ଅସ୍ତିତ୍ୱ ହରାଇଛି ରଘୁନନ୍ଦନ ପାଠାଗାର

ପୁରୀ ଅଫିସ,୨୩।୧୦:ପରିକ୍ରମା ପ୍ରକଳ୍ପ ଜମି ଅଧିଗ୍ରହଣରେ ଜଗନ୍ନାଥ ସଂସ୍କୃତିର ସର୍ବପୁରାତନ ପାଠାଗାର ରଘୁନନ୍ଦନ ଲାଇବ୍ରେରୀ ନିଜ ଅସ୍ତିତ୍ୱ ହରାଇଛି। ଯେଉଁ ପାଠାଗାର ଦିନେ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀଙ୍କ ସାଧନାର କେନ୍ଦ୍ର ଥିଲା, ସମ୍ପ୍ରତି ତାହା ବିଲୁପ୍ତ ହୋଇଯାଇଛି। ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ସହରକୁ ଏକ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ମଧ୍ୟରେ ରଘୁନନ୍ଦନ ଲାଇବ୍ରେରୀ ହଜାର ହଜାର ପାଠକ ଓ ନିଜର ଅଖଣ୍ଡ ଗୌରବ ହରାଇ ବସିଛି। ଏହି ପାଠାଗାର ପୁନରୁଦ୍ଧାର ପାଇଁ ପୁରୀ ଜିଲାର ଅନେକ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀମାନେ ବିଭିନ୍ନ ସମୟରେ ଦାବି କରିଆସୁଥିବାବେଳେ ପ୍ରଶାସନ ଏଥିପାଇଁ ଗୁରୁତ୍ୱ ଦେବାଭଳି ମନେହେଉନାହିଁ। ପୁସ୍ତକ ସଂରକ୍ଷିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବାବେଳେ ପାଠାଗାର ପାଇଁ ପୁନଶ୍ଚ ଭିତ୍ତିଭୂମି କିଭଳି ଭାବେ ନିର୍ମାଣ ହେବ ଓ ପାଠିକାପାଠକ ରଘୁନନ୍ଦନ ପାଠାଗାରରେ ପଢ଼ିବାର କିପରି ସୁଯୋଗ ପାଇବେ ସେନେଇ ପ୍ରଶାସନ ଚିନ୍ତା କରୁ ନଥିବାରୁ ବୁଦ୍ଧିଜୀବୀ ମହଲ ଚିନ୍ତା ପ୍ରକଟ କରିଛି। ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ଏମାର ମଠ ରଘୁନନ୍ଦନ ପାଠାଗାରକୁ ଜନ୍ମ ଦେଇଥିଲା। ମହନ୍ତ ଗଦାଧର ରାମାନୁଜ ଦାସ ୧୯୨୧ ଅଗଷ୍ଟ ୧୪ ତାରିଖରେ ରଘୁନନ୍ଦନ ପାଠାଗାରକୁ ଉଦ୍‌ଘାଟନ କରିଥିଲେ। ସେବେଠାରୁ ଏମାର ମଠର ତତ୍ତ୍ବାବଧାନରେ ରଘୁନନ୍ଦନ ପାଠାଗାର ପରିଚାଳିତ ହୋଇଆସୁଥିଲା। ଗଦାଧର ରାମାନୁଜ ନିଜ ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଠାଗାରକୁ ନିର୍ମାଣ କରିଥିଲେ। ୧୯୩୬ ରେ ରଘୁନନ୍ଦନ ପାଠାଗାର ପକ୍ଷରୁ ଏକ ବାର୍ଷିକ ବିବରଣୀ ପ୍ରକାଶ ପାଇଥିଲା। ଏହି ବାର୍ଷିକ ବିବରଣୀରୁ ଜଣାଯାଏ, ଷ୍ଟେଟ୍ସମ୍ୟାନ୍‌, ଅମୃତ ବଜାର ପତ୍ରିକା, ନିୟୁ ଓଡ଼ିଶା, ଦୈନିକ ବସୁମତୀ, ସମାଜ, ଆଶା, ବିଶ୍ୱାମିତ୍ର ଭଳି ୨୦ରୁ ଊର୍ଦ୍ଧ୍ୱ ପତ୍ରିକା ଏଠାକୁ ଦୈନିକ ଆସୁଥିଲା। ୧୩ଟି ସାପ୍ତାହିକ ପତ୍ରିକା ମଧ୍ୟ ପାଠିକାପାଠକଙ୍କ ଉଦ୍ଦେଶ୍ୟରେ ଆସୁଥିଲା। ସେହିଭଳି ଏଠାରେ ୭୧୫ ଖଣ୍ଡ ଇଂଲିଶ ପୁସ୍ତକ, ୮୧୧ ଖଣ୍ଡ ଓଡ଼ିଆ, ୭୦୧ ଖଣ୍ଡ ସଂସ୍କୃତ, ୫୫୦ଖଣ୍ଡ ବଙ୍ଗଳା ଓ ୪୮୩ ଖଣ୍ଡ ହିନ୍ଦୀ ପୁସ୍ତକ ରହିଥିଲା। ଏହା ସହ ୨୬୬ ଖଣ୍ଡ ତାଳପତ୍ର ପୋଥି ମଧ୍ୟ ରଘୁନନ୍ଦନ ଲାଇବ୍ରେରୀରେ ରହିଥିଲା। ପରବର୍ତ୍ତୀ ସମୟରେ ଭାରତର ବିଭିନ୍ନ ପ୍ରଦେଶରୁ ଅନେକ ଦୁର୍ଲଭ ଗ୍ରନ୍ଥ ଓ ଧର୍ମ ଗ୍ରନ୍ଥ ମଧ୍ୟ ରଘୁନନ୍ଦନ ଲାଇବ୍ରେରୀରେ ସଂରକ୍ଷିତ ହୋଇ ରହିଥିଲା। ବିଶେଷ କରି ଦକ୍ଷିଣ ଭାରତର ପଣ୍ଡିତମାନେ ରଘୁନନ୍ଦନ ଲାଇବ୍ରେରୀକୁ ଅଧ୍ୟୟନ ଉଦ୍ଦେଶ୍ୟରେ ଆସୁଥିଲେ। ବେଦ, ପ୍ରାଚୀନ ଧର୍ମ ପୁସ୍ତକ, ଉପନିଷଦ ଆଦିର ପାଠ ପାଇଁ ଏହି ପାଠାଗାର ଏକକ ଜ୍ଞାନକେନ୍ଦ୍ର ଭାବେ ଗରିମା ଅର୍ଜନ କରିଥିଲା। ପାଠାଗାରଟି ସିଂହଦ୍ୱାର ସମ୍ମୁଖରେ ଅବସ୍ଥିତ ରହିଥିବାହେତୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଥିଲା। ତେବେ ୨୦୦୦ ଆରମ୍ଭ ହେବାବେଳକୁ ଅନେକ ପୁସ୍ତକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଥିଲା। ଅନେକ ବହି ଓ ତାଳପତ୍ର ପୋଥି ଚୋରି ମଧ୍ୟ ହୋଇସାରିଛି ବୋଲି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଗବେଷକ ଭାସ୍କର ମିଶ୍ର କହିଛନ୍ତି।
ଏହି ପାଠାଗାର ପ୍ରାଚୀନ ପୁସ୍ତକର ଏକ ଭଣ୍ଡାର ଥିଲା। ଏଥିରେ ଦ୍ୱିମତ ନାହିଁ। ଅନ୍ୟପକ୍ଷରେ ନୂଆ ପିଢ଼ିର ଜ୍ଞାନ ଭଣ୍ଡାରକୁ ପୂର୍ଣ୍ଣ କରିବାରେ ରଘୁନନ୍ଦନ ଲାଇବ୍ରେରୀ ସମ୍ପୂର୍ଣ୍ଣ ରୂପେ ସକ୍ଷମ ହୋଇପାରିଥିଲା। ବୀଜଗଣିତ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଅର୍ଥ ଶାସ୍ତ୍ର ଓ ରାଜନୀତି ବିଜ୍ଞାନ ସମ୍ପର୍କିତ ପୁସ୍ତକର ଅଧ୍ୟୟନ ପାଇଁ ଏହି ପାଠାଗାର ଏକ ପ୍ରମୁଖ ଉତ୍ସ ଭାବେ ପରିଣତ ହୋଇପାରିଥିଲା। ଶ୍ରୀମନ୍ଦିର ଜାନିଯାତ୍ରା, ପରମ୍ପରା ଓ ସଂସ୍କୃତି ଉପରେ ଜ୍ଞାନ ଆହରଣ କରିବା ପାଇଁ ଅନେକ ପଣ୍ଡିତ ରଘୁନନ୍ଦନ ଲାଇବ୍ରେରୀକୁ ଆସୁଥିଲେ। ସଦାଶିବ ରଥଶର୍ମା ନିଜ ସାଧନାର ଅନେକ ସମୟ ଏହି ପାଠାଗାରକୁ ଦେଇଥିଲେ। ପାଠାଗାରରେ ଥିବା ପୁସ୍ତକର ସଂଖ୍ୟା ସେତେବେଳେ ଓଡ଼ିଶାର ଯେକୌଣସି ପାଠାଗାର ତୁଳନାରେ ଅଧିକ ଥିଲା ବୋଲି କୁହାଯାଇପାରିବ। ଅନେକ ପୁସ୍ତକ ଦାନ ସ୍ବରୂପରେ ମିଳିଥିବାବେଳେ ଏମାର ମଠ ପକ୍ଷରୁ ପୁସ୍ତକ ସଂଗ୍ରହ କାର୍ଯ୍ୟକ୍ରମ ମଧ୍ୟ କରାଯାଉଥିଲା। ପଞ୍ଚସଖାଙ୍କ ମଧ୍ୟରେ ଗୋପବନ୍ଧୁ ଓ ନୀଳକଣ୍ଠ ଦାଶ ନାରାୟଣ, ଶିରୋମଣୀଙ୍କ ମାଧ୍ୟମରେ ପୁରୀରେ ଏକ ଗବେଷଣା ଅନୁଷ୍ଠାନ କରିଥିଲେ। ନାରାୟଣ ସିରୋମଣୀଙ୍କ ଦେହାନ୍ତ ପରେ ଗବେଷଣା ଅନୁଷ୍ଠାନରେ ଥିବା ସମସ୍ତ ପୋଥି ଓ ପୁସ୍ତକ ରଘୁନନ୍ଦନ ଲାଇବ୍ରେରୀକୁ ସ୍ଥାନାନ୍ତରିତ ହୋଇଥିଲା। ସେହିଭଳି ବ୍ରହ୍ମଗିରିର ଗଡ଼କୋକଲରୁ ମିଳିଥିବା ପୋଥି ‘ପାଇକ ଖେଦା’ ମଧ୍ୟ ରଘୁନନ୍ଦନ ଲାଇବ୍ରେରୀର ଅଂଶ ଥିଲା।
ତେବେ ୨୦୨୦ରେ ରଘୁନନ୍ଦନ ଲାଇବ୍ରେରୀକୁ ଧ୍ୱଂସ କରାଯିବା ପରେ ତାହାର ପୁସ୍ତକକୁ ଜିଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। ତେବେ ଏସବୁ କେତେ ସୁରକ୍ଷିତ ରହିଛି, ପୁସ୍ତକର ଠିକ ସଂରକ୍ଷଣ କରାଯାଉଛି କି ନାହିଁ ଓ ରଘୁନନ୍ଦନ ଲାଇବ୍ରେରୀ ପୁନଶ୍ଚ ନିଜ କଳେବରକୁ ଫେରି ପାରିବ କି ନାହିଁ ତାହା ଏବେ ବୁଦ୍ଧିଜୀବୀ ମହଲରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା କହିଛନ୍ତି, ସଂସ୍କୃତି ବିଭାଗ ଅଧୀନରେ ରଘୁନନ୍ଦନ ଲାଇବ୍ରେରୀର ଦାୟିତ୍ୱ ନାହିଁ। ପୁସ୍ତକ ଜିଲାପାଳଙ୍କ କାର୍ଯ୍ୟାଳୟର କନ୍‌ଫରେନ୍ସ ହଲ୍‌ରେ ସଂରକ୍ଷିତ ହୋଇ ରହିଛି। ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ଲାଇବ୍ରେରୀ ନିର୍ମାଣ ନେଇ କୌଣସି ପ୍ରକାର ଉଦ୍ୟମ ହୋଇଥିବା ସଂସ୍କୃତି ବିଭାଗର ସୂଚନାକୁ ଆସିନାହିଁ। ଅନ୍ୟପକ୍ଷରେ ପୁରୀ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି ଯେ, ଲାଇବ୍ରେରୀର ପୁସ୍ତକ ସୁରକ୍ଷିତ ରହିଛି। ୬ ହଜାରରୁ ଊର୍ଦ୍ଧ୍ୱ ପୁସ୍ତକ ରହିଛି। ତେବେ ରଘୁନନ୍ଦନ ଲାଇବ୍ରେରୀ ପୁଣି ଥରେ ପ୍ରତିଷ୍ଠା କରାଯିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri