତି।

ଚାଇନାର ଏଭଳି କାର୍ଯ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ସତର୍କ ଘଣ୍ଟି ଜାରି କରିଥିବା ସେ କହିଛନ୍ତି। ତେବେ ଏହି କ୍ଷେତ୍ରର ସୁରକ୍ଷା ଉପରେ ସୃଷ୍ଟି ହୋଇଥିବା ପ୍ରଶ୍ନର ମୁକାବିଲା ଲାଗି ଆମେରିକା ସବୁବେଳେ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି। ଆମେରିକା ପାଖରେ ପ୍ରର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରହିଥିବା କାର୍ବେ କହିଛନ୍ତି।

ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ପ୍ରତି ଆମେରିକା ତୀକ୍ଷ୍‌ଣ ନଜର ରଖିଛି। ଦୁଇଦେଶ ମଧ୍ୟରେ ଉତ୍ତଜନାକୁ ଅଧିକ ଗୁରୁତର ହେବାକୁ ଆମେରିକା ଦେବ ନାହିଁ। ଏଲ୍‌ଏସି ସ୍ଥିତି ସମ୍ପର୍କରେ ଆମେରିକା ଲଗାତାର ଭାରତୀୟ ଅଧିକାରୀଙ୍କ ସମ୍ପର୍କରେ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri