ଚାଇନାରେ ଆରମ୍ଭ ହେଲା ଜିନପିଙ୍ଗଙ୍କ ତୃତୀୟ ଯୁଗ, ସିପିସି ବୈଠକ ପରେ ହେବ ଘୋଷଣା

ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସବୁଠାରୁ ବଡ ବୈଠକ ଶେଷ ହୋଇଛି । ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ନ୍ୟାଶନାଲ କଂଗ୍ରେସର ୨୦ତମ ଅଧିବେଶନର ଶନିବାର ଥିଲା ଶେଷ ଦିନ । ଏହି ବୈଠକ ସମୟରେ ଚାଇନାରେ ଖୁବ୍ ଡ୍ରାମା ବି ଦେଖିବାକୁ ମିଳିିଛି । ଏସବୁ ଭିତରେ ବୈଠକ ଶେଷ ହୋଇଛି । ଏବେ ଚାଇନାରେ ପୁଣିଥରେ ଜିନପିଙ୍ଗ ଯୁଗର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ।
ବୈଠକ କଥା ଆଲୋଚନା କଲେ ଏଥର ସିପିସିରେ ଏକଛତ୍ରବାଦୀ ଶାସନର ସବୁଠାରୁ ନିଷ୍ଠୁର ଚିତ୍ର ଦେଖିବାକୁ ମିଳିଥିଲା, ଯାହା ଗତ ୨୨ ଅକ୍ଟୋବରରେ ଅନୁଶାସନରେ ପରିପୂର୍ଣ୍ଣ ଥିଲା । ଚାଇନାର ପୂର୍ବତନ ରାଷ୍ଟ୍ରପତି ହୁ ଜିନତାଓଙ୍କୁ ସୁରକ୍ଷାକର୍ମୀମାନେ ବାଧ୍ୟକରି ବାହାରକୁ ନେଇଯାଇଥିଲେ ଯଦିଓ ତାଙ୍କର ଯିବାକୁ ଇଚ୍ଛା ନ ଥିଲା । ଜିନପିଙ୍ଗଙ୍କ ନିର୍ଦ୍ଦେଶରେ ଏକଛତ୍ରବାଦୀ ଶାସନର ଏହି ଲାଇଭ୍ ପ୍ରସାରଣ ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଗଲା । ଏବେ ସମୟ କହିବ ଚାଇନାରେ ଏକଛତବାଦୀ ଶାସନ କେତେ ବୃଦ୍ଧି ପାଉଛି ।
ପୂର୍ବରୁ ସିପିସିର ହାଇ ଲେଭଲ ବୈଠକରେ ପୋଲିତ ବ୍ୟୁରୋର ସଦସ୍ୟଙ୍କ ନିର୍ବାଚନ ଲାଗି ଭୋଟିଂ ଶେଷ ହୋଇଛି । ପୋଲିତ ବ୍ୟୁରୋର ୨୫ ସଦସ୍ୟ ଓ ଷ୍ଟାଣ୍ଡିଂ କମିଟିର ୭ ସଦସ୍ୟ କିଏ ହେବେ ଏହାର ଘୋଷଣା ରବିବାର ହୋଇପାରେ । ସିପିସିର ନୂଆ ଟିମରେ ଜିନପିଙ୍ଗ ସମସ୍ତ ବିରୋଧିଙ୍କୁ ହଟାଇ ଦେଇ ନିଜର ବିଶ୍ୱାସଯୋଗ୍ୟ ଲୋକଙ୍କୁ ଏଣ୍ଟ୍ରି କରାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗସ୍ତରେ ପ୍ରଭାତୀ ପରିଡ଼ା, ବାପାଙ୍କ ଅଧୁରା କାମକୁ ସମ୍ପୂର୍ଣ କରିବି କହି….

କେସିଙ୍ଗା,୯।୨(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ଭୁବନେଶ୍ବରରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ସୋମବାର ପୂର୍ବାହ୍ନ ୧୦.୩୦…

ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ ପ୍ରତ୍ୟାଖାନ

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri