ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଚାଇନା…

ବେଜିଂ,୧୭।୧୦: ବିସ୍ତାରବାଦୀ ନୀତି ଜାରି ରଖିଥିବା ଚାଇନା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ମହାକାଶରେ ନିଜର ସ୍ଥିତି ସୁଦୃଢ଼ କରିବା ଲାଗି ଚାଇନା ଯୋଜନାବଦ୍ଧ ଭାବେ ଏଭଳି କରିଛି। ଚାଇନା ପାଖରେ ଥିବା ଏହି କ୍ଷମତା ବର୍ତ୍ତମାନ ପୃଥିବୀର ଅନ୍ୟ କୌଣସି ଦେଶ ନିକଟରେ ନାହିଁ। ତେବେ ଚାଇନାର ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପୂୂର୍ଣ୍ଣ ସଫଳ ରହିନାହିଁ। ହାଇପରସୋନିକ୍‌ କ୍ଷେପଣାସ୍ତ୍ର ନିଜ ଲକ୍ଷ୍ୟରୁ ୩୨ କିଲୋମିଟର ଦୂରରେ ଖସିପଡ଼ିଥିବା କୁହାଯାଉଛି। ଚାଇନା ପାଖରେ ଥିବା ଏହି କ୍ଷେପଣାସ୍ତ୍ର ଶକ୍ତି ନେଇ ଆମେରିକା, ରୁଷିଆ ସମେତ ଅନ୍ୟ ଦେଶଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଇଛି।

ସ୍ଥଳଭାଗ ଏବଂ ସମୁଦ୍ର ଉପରେ ଆକ୍ରମଣାତ୍ମକ ବିସ୍ତାରବାଦୀ ନୀତି କାର୍ଯ୍ୟକାରୀ କରିବା ପରେ ଚାଇନା ବର୍ତ୍ତମାନ ମହାକାଶରେ ମଧ୍ୟ ନିଜର ଆଭିମୁଖ୍ୟ ପ୍ରତିଷ୍ଠା ଦିଗରେ ଯୋଜନା ପ୍ରସ୍ତୁତ କରିଛି। ମିଡିଆ ରିପୋର୍ଟ ଅନୁସାରେ ଗତ ଅଗଷ୍ଟ ମାସରେ ଚାଇନା ମହାକାଶରେ ଏକ ନୂତନ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ସୂଚନା ଅନୁଯାୟୀ, ଚାଇନା ମହାକାଶର ନିମ୍ନ କକ୍ଷପଥରେ ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ କ୍ଷେପଣାସ୍ତ୍ର ପଠାଇଛି। ଏହି କ୍ଷେପଣାସ୍ତ୍ର ପୃଥିବୀକୁ ପ୍ରଦକ୍ଷିଣ କରିବା ପରେ ହାଇପରସୋନିକ ବେଗରେ ଏହାର ଲକ୍ଷ୍ୟ ଆଡକୁ ମୁହାଁଇଥିଲା।

ବ୍ରିଟେନର ଫାଇନାନ୍ସିିଆଲ ଟାଇମ୍ସ ଖବରକାଗଜର ରିପୋର୍ଟ ଅନୁଯାୟୀ, ଚାଇନାର କ୍ଷେପଣାସ୍ତ୍ରର ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇପାରି ନାହିଁ। କୁହାଯାଉଛି ଯେ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳଠାରୁ କିଛି କିଲୋମିଟର ଦୂରରେ ଖସି ପଡିଛି। ସୂଚନାନୁସାରେ, ଚାଇନା ଲଙ୍ଗ ମାର୍ଚ୍ଚ ରକେଟ ଦ୍ୱାରା ଏହାର ହାଇପରସୋନିକ ଗ୍ଲାଇଡ ଭେହିକିଲ୍‌ ପଠାଇଥିଲା। ଚାଇନା ଅଗଷ୍ଟରେ କରିଥିବା ଏହି ପରୀକ୍ଷା ବିଷୟରେ ବିଶ୍ୱକୁ ସୂଚନା ଦେଇ ନାହିଁ। ଚାଇନାର ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣରେ ଆମେରିକାର ଗୁପ୍ତଚର ସଂସ୍ଥା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଜନ କିର୍ବି କହିଛନ୍ତି ଯେ ଚାଇନାର ସାମରିକ ସାମର୍ଥ୍ୟକୁ ନେଇ ଆମେରିକା କ୍ରମାଗତ ଭାବରେ ଉଦ୍‌ବେଗ ପ୍ରକାଶ କରୁଛି। ଏହିପରି ପଦକ୍ଷେପ ଦ୍ୱାରା କେବଳ ଉତ୍ତେଜନା ହିଁ ବୃଦ୍ଧି ପାଇବ।

ବିଶେଷଜ୍ଞଙ୍କ ଅନୁଯାୟୀ ଚାଇନା, ଆମେରିକା, ରୁଷିଆ ଏବଂ ଅନ୍ୟ ପାଞ୍ଚଟି ଦେଶ ମଧ୍ୟ ହାଇପରସୋନିକ କ୍ଷେପଣାସ୍ତ୍ର ଉପରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ବିଭିନ୍ନ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରେ ଲାଗିଛି। ହାଇପରସୋନିକ କ୍ଷେପଣାସ୍ତ୍ର ଅନ୍ୟ କ୍ଷେପଣାସ୍ତ୍ର ପରି ପରମାଣୁ ୱାରହେଡ ବହନ କରିପାରିବ। ଏହାର ଗତି ଶବ୍ଦର ବେଗଠାରୁ ୫ ଗୁଣ ଅଧିକ। ଯେଉଁଠାରେ ସାଧାରଣ କ୍ଷେପଣାସ୍ତ୍ର ବାଲିଷ୍ଟିକ ଟ୍ରାଜେକ୍ଟୋରୀ ଅନୁସରଣ କରେ, ହାଇପରସୋନିକ କ୍ଷେପଣାସ୍ତ୍ର ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରେ ନାହିଁ। ଏହି କାରଣରୁ କ୍ଷେପଣାସ୍ତ୍ରର ଗତିପଥ କ’ଣ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନଥାଏ।

ଆମେରିକା ଆଲାସ୍କାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କ୍ଷେପଣାସ୍ତ୍ର ସିଷ୍ଟମ ନିର୍ମାଣ କରିଛି, କିନ୍ତୁ ଏହା ଚାଇନାର ସ୍ପେସ ହାଇପରସୋନିକ କ୍ଷେପଣାସ୍ତ୍ର ସାମନାରେ ଅଦରକାରୀ ପ୍ରମାଣିତ ହେବ। ରୁଷିଆର ଅତ୍ୟାଧୁନିକ ଏସ୍‌-୫୦୦ ଏୟାର ପ୍ରତିରକ୍ଷା ପ୍ରଣାଳୀ ବ୍ୟତୀତ କୌଣସି ଦେଶର ପାଖରେ ଚାଇନାର ହାଇପରସୋନିକ କ୍ଷେପଣାସ୍ତ୍ରକୁ ଅଟକାଇବାର କ୍ଷମତା ନାହିଁ। ଏଭଳି ପରିସ୍ଥିତିରେ ରୁଷିଆ ଏବଂ ଚାଇନାର ସହ ସମକ୍ଷକ ହେବା ପାଇଁ ଆମେରିକା ମଧ୍ୟ ଏହି କ୍ଷେପଣାସ୍ତ୍ର ନିର୍ମାଣ କରୁଛି। ଏବେ ଉତ୍ତର କୋରିଆ ମଧ୍ୟ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri