Posted inଜାତୀୟ

ଅଚାନକ ଆକ୍ରମଣ ଯୋଜନା କରୁଛି ଚାଇନା !

ନୂଆଦିଲ୍ଲୀ, ୨୪।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହେବାରେ ଲାଗିଛନ୍ତି। ତେବେ ଚାଇନା ୧୯୬୨ ଭଳି ଭାରତ ଉପରେ ଅଚାନକ ଆକ୍ରମଣ ଯୋଜନା କରୁଛି। ଚାଇନା ପକ୍ଷରୁ ଏଭଳି ଆଶଙ୍କା ଥିବାରୁ ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ପକ୍ଷରୁ ପାହାଡ଼ ଉପରେ ଥିବା ଶିବିରଗୁଡ଼ିକର କ୍ଷମତାକୁ ବୃଦ୍ଧି କରାଯାଉଛି। ଦୁଇପକ୍ଷ ସୀମାରରେ ନିଜ ନିଜର ସୈନ୍ୟବଳ ବଢ଼ାଇବା ସହିତ ଅସ୍ତ୍ରଶସ୍ତ୍ର ଠୁଳ କରୁଛନ୍ତି। କେତେକ ବିଶେଷଜ୍ଞଙ୍କ ଅନୁସାରେ ଚାଇନା ସବୁବେଳେ ସର୍ପାଇଜ୍‌ ଆଟାକ୍‌ ରଣନୀତିକୁ ଗୁରୁତ୍ୱ ଦେଇଥାଏ। ଏହା ଦ୍ୱାରା ପ୍ରତିପକ୍ଷ ଉପରେ ନିଜର ସାମର୍ଥ୍ୟ ବଜାଇ ରଖିବା ଚାଇନା ରଣନୀତିର ଗୁରୁତ୍ୱପୂର୍ଣ୍ଣ ଦିଗ। ଏଲ୍‌ଏସିରେ ଆଡଭାନ୍ସଡ୍‌ ଲ୍ୟାଣ୍ଡିଂ ଗ୍ରାଉଣ୍ଡ(ଏଏଲ୍‌ଜି) ସ୍ଥାପନ କରିବା ନେଇ ଭାରତୀୟ ସେନା ପକ୍ଷରୁ ପ୍ରୟାସ ଜାରି ରହିଛି। ଏସବୁ ସ୍ଥାନରେ ବାୟୁସେନା ଦ୍ୱାରା ସ୍ଥଳସେନାଙ୍କୁ ପହଞ୍ଚାଯାଇଥାଏ। ସେହିପରି ଚାଇନା ମଧ୍ୟ ଏଲ୍‌ଏସି ନିକଟରେ ଏଏଲ୍‌ଜି ନିର୍ମାଣ କରୁଛି। ଅପରପକ୍ଷରେ ଭାରତ ମଧ୍ୟ ଗତ ୭-୮ବର୍ଷ ମଧ୍ୟରେ ଟୁଟିଙ୍ଗ, ଏଲାଙ୍ଗ୍‌, ପାସିଘାଟ, ବିଜୟ ନଗର ଏବଂ ମେଚୁକାରେ ଏଏଲ୍‌ଜି ନିର୍ମାଣ କରିସାରିଛି। ବାୟୁସେନାର ପୂର୍ବତନ ଅଧିକାରୀ ଏୟାର ମାର୍ଶଲ କେ.କେ.ନୋହଓ୍ବାରଙ୍କ ଅନୁସାରେ ଚାଇନା ୧୯୬୨ରେ ସର୍ପାଇଜ୍‌ ଆଟାକ୍‌ ରଣନୀତି ଆପଣେଇଥିଲା। ତେଣୁ ଚାଇନାର ଆଣବିକ, କେମିକାଲ, ସାଇବର ଏବଂ ବାୟୋଲୋଜିକାଲ ସମରସଜ୍ଜାକୁ ଦୃଷ୍ଟିରେ ରଖି ଭାରତୀୟ ଯବାନ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri