Posted inଜାତୀୟ

ଜଳ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୨୪।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଠାରେ ଜାଣିଶୁଣି ଚାଇନା ସୀମା ବିବାଦକୁ ଅଧିକ ସଙ୍କଟ ଜନକ କରୁଛି। ଇତିମଧ୍ୟରେ ଦୁଇପକ୍ଷଙ୍କ ମଧ୍ୟରେ ୮ଥର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ତେବେ କୌଣସି ଫଳାଫଳ ମିଳିନି। ଏବେ ଚାଇନା ବ୍ରହ୍ମପୁତ୍ର ନଦୀରେ ବନ୍ଧ ବାନ୍ଧି ଜଳ ଯୁଦ୍ଧ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ଭାରତରେ ପ୍ରବେଶ ପରେ ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ ନଦୀ ବ୍ରହ୍ମପୁତ୍ର ଭାବେ ନାମିତ ହୋଇଥାଏ। ତେବେ ତିବ୍ବତ ପର୍ଯ୍ୟନ୍ତ ଏହି ନଦୀକୁ ଲୋକେ ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ କହିଥାନ୍ତି। ଚାଇନା ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ ନଦୀ ଉପରେ ବନ୍ଧ ନିର୍ମାଣ କରିବା ଲାଗି ଯୋଜନା କରିଛି। ଏହା ଦ୍ୱାରା ଭାରତ, ମ୍ୟାନ୍‌ମାର, ଥାଇଲାଣ୍ଡ, ଲାଓସ୍‌, କାମ୍ବୋଡ଼ିଆ, ଭିଏତ୍‌ନାମ୍‌ ଏବଂ ବାଂଲାଦେଶରେ ଜଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ମୁଖ୍ୟତଃ ଭାରତ ଏବଂ ବାଂଲାଦେଶ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବେ। ସେହିପରି ଏହି ନଦୀ ବନ୍ଧ ଯୋଜନା ଦ୍ୱାରା ବିଭିନ୍ନ ସମୟରେ ଅଧିକ ଜଳ ଛଡ଼ାଯାଇ ନିମ୍ନ ଅବବାହିକାରେ ଭାରତର କେତେକ ରାଜ୍ୟରେ ବନ୍ୟା ସ୍ଥିତି ମଧ୍ୟ ସହଜରେ ସୃଷ୍ଟି କରାଯାଇ ପାରିବ। ଚାଇନା ଜାଣିଶୁଣି ଏଭଳି ନଦୀବନ୍ଧ ଯୋଜନା ଆରମ୍ଭ କରିଥିବା ଅଭିଯୋଗ ହେଉଛି। ଇତିମଧ୍ୟରେ ନଦୀବନ୍ଧ ଉପରେ ପରୀକ୍ଷା ନିରୀକ୍ଷା କରିବା ଲାଗି ଚାଇନା ଗତ ଡିସେମ୍ବରରେ ନଦୀରେ ସ୍ବାଭାବିକ ଭାବେ ସେକେଣ୍ଡ ପିଛା ପ୍ରଭାବିତ ହେଉଥିବା ୧୯୦୪ କ୍ୟୁବିକ୍‌ ଜଳକୁ ବନ୍ଦ କରି ଏହାକୁ ୧୦୦୦ କ୍ୟୁବିକ୍‌ ମିଟରରେ ସୀମିତ କରିଥିଲା। ନଦୀବନ୍ଧ ନିର୍ମାଣ କରାଗଲେ ଏଭଳି ଲଗାତାର କରାଯିବାର ଆଶଙ୍କା ଦେଖାଦେଇଛି। ଏହା ଦ୍ୱାରା ଭାରତ ସମେତ ଏହି ନଦୀ ସହିତ ଜଡ଼ିତ ଅନ୍ୟ ଦେଶର ମତ୍ସ୍ୟ ସମ୍ପଦ ଏବଂ କୃଷି କାର୍ଯ୍ୟ ଉପରେ ପ୍ରଭାବ ପଡ଼ିବାର ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଶେଷରେ ଜାମିନ ମିଳିଛି। ତାଙ୍କୁ ଜୁନ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ...

ବ୍ରିଜଭୂଷଣ ସିଂହଙ୍କୁ ଝଟ୍‌କା, ଚାର୍ଜଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ,୧୦।୫: ବଢିଲା ବିଜେପି ଭାଜପା ଏମପି ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର...

ଛତିଶଗଡରେ ବଡ଼ ଏନକାଉଣ୍ଟର, ୮ ମାଓବାଦୀ ନିହତ

ବିଜାପୁର,୧୦।୫: ଛତିଶଗଡ ବିଜାପୁରରେ ବଡ଼ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୮ ମାଓବାଦୀ । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା...

ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ଲାଗି ମୋଦି-ଯୋଗୀଙ୍କ ନାମର ମେହେନ୍ଦୀ ଲଗାଇଲେ ମୁସଲମାନ ମହିଳା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୫: ଲୋକ ସଭା ନିର୍ବାଚନ ୨୦୨୪ର ୩ ପର୍ଯ୍ୟାୟ ଶେଷ ହୋଇଛି। ଏସବୁ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟକୁ ନେଇ ଦଳଗୁଡ଼ିକ ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର...

ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯାଇପାରିବେନି କେଜରିଓ୍ବାଲ, ରହିଛି ଅନେକ ସର୍ତ୍ତ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ସହିତ ସୁପ୍ରିମକୋର୍ଟ ଅନେକ କଡା ସର୍ତ୍ତ ରଖିଛନ୍ତି। କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ...

ପୋଟଳି ନେଇ କଲେକ୍ଟରଙ୍କ ଅଫିସ ପହଞ୍ଚିଲେ ବିଧାୟକ, ଖୋଲିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ବାରାଣସୀ,୧୦।୫: ବାରାଣାସୀ ଲୋକ ସଭା ଆସନରେ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାଧୀନ ପ୍ରାର୍ଥୀ କଏନ ନେଇ ନାମାଙ୍କନ ଫର୍ମ ଫି...

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଭିଜିଗଲା ସମସ୍ତ ଦେଶବାସୀଙ୍କ ଆଖି: ରାଘବ ଚଢା

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପାଇବା ମାତ୍ରେ ଏଏପି ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ଆରମ୍ଭ କରିଛି। ଏଏପିର ରାଜ୍ୟ...

କେଜରିଓ୍ବାଲଙ୍କୁ ଜାମିନ ମିଳିବା ପରେ ପ୍ରଥମେ କାହାକୁ ଭେଟିଥିଲେ ସୁନିତା

ନୂଆଦିଲ୍ଲୀ,୧୦।୫: ଶୁକ୍ରବାର ସୁପ୍ରିମକୋର୍ଟ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସ୍ତ୍ରୀ ସୁନୀତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri