ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌ ଉପତ୍ୟକାରେ ସାମରିକ ଭିତ୍ତିଭୂମି ନିର୍ମାଣ କରୁଛି। ଏହା ଭାରତ ପାଇଁ ସାମରିକ ବିପଦ ସୃଷ୍ଟି କରିଛି। ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ଶକ୍ସଗାମ ଉପତ୍ୟକା ରଣନୌତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ବହୁବର୍ଷ ହେଲା ଚାଇନା ଏଲ୍‌ଏସିରେ ଅନୁପ୍ରବେଶ ଜରିଆରେ ଭାରତ ଉପରେ ସାମରିକ ଚାପ ଜାରି ରଖିଛି। ଚାଇନାର ଏହି ଅନୁପ୍ରବେଶ ଏକ କୌଶଳଗତ ଯୋଜନା। ଉକ୍ତ ଅଞ୍ଚଳରେ ସ୍ଥାୟୀ ଉପସ୍ଥିତି ଲକ୍ଷ୍ୟରେ ଚାଇନା ଏଭଳି ଯୋଜନା ଜାରି ରଖିଛି। ଚାଇନା ସହ ଭାରତର ୩,୪୮୮ କି.ମି ସୀମା ରହିଥିବାବେଳେ ବେଜିଂ ପକ୍ଷରୁ ଏହାକୁ ଉଲ୍ଲଂଘନ କରିବା ଓ ଅନୁପ୍ରବେଶ କରାଯିବା ଘଟଣା ସମ୍ପର୍କରେ ଅନ୍ତର୍ଜାତୀୟ ସମୁଦାୟ ଅବଗତ। ତେବେ ପିଓକେରେ ଚାଇନା ଅଧିକ ଭୟାବହ ସାମରିକ ଆକ୍ରମଣାତ୍ମକ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିବା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। ଚାଇନା ୭ ବର୍ଷ ହେଲା ଉକ୍ତ ଅଞ୍ଚଳରେ ନିର୍ମାଣ ଚଳାଇଥିବାବେଳେ ଗୁରୁବାର ଭାରତ ଏହାକୁ ନେଇ ବେଜିଂ ନିକଟରେ ପ୍ରତିବାଦ ଜଣାଇଛି। ଶକ୍ସଗାମ ଉପତ୍ୟକା ଭାରତର ଅଂଶବିଶେଷ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ୧୯୬୩ର ତଥାକଥିତ ଚାଇନା-ପାକିସ୍ତାନୀ ସୀମା ଚୁକ୍ତି ବଳରେ ଇସ୍‌ଲାମାବାଦ ବେଆଇନଭାବେ ଉକ୍ତ ଅଞ୍ଚଳକୁ ବେଜିଂକୁ ଦେଇଥିଲା। ନୂଆଦିଲ୍ଲୀ ଏହାକୁ କଦାପି ଗ୍ରହଣ କରି ନ ଥିବା ଜୟସ୍ବାଲ କହିଛନ୍ତି।
୧୯୬୩ର ସୀମା ଚୁକ୍ତିନାମାରେ ଶାକ୍ସଗାମ ଉପତ୍ୟକାକୁ ପାକିସ୍ତାନ ଚାଇନାକୁ ସମର୍ପି ଦେଇଥିଲା। ଏବେ ସେଠାରେ ସାମରିକ ଭିତ୍ତିଭୂମି ଏବଂ ରାସ୍ତା ନିର୍ମାଣ ଚଳାଇଛି। ୨୦୧୭ ସେପ୍ଟେମ୍ବର ଓ ଅକ୍ଟୋବରରେ ଗୁଗଲ ଆର୍ଥ ସାଟେଲାଇଟ୍‌ ଚିତ୍ରରେ ମଧ୍ୟ ଭାରତ-ଭୁଟାନ-ଚାଇନା ଜଙ୍କଶନ ଅଞ୍ଚଳରେ ବେଜିଂ ରାସ୍ତା ନିର୍ମାଣ କରୁଥିତ୍ବା ଦର୍ଶାଯାଇଥିଲା। ଚାଇନା ସୀମା ପ୍ରତିରକ୍ଷା କର୍ମଚାରୀମାନେ ଶକ୍ସଗାମ ଅଞ୍ଚଳରେ ନବନିର୍ମିତ ରାସ୍ତାରେ ପାଟ୍ରୋଲିଂ କରୁଥିବା ମଧ୍ୟ ଦେଖାଯାଇଛି। ସେଠାରେ ଅନୂ୍ୟନ ଦୁଇଟି ସାମରିକ ଘାଟି ଦୃଶ୍ୟ ହେଉଛି। ଏହା ପୂର୍ବରୁ ୨୦୧୬ ଅକ୍ଟୋବର ୨୪ର ସାଟେଲାଇଟ୍‌ ଫଟୋରେ ସମଗ୍ର ଶକ୍ସଗାମ ଉପତ୍ୟକା ଅଞ୍ଚଳରେ କୌଣସି ରାସ୍ତା ନ ଥିବା ଦେଖାଯାଇଥିଲା। ୨୦୧୮ର ଅନ୍ୟ ଏକ ଉପଗ୍ରହ ଚିତ୍ରରେ ଶକ୍ସଗାମ ବାହାରେ ଚାଇନାର ଦୁଇଟି ସାମରିକ ଘାଟିକୁ ନୂଆ ରାସ୍ତା ଯୋଡ଼ୁଥିବା ଦେଖାଯାଇଥିଲା। ଶକ୍ସଗାମରେ ୭୦ କି.ମି. ରାସ୍ତା ନିର୍ମାଣ କରିଥିବା ୨୦୧୯ରେ ଭାରତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।
ନିକଟରେ ପ୍ରକାଶିତ ଖବର ଅନୁଯାୟୀ ଚାଇନା ଏବଂ ପାକିସ୍ତାନ ଉକ୍ତ ଉପତ୍ୟକାରେ ଆଉ ଏକ ରାସ୍ତା ନିର୍ମାଣ ଯୋଜନା କରୁଛି। ସିଙ୍କିଆଙ୍ଗର ୟାର୍କାଣ୍ଡରୁ ପିଓକେର ମୁଜାଫରବାଦକୁ ଶକ୍ସଗାମ୍‌ ଉପତ୍ୟକା ଦେଇ ଏହି ରାସ୍ତା ନିର୍ମାଣ ଯୋଜନା ହୋଇଛି। ପାକିସ୍ତାନ ଓ ଚାଇନା ମଧ୍ୟରେ ବର୍ତ୍ତମାନର ରାସ୍ତାଠାରୁ ଏହା ୩୫୦ କିଲୋମିଟର କମ୍‌ ହେବ। ଏଲ୍‌ଏସିକୁ ଚାଇନା ସୈନ୍ୟ ପରିବହନ ପାଇଁ ଏହା ଏକ ଅତିରିକ୍ତ ରାସ୍ତା ହେବ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଏହି କାର୍ଯ୍ୟ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିବ ବୋଲି ବିଚାର କରାଯାଉଛି। ସ୍ଥିତିିରେ ପରିବର୍ତ୍ତନ ଲାଗି ଚାଇନାର ବେଆଇନ ଉଦ୍ୟମ ବିରୋଧରେ ଭାରତ ପ୍ରତିବାଦ ଜଣାଇଛି। ଭାରତ ଏହାର ସ୍ବାର୍ଥର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ଅଧିକାର ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri