Posted inଜାତୀୟ

ସାର୍କର ବିକଳ୍ପ ଗଢ଼ୁଛନ୍ତି ଚାଇନା, ପାକିସ୍ତାନ

ନୂଆଦିଲ୍ଲୀ,୧।୭: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)ରେ ଭାରତ ପ୍ରମୁଖ ସଦସ୍ୟ ରହିଛି। ଏଥିରେ ଭାରତର ପ୍ରାଧାନ୍ୟ ରହିଥିବାରୁ ଏହାକୁ ଟକ୍କର ଦେବା ପାଇଁ ଏକ ବିକଳ୍ପ ସଂଗଠନ ଗଢ଼ିବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନା ଚଳାଇଛନ୍ତି। ବାଂଲାଦେଶ ସେମାନଙ୍କ ସହ ସାମିଲ ହୋଇଛି। ଏଥିପାଇଁ ଇସ୍‌ଲାମାବାଦ ଏବଂ ବେଜିଂ ମଧ୍ୟରେ ଆଲୋଚନାରେ ଅଗ୍ରଗତି ଘଟିଥିବା ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ନୂଆ ଆଞ୍ଚଳିକ ସଂଗଠନ ଗଢ଼ିବା ନେଇ ଗତ ୧୯ ତାରିଖରେ ଚାଇନାର କୁନ୍‌ମିଙ୍ଗ୍‌ଠାରେ ବୈଠକ ବସିଥିଲା। ସାର୍କର ସଦସ୍ୟ ଥିବା ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକୁ ଆମନ୍ତ୍ରଣ କରି ନୂଆ ସଂଗଠନରେ ସାମିଲ କରିବା ଉକ୍ତ ବୈଠକର ଲକ୍ଷ୍ୟ।
କୁନ୍‌ମିଙ୍ଗ୍‌ ବୈଠକ ପୂର୍ବରୁ ଗତ ମେ’ରେ ଅନୁରୂପ ଭାବେ ଚାଇନା, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡରର ସମ୍ପ୍ରସାରଣ ସହ ତାଲିବାନ ଶାସିତ ରାଷ୍ଟ୍ରରେ ଆଞ୍ଚଳିକ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସୂଚନାଯୋଗ୍ୟ, ୧୯୮୫ ଡିସେମ୍ବର ୮ରେ ସାର୍କ ଗଠନ ହୋଇଥିଲା। ଏହି ସଂଗଠନରେ ୭ ପ୍ରତିଷ୍ଠାତା ସଦସ୍ୟ ରହିଥିବାବେଳେ ୨୦୦୭ରେ ଆଫଗାନିସ୍ତାନ ସାମିଲ ହୋଇଥିଲା। ସାର୍କର ସଦସ୍ୟମାନେ ହେଲେ ଭାରତ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ଭୁଟାନ। ତେବେ ୨୦୧୪ କାଠମାଣ୍ଡୁ ସମିଟ୍‌ ପରେ ସାର୍କ ନେତାମାନେ ଏକାଠି ହୋଇ ନ ଥିବାରୁ ଏହି ସଂଗଠନ ନିଷ୍କ୍ରିୟ ରହିଛି।
୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସାର୍କ ଭିଡିଓ କନ୍‌ଫରେନ୍ସରେ କୋଭିଡ-୧୯ ଜରୁରୀ ପାଣ୍ଠି ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ଭାରତ ୧୦ ନିୟୁତ ଡଲାର ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେହିବର୍ଷ ନଭେମ୍ବରରେ ଇସ୍‌ଲାମାବାଦରେ ୧୯ତମ ସାର୍କ ସମିଟ୍‌ ହେବାକୁ ଥିବାବେଳେ ଜମ୍ମୁ-କଶ୍ମୀରର ଉରିରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ ଯୋଗୁ ଭାରତ ଉକ୍ତ ସମ୍ମିଳନୀରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଥିଲା। ସୂଚନାଯୋଗ୍ୟ, ଉରି ଆତଙ୍କବାଦୀ ଆକ୍ରମଣରେ ଭାରତର ୧୭ ଜଣ ଯବାନ ନିହତ ହୋଇଥିଲେ। ଆତଙ୍କବାଦ ଏବଂ ଆଞ୍ଚଳିକ ହସ୍ତକ୍ଷେପ କାରଣରୁ ଆଫଗାନିସ୍ତାନ, ବାଂଲାଦେଶ ଏବଂ ଭୁଟାନ ମଧ୍ୟ ସମ୍ମିଳନୀରୁ ନିଜକୁ ଦୂରେଇ ରଖିଥିଲେ। ଫଳରେ ସମିଟ୍‌ ବାତିଲ ହୋଇଥିଲା। ଏହା ପରେ ଆଉ ସମ୍ମିଳନୀ ଅନୁଷ୍ଠିତ ହୋଇନାହିଁ। ଚାଇନା ଓ ପାକିସ୍ତାନର ପ୍ରସ୍ତାବିତ ନୂଆ ସଂଗଠନରେ ସାର୍କ ସଦସ୍ୟ ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ଆଫଗାନିସ୍ତାନ ସାମିଲ ହେବେ ବୋଲି ସେମାନେ ଆଶାବାଦୀ ଅଛନ୍ତି। ତେବେ ନୂଆ ସଂଗଠନ ଚିନ୍ତାଧାରାକୁ ବାଂଲାଦେଶ ଖଣ୍ଡନ କରିଛି। ଆମେ କୌଣସି ସଂଗଠନ ଗଢ଼ୁନାହୁଁ ବୋଲି ଢାକା ବହିର୍ବ୍ୟାପାର ଉପଦେଷ୍ଟା ଏମ୍‌. ତୌହିଦ ହୋସେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ଜି.ଉଦୟଗିରିରେ କଲବଲ କରୁଛି ହାଡ଼ଭଙ୍ଗା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି, ୧୧।୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ...

ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

ଗୁମର ଖୋଲିଦେଲେ ତାନ୍ୟା: ବିଗ୍‌ ବସ୍‌ରୁ ଆସିବା ପରେ….

ମୁମ୍ବାଇ:ଶେଷ ହୋଇଛି ‘ବିଗ୍‌ ବସ୍‌ ୧୯’। ଏହି ଶୋ’ରେ ସବୁଠୁ ଚର୍ଚ୍ଚାରେ ଥିବା ଆଧ୍ୟାତ୍ମିକ କଣ୍ଟେଣ୍ଟ କ୍ରିଏଟର ତାନ୍ୟା ମିତ୍ତଲଙ୍କୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ...

ରେଳେଓ଼୍ବ ଗ୍ରୁପ ଡିରେ ବଡ଼ ନିଯୁକ୍ତି ଅପଡେଟ, ଦଶମ ପାସ୍‌ କରିଥିଲେ ମିଳିବ ସୁଯୋଗ, ଦରମା ରହିଛି…

ନୂଆଦିଲ୍‌ଲୀ,୧୧।୧୨: ସୋସିଆଲ ମିଡିଆରେ ୬୨,୪୬୦ ପଦବୀ ପାଇଁ ରେଳବାଇ ଗ୍ରୁପ ଡି ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞପ୍ତି ଭାଇରାଲ ହେଉଛି, କିନ୍ତୁ ରେଳବାଇ ନିଯୁକ୍ତି ବୋର୍ଡ...

ସନ୍ଦେହ ଘେରରେ ଦାରିଙ୍ଗବାଡି ତାପମାପକ ଯନ୍ତ୍ର: ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦାରିଙ୍ଗବାଡି, ୧୧।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ଆଇଏମଡି ପକ୍ଷରୁ ରହିଥିବା ତାପମାପକ ଯନ୍ତ୍ର ତ୍ରୁଟି ରହିଥିବା ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri