ଭାରତର ବୈଦେଶିକ ନୀତି ନିରପେକ୍ଷ

ମସ୍କୋ,୨୯ା୧୦(ପି.ଟି.): ଭାରତ ସହ ରୁଷିଆର ସମ୍ପର୍କ ସ୍ବତନ୍ତ୍ର। ଦୁଇଦେଶ ସବୁବେଳେ ପରସ୍ପରକୁ ସମର୍ଥନ କରିଆସିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ମସ୍କୋସ୍ଥିତ ଥିଙ୍କ୍‌ଟ୍ୟାଙ୍କ୍‌ ଭଲ୍‌ଡାଇ ଇଣ୍ଟରନ୍ୟାଶନାଲ ଡିସ୍‌କଶନ୍‌ କ୍ଲବ୍‌ର ବିସ୍ତୃତ ବୈଠକରେ ଗୁରୁବାର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ପୁଟିନ୍‌ କହିଛନ୍ତି, ମୋଦି ନିଜ ଦେଶର ହିତ ଦୃଷ୍ଟିରୁ ଏକ ସ୍ବାଧୀନ ଓ ନିରପେକ୍ଷ ବହିର୍ବ୍ୟାପାର ନୀତି ଆପଣାଇଛନ୍ତି। ରୁଷିଆ ଓ ଭାରତ ମଧ୍ୟରେ ସାମରିକ ତଥା ବୈଷୟିକ ସହଯୋଗ ଜାରି ରହିବ। ଭାରତ ସହିତ ଆମର ବିଶେଷ ସମ୍ପର୍କ ରହିଛି, ଯାହାର ମୂଳଦୁଆ ଅନେକ ଦଶନ୍ଧି ତଳେ ପଡ଼ିଥିଲା। ଆମେ ସବୁବେଳେ ପରସ୍ପରକୁ ସମର୍ଥନ କରିଆସିଛୁ। ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ବୋଲି ଆଶାବାଦୀ ଥିବା ପୁଟିନ୍‌ ପ୍ରକାଶ କରିଛନ୍ତି। ଉଜ୍‌ବେକିସ୍ତାନର ସମରକନ୍ଦରେ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀ ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ଯୁଦ୍ଧର ଯୁଗ ନୁହେଁ ବୋଲି ପୁଟିନ୍‌ଙ୍କୁ ଚେତାଇଦେବା ପରିପ୍ରେକ୍ଷୀରେ ତାଙ୍କର ଏହି ମନ୍ତବ୍ୟ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ଗତ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରଠାରୁ ମସ୍କୋ ପଦକ୍ଷେପକୁ ନୂଆଦିଲ୍ଲୀ ଖୋଲାଖୋଲି ଭାବେ ନିନ୍ଦା କରିନାହିଁ। କୂଟନୀତି ଓ ଆଲୋଚନା ଜରିଆରେ ଏହି ସଙ୍କଟର ସମାଧାନ ଜରୁରୀ ବୋଲି ଭାରତ କହିଆସିଛି। ପ୍ରକାଶ ଯେ, ଭାରତକୁ ସାମରିକ ଉପକରଣ ଯୋଗାଣ କ୍ଷେତ୍ରରେ ରୁଷିଆ ହେଉଛି ଏକ ଅଗ୍ରଣୀ ଦେଶ। ୨୦୧୮ ଅକ୍ଟୋବରରେ ଭାରତ ରୁଷିଆ ସହ ୫ ବିଲିୟନ୍‌ ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଛି। ଏହି ରାଜିନାମା ଅଧୀନରେ ରୁଷିଆ ଭାରତକୁ ୫ଟି ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ୍‌ ସିଷ୍ଟମ ରପ୍ତାନି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri