ଚାଇନା ଦେଖୁଛି

ଯୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ୧୩ ଦିନ ଅତିକ୍ରମ କରିଗଲାଣି। ତଥାପି ଉଭୟ ଦେଶ ପଛଘୁଞ୍ଚା ଦେଉନାହାନ୍ତି। ଏହାଦ୍ୱାରା ଭୂରାଜନୈତିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ସବୁ ରାଷ୍ଟ୍ରର କୂଟନୈତିକ ନୀତି କ’ଣ ରହୁଛି ତାହା ଉପରେ ବିଶ୍ୱ ସମୁଦାୟ ନଜର ରଖିଛି। ଏଭଳି ସ୍ଥଳେ ଗତ ସପ୍ତାହରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତକୁ ନେଇ ଗଠିତ କ୍ୱାଡ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟ ତିନି ଦେଶ ଜାଣିଥିଲେ ଯେ ରୁଷିଆ ଭାରତକୁ ଯୁଦ୍ଧାସ୍ତ୍ରଠାରୁ ଆରମ୍ଭକରି ବିଭିନ୍ନ ଦିଗରୁ ସାହାଯ୍ୟ କରୁଥିବାରୁ ନୂଆଦିଲ୍ଲୀ ତା’ ପ୍ରତି ଢଳି ରହିଛି। ସେହି ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ସକାଶେ ସମ୍ଭବତଃ କ୍ୱାଡ୍‌ର ଅନ୍ୟ ତିନି ସଦସ୍ୟ ଦେଶ ଭାରତଠାରୁ ରୁଷିଆ ବିରୋଧରେ ମତ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତ ସମ୍ପୂର୍ଣ୍ଣ ନୀରବ ରହିଲା। ସେଥିପାଇଁ କୂଟନୈତିକ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ, ଆସନ୍ତାକାଲି ଯଦି ଭାରତ ଉପରେ କୌଣସି ବିପଦ ପଡ଼େ ଓ ଚାଇନା ଭଳି ରାଷ୍ଟ୍ର ଆକ୍ରମଣ କରେ ତେବେ କ୍ୱାଡ୍‌ ସମେତ ଅନ୍ୟ ଦେଶଗୁଡ଼ିକ ଭାରତ ସପକ୍ଷରେ ପଦକ୍ଷେପ ନେବାକୁ ପଛେଇ ପାରନ୍ତି। ବାସ୍ତବରେ କ୍ୱାଡ୍‌ ସଦସ୍ୟଭୁକ୍ତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଯେତେବେଳେ ଖୋଲାଖୋଲି ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ବିରୋଧ କରୁଛନ୍ତି, ସେତେବେଳେ ଭାରତ ନିନ୍ଦା ନ କରିବା ନୀତି ତାକୁ ଏକଘରକିଆ କରିଦେଉଛି। ଉକ୍ତ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆକୁ କଡ଼ା ସମାଲୋଚନା କରିଥିଲେ। ସେହିପରି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୟୁକ୍ରେନ୍‌ର ଜାତୀୟ ଅଖଣ୍ଡତା ଉପରେ ରୁଷିଆର ଆକ୍ରମଣ ଚିନ୍ତାଜନକ ବୋଲି କହିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଧ୍ୟ ରୁଷିଆ ଉପରେ କଠୋର କଟକଣା ଲଗାଯିବା ସଂକ୍ରାନ୍ତରେ ମତ ରଖିଥିଲେ। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଆକ୍ରମଣକୁ ନିନ୍ଦା ନ କରି କ୍ୱାଡ୍‌ରେ ପ୍ରତିଶ୍ରୁତିବିହୀନ ଭାଗୀଦାରି ଭୂମିକା ଅବଲମ୍ବନ କରିଥିଲେ। ଫଳରେ କ୍ୱାଡ୍‌ ବୈଠକ ଶେଷରେ ମିଳିତ ବିବୃତିରେ ରୁଷିଆ ବିରୋଧରେ କୌଣସି ନିନ୍ଦା ପ୍ରସ୍ତାବ ଆଗତ କରାଯାଇପାରିଲା ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ପରବର୍ତ୍ତୀ ସମୟରେ କେବେ ଯଦି ତାଇଓ୍ବାନ୍‌ ଓ ଭାରତ ଉପରେ ଚାଇନା ଆକ୍ରମଣ କରିବାକୁ ଚାହିଁ ରୁଷିଆ ମଡେଲ ଅନୁସରଣ କରେ, ସେତେବେଳେ କ୍ୱାଡ୍‌ର ଅନ୍ୟ ସଦସ୍ୟମାନେ ନୀରବ ରହିବାକୁ ଉଚିତ ମଣିପାରନ୍ତି।
ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନେଇ ଜାତିସଂଘ ପକ୍ଷରୁ କରାଯାଇଥିବା ଭୋଟରୁ ଭାରତ ବାରମ୍ବାର ବିରତ ରହୁଛି। ଯେତେବେଳେ ବିଶ୍ୱର ୧୪୯ ଦେଶ ମସ୍କୋକୁ ଦଣ୍ଡିତ କରିବା ସପକ୍ଷରେ ରହିଛନ୍ତି, ସେତେବେଳେ ଭାରତର ନୀରବତା ଭବିଷ୍ୟତରେ କେଉଁ ପ୍ରକାର ସମସ୍ୟା ସୃଷ୍ଟି କରିବ ଏବେ ବୁଝିବା କଷ୍ଟକର। ଏଭଳି ସ୍ଥଳେ ଯଦି ୟୁକ୍ରେନ୍‌ର ପତନ ଘଟେ ଓ ରୁଷିଆ ଯୁଦ୍ଧ ଜିତିଯାଏ ତେବେ ଚାଇନା ସମାନ ଧରଣର ଆକ୍ରମଣ ତଇଓ୍ବାନ୍‌ ଓ ସମ୍ଭବତଃ ଭାରତ ଉପରେ କରିବାକୁ ସାହସ ପାଇଯାଇପାରେ। ଉଲ୍ଲେଖଯୋଗ୍ୟ ଯେ, ଭାରତ ଓ ଚାଇନା ସୀମାନ୍ତ ବିବାଦ ଦୀର୍ଘବର୍ଷ ଧରି ଲାଗିରହିଛି ଏବଂ ନିକଟ ଅତୀତକୁ ଦେଖିଲେ ଜୁନ୍‌ ୨୦୨୦ରେ ଭାରତର ୨୦ ଯବାନ ନିହତ ହେବା ତାହାର ପ୍ରମାଣ ଦେଇଛି।
ଇଣ୍ଡୋ-ପ୍ୟାସିଫିକ୍‌ ବା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚାଇନାର ଆଧିପତ୍ୟକୁ ହ୍ରାସ କରିବା ଲାଗି ଏକଦା ଗଢ଼ିଉଠିଥିବା କ୍ୱାଡ୍‌ ମଧ୍ୟରେ ଯେଉଁ ମତଭେଦ ଏବେ ଦେଖାଦେଇଛି ତାହାକୁ ଅତି ପାଖରୁ ଦେଖୁଛି ଚାଇନା। ଏହା ସ୍ପଷ୍ଟ ଯେ, ୟୁକ୍ରେନ୍‌ ଉପରେ ରୁଷିଆ କେତେମାତ୍ରାରେ ଉନ୍ମତ୍ତ ହେଉଛି, ତାହାକୁ ମଧ୍ୟ ବେଜିଂ ନଜର ରଖିଛି।
ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନ୍‌ର ମାନବୀୟ ସଙ୍କଟକୁ ନେଇ କ୍ୱାଡ୍‌ କେବଳ ଦୁଃଖ ପ୍ରକାଶରେ କାମ ସାରି ଦେଉଥିବାରୁ ତାହା ଭାରତୀୟ କୂଟନୀତିରେ ଖରାପ ଧାରା ସୃଷ୍ଟି କରିଛି। ବର୍ତ୍ତମାନ ସ୍ଥିତିରେ ରୁଷିଆର ଗତିରୋଧ କରିବାକୁ ଆମେରିକା ଓ ଅନ୍ୟମାନେ କେତେ ବାଟ ଯାଉଛନ୍ତି ତାହା ଉପରେ ମଧ୍ୟ ଚାଇନା ନଜର ରଖିଛି।
ୟୁପିଏର ଦଶ ବର୍ଷ ଏବଂ ଏବେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଭାରତର ପୁରୁଣା ଗୋଷ୍ଠୀ ନିରପେକ୍ଷ ଅନ୍ତର୍ଜାତୀୟ ରାଜନୀତିକୁ ସରକାରୀ ନୀତିଠାରୁ ଦୂରେଇ ଦିଆଯାଇଛି। ଏହାଫଳରେ ଭାରତ ସହ ଏବେ ଅନ୍ୟ କୌଣସି ଦେଶ ସହଯୋଗୀ ଭାବେ ଏକ ସ୍ବରରେ କହିବା ପାଇଁ ନାହାନ୍ତି। ଅର୍ଥାତ୍‌ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ତା’ର କୂଟନୀତିକୁ ଅତ୍ୟନ୍ତ ସଜାଗ ହୋଇ ପରିଚାଳନା କରିବା ଦରକାର। ନୂଆଦିଲ୍ଲୀର ଅମଲାତାନ୍ତ୍ରିକ କୂଟନୀତି ଏବେ ମଧ୍ୟ ପୁଟିନ୍‌ଙ୍କ ରୁଷିଆକୁ ପୂର୍ବର କମ୍ୟୁନିଷ୍ଟ ସୋଭିଏଟ୍‌ ରୁଷିଆ ଭାବୁଥିବା ଭଳି ଧାରଣା ସୃଷ୍ଟି ହେଉଛି। ଏହା ଏକ ବିରାଟ ତ୍ରୁଟି। ପୁଟିନ୍‌ଙ୍କ ଚିନ୍ତାଧାରାରେ ଆଜିର ରୁଷିଆ ପାଇଁ ୟୁରୋପର କିଛି ଦେଶକୁ ଜୋର୍‌ ଜବରଦସ୍ତ ଦଖଲ କରିନେବା ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହୋଇଗଲାଣି। ରୁଷିଆରୁ ବାହାରୁଥିବା ଅନେକ ଲେଖାରୁ ବୁଝାପଡୁଛି ଯେ, ସାମରିକ କାର୍ଯ୍ୟ ମାଧ୍ୟମରେ ଅର୍ଥନୈତିକ ଉନ୍ନତି ଘଟିପାରିବ। ଏହିଭଳି ଚିନ୍ତାଧାରା ହିଟ୍‌ଲରଙ୍କର ଥିଲା ବୋଲି ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରିଥିଲା। ଯୁଦ୍ଧ ସାମଗ୍ରୀ ପ୍ରସ୍ତୁତ କରୁଥିବା ଦେଶ ଅନେକ ଯୁବକଙ୍କୁ ଚାକିରି ଯୋଗାଇପାରିବ। ଏହା ମାଧ୍ୟମରେ ଅର୍ଥନୈତିକ ପରିବର୍ତ୍ତନ ନିଶ୍ଚିତ ଭାବେ ଘଟିଥାଏ। କିନ୍ତୁ ଏହାର ଅନ୍ୟ ଦିଗଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସମୁହଁା ବୋଲି କୁହାଯାଇପାରିବ। ଅତ୍ୟଧିକ ପରିମାଣର ଯୁଦ୍ଧ ସାମଗ୍ରୀ ତିଆରି କରୁଥିବା ଦେଶ ସବୁବେଳେ ନିଜେ ଯୁଦ୍ଧ ଭିଆଇଥାଏ। ଆମେରିକା ଯଦି କୋରିଆ, ଭିଏଟ୍‌ନାମ ଏବଂ ଆଫଗାନିସ୍ତାନରେ ଯୁଦ୍ଧ ଘଟାଇପାରିଥିଲା, ସେହିଭଳି ରୁଷିଆ ମଧ୍ୟ ସିରିଆ ଭଳି ଦେଶରେ ଯୁଦ୍ଧ ସୃଷ୍ଟି କରିପାରିଛି ଏବଂ ନିଜେ ୟୁକ୍ରେନ୍‌ରେ ଯୁଦ୍ଧ କଲାଣି। ଏଭଳି ପ୍ରଚ୍ଛଦପଟରେ ଭାରତର କୂଟନୀତି ଯେଉଁ ପଥରେ ଆଗେଇ ଯାଉଛି ସେଥିରୁ ମନେହେଉଛି ଯେ ଆମ ଦେଶ, ନିକଟ ଭବିଷ୍ୟତରେ, ଅନ୍ତର୍ଜାତୀୟ ସ୍ତରରେ ସମ୍ପୂର୍ଣ୍ଣ ବନ୍ଧୁହୀନ ହୋଇଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri