ଚାଇନାରେ ପୁଣି ଲକ ଡାଉନ, ସାଂଘାଇର ୟାଂଗପୁ ଜିଲାରେ ସାମୁହିକ କୋଭିଡ ଯାଞ୍ଚ ନିର୍ଦ୍ଦେଶ

ବେଜିଂ,୨୯ ।୧୦: ତିନି ବର୍ଷ ପୂର୍ବରୁ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ପୁଣିଥରେ ଚାଇନାରେ ଦେଖିବାକୁ ମିଳିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ଆଂଶିକ ଲକଡାଉନ ଘୋଷଣା କରାଯାଇଛି । ଶୁକ୍ରବାର ଚାଇନାର ବ୍ୟବସାୟୀକ ସହର ସାଂଘାଇର ପ୍ରଶାସନ ୟାଂଗପୁ ଜିଲାର ସମସ୍ତ ୧୩ ଲକ୍ଷ ଲୋକଙ୍କର କୋଭିଡ-୧୯ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୁହାଯାଉଛି ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ଯାଇ ପାରିବେ ନାହିଁ ।
ସୂଚନାଯୋଗ୍ୟ, ଏଭଳି ନିର୍ଦ୍ଦେଶ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବି ଦିଆଯାଇଥିଲା । ଫଳରେ ୨ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହରରେ ଲକ ଡାଉନ ଜାରି ରହିଥିଲା । ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ସ୍ଥାନୀୟ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିଲା । ଗତଥର ଲକଡାଉରେ ସହର ଭିତରେ ଖାଦ୍ୟ ସଙ୍କଟ ଦେଖାଦେବାରୁ ଅନେକ ଥର ଜନତା ଓ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।
ସୂଚନାଯୋଗ୍ୟ, ଚାଇନାର ବୁହାନରେ ଉତ୍ତର ପଶ୍ଚିମରେ ଥିବା କିଛି ସହରରେ କରୋନା ସଂକ୍ରମଣ ଦେଖାଦେବାରୁ ସେଠାରେ ପୁଣିଥରେ ଲକ ଡାଉନ ଲଗାଯାଇଛି । ଶୂନ୍ୟ କୋଭିଡ ନୀତି ଆଧାରରେ ଏଠାରେ ଲକଡାଉନ ଲଗାଯିବା ସହ ଉକ୍ତ ଅଞ୍ଚଳକୁ ସିଲ କରି ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଗାତାର ତୃତୀୟ ଦିନରେ ଚାଇନାରେ ଦୈନିକ ସଂକ୍ରମଣ ୧୦୦୦ରୁ ଅଧିକ ରହିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

‘ପାକିସ୍ତାନ ଉପରେ ଆମେରିକା-ଇରାନର ଭରସା…,’ ବିବାଦ ମଧ୍ୟରେ ପାକିସ୍ତାନର ଆଶ୍ଚର୍ଯ୍ୟଜନକ ଦାବି

ଇସଲାମାବାଦ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ କହିଛି ଯେ ଆମେରିକା ଏବଂ ଇରାନ ଉଭୟ ମଧ୍ୟସ୍ଥତା ଭାବରେ ଏହାର ଭୂମିକା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି।…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ଗ୍ରୀଡ୍‌ ଉପରେ ବୋମାମାଡ଼: ତେହରାନ୍‌ ଅନ୍ଧାରରେ

ତେହରାନ୍‌,୩୦ା୩: ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳର ବିଦ୍ୟୁତ୍‌ ଗ୍ରୀଡ୍‌ ଉପରେ ଇସ୍ରାଏଲ୍‌ ଶନିବାର ବୋମାମାଡ଼ କରିଛି। ଫଳରେ ତେହରାନ୍‌ ସମେତ ଅନେକ ସହରରେ ବିଦ୍ୟୁତ୍‌ ସେବା…

ଯୁଦ୍ଧକୁ ନେଇ କଂଗ୍ରେସର ରାଜନୀତି ପ୍ରବାସୀ ଭାରତୀୟଙ୍କ ପାଇଁ ବିପଦ: ମୋଦି

ନୂଆଦିଲ୍ଲୀ ,୩୦ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି ହୋଇଛି। ଏଥିରେ ଭାରତ ମଧ୍ୟ ପ୍ରଭାବିତ ହୋଇଛି। କିନ୍ତୁ ଯୁଦ୍ଧକୁ ନେଇ କଂଗ୍ରେସ ଯେଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri