Posted inଜାତୀୟ

ଜଳ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୨୪।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଠାରେ ଜାଣିଶୁଣି ଚାଇନା ସୀମା ବିବାଦକୁ ଅଧିକ ସଙ୍କଟ ଜନକ କରୁଛି। ଇତିମଧ୍ୟରେ ଦୁଇପକ୍ଷଙ୍କ ମଧ୍ୟରେ ୮ଥର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ତେବେ କୌଣସି ଫଳାଫଳ ମିଳିନି। ଏବେ ଚାଇନା ବ୍ରହ୍ମପୁତ୍ର ନଦୀରେ ବନ୍ଧ ବାନ୍ଧି ଜଳ ଯୁଦ୍ଧ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ଭାରତରେ ପ୍ରବେଶ ପରେ ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ ନଦୀ ବ୍ରହ୍ମପୁତ୍ର ଭାବେ ନାମିତ ହୋଇଥାଏ। ତେବେ ତିବ୍ବତ ପର୍ଯ୍ୟନ୍ତ ଏହି ନଦୀକୁ ଲୋକେ ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ କହିଥାନ୍ତି। ଚାଇନା ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ ନଦୀ ଉପରେ ବନ୍ଧ ନିର୍ମାଣ କରିବା ଲାଗି ଯୋଜନା କରିଛି। ଏହା ଦ୍ୱାରା ଭାରତ, ମ୍ୟାନ୍‌ମାର, ଥାଇଲାଣ୍ଡ, ଲାଓସ୍‌, କାମ୍ବୋଡ଼ିଆ, ଭିଏତ୍‌ନାମ୍‌ ଏବଂ ବାଂଲାଦେଶରେ ଜଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ମୁଖ୍ୟତଃ ଭାରତ ଏବଂ ବାଂଲାଦେଶ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବେ। ସେହିପରି ଏହି ନଦୀ ବନ୍ଧ ଯୋଜନା ଦ୍ୱାରା ବିଭିନ୍ନ ସମୟରେ ଅଧିକ ଜଳ ଛଡ଼ାଯାଇ ନିମ୍ନ ଅବବାହିକାରେ ଭାରତର କେତେକ ରାଜ୍ୟରେ ବନ୍ୟା ସ୍ଥିତି ମଧ୍ୟ ସହଜରେ ସୃଷ୍ଟି କରାଯାଇ ପାରିବ। ଚାଇନା ଜାଣିଶୁଣି ଏଭଳି ନଦୀବନ୍ଧ ଯୋଜନା ଆରମ୍ଭ କରିଥିବା ଅଭିଯୋଗ ହେଉଛି। ଇତିମଧ୍ୟରେ ନଦୀବନ୍ଧ ଉପରେ ପରୀକ୍ଷା ନିରୀକ୍ଷା କରିବା ଲାଗି ଚାଇନା ଗତ ଡିସେମ୍ବରରେ ନଦୀରେ ସ୍ବାଭାବିକ ଭାବେ ସେକେଣ୍ଡ ପିଛା ପ୍ରଭାବିତ ହେଉଥିବା ୧୯୦୪ କ୍ୟୁବିକ୍‌ ଜଳକୁ ବନ୍ଦ କରି ଏହାକୁ ୧୦୦୦ କ୍ୟୁବିକ୍‌ ମିଟରରେ ସୀମିତ କରିଥିଲା। ନଦୀବନ୍ଧ ନିର୍ମାଣ କରାଗଲେ ଏଭଳି ଲଗାତାର କରାଯିବାର ଆଶଙ୍କା ଦେଖାଦେଇଛି। ଏହା ଦ୍ୱାରା ଭାରତ ସମେତ ଏହି ନଦୀ ସହିତ ଜଡ଼ିତ ଅନ୍ୟ ଦେଶର ମତ୍ସ୍ୟ ସମ୍ପଦ ଏବଂ କୃଷି କାର୍ଯ୍ୟ ଉପରେ ପ୍ରଭାବ ପଡ଼ିବାର ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri