ଚାଇନା ଚିନ୍ତା ବଢ଼ାଇଛି ଡେଲ୍ଟା

ବେଜିଂ, ୧୬ା୧୧: କରୋନାର ସବୁଠୁ ମାରାତ୍ମକ ଡେଲ୍ଟା ଭାରିଆଣ୍ଟ ଚାଇନାର ଚିନ୍ତା ବଢ଼ାଇଛି। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ୧୩୦୮ ମାମଲା ଚିହ୍ନଟ କରାଯାଇଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ତରପୂର୍ବର କେତେକ ସହରରେ ଲକ୍‌ଡାଉନ ଭଳି କଟକଣା ଲଗାଯାଇଛି। ଗତ ସପ୍ତାହଠାରୁ ସଂକ୍ରମଣ ସାରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ମୋଟ ୧,୨୮୦ ମାମଲା ସାମ୍‌ନାକୁ ଆସିଥିବାବେଳେ ଏବେ କମ୍‌ ସମୟ ମଧ୍ୟରେ ସଂକ୍ରମଣ ଏହି ସଂଖ୍ୟାକୁ ଅତିକ୍ରମ କରିଛି। ଏ ପର୍ଯ୍ୟନ୍ତ ଚାଇନାରେ ୯୮,୩୧୫ ମାମଲା ଚିହ୍ନଟ ହୋଇଛି। ଏଥିସହ ମୋଟ ୪,୬୩୬ ମୃତ୍ୟୁ ରେକର୍ଡ କରାଯାଇଛି।
ଟି ପ୍ରଦେଶରେ ଡେଲ୍ଟା ଭାରିଆଣ୍ଟ କେସ୍‌ ସାମ୍‌ନାକୁ ଆସିଛି। ଚାଇନା ସରକାର ଏହାକୁ ଗମ୍ଭୀରତାର ସହ ନେଇ ସଂକ୍ରମିତଙ୍କ ନମୁନା ପରୀକ୍ଷା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଗୁରୁତ୍ୱ ଦେଇଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରିବା ସହ ସେଠାରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ, ଜନଗହଳି, ଅତ୍ୟାବଶ୍ୟକ ନ ଥିଲେ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟନ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସାଧାରଣ ପରିବହନକୁ ମଧ୍ୟ ବାରଣ କରାଯାଇଛି। ଉତ୍ତରପୂର୍ବ ସହର ଡାଲିଆନ୍‌ରେ ଗତ ୪ ତାରିଖରେ ପ୍ରଥମେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହେବା ପରେ ସେଠାରେ କଟକଣା କଡ଼ାକଡ଼ି କରାଯାଇଛି। ସେଠାରୁ ଦିନକୁ ପ୍ରାୟ ୨୪ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଡାଲିଆନ ନିକଟ ସହର ଡାନ୍‌ଡୋଙ୍ଗ୍‌, ଅନ୍‌ସାନ୍‌, ଶେନ୍‌ୟାଙ୍ଗ ଆଦିରେ ମଧ୍ୟ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଡାଲିଆନ୍‌ରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନିରାଶ ହୋଇପଡିଲେଣି ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ,୧୮।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରୁଷିଆ ଆକ୍ରମଣରେ ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି...

ଚାଇନାରେ ଦୁର୍ବଳ ହେଉଛି କରୋନା: ୨୪ ଘଣ୍ଟାରେ ଘଟିନି କୌଣସି ସଂକ୍ରମଣ

ବେଜିଂ, ୧୯।୩: କରୋନା ସଂକ୍ରମଣ ଚାଇନାରେ ଏବେ ଦୁର୍ବଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କୌଣସି ନୂଆ ସଂକ୍ରମଣ ଘଟଣା ଘଟି...

କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ପ୍ରତିଷେଧକ ଟୀକା କରିବ ବିକ୍ରି !

ବେଜିଂ,୯।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୧୪ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି।...

ମହାକାଶ ଇତିହାସରେ ପ୍ରଥମ ଘଟଣା: ଅକ୍ଟୋବର ୨୧ରେ ସ୍ସେସ୍‌ ଓ୍ବାକ୍‌ କରିବେ ୨ ମହିଳା

ଓ୍ବାଶିଂଟନ,୬।୧୦: ମହାକାଶ ଇତିହାସରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ଅକ୍ଟୋବର ୨୧ରେ ୨ ଜଣ ମହିଳା ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବାହାରେ ସ୍ପେସ୍‌...

ଆଜି ହାଓଡି ମୋଦି କାର୍ଯ୍ୟକ୍ରମ

ହ୍ୟୁଷ୍ଟନ୍‌,୨୨ା୯(ଆଇଏଏନ୍‌ଏସ୍‌): ଆମେରିକାର ଟେକ୍ସାସ୍‌ ପ୍ରଦେଶ ଅନ୍ତର୍ଗତ ହ୍ୟୁଷ୍ଟନ୍‌ ସହରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଅନୁଷ୍ଠିତ ହେବ ‘ହାଓଡି ମୋଦି’ କାର୍ଯ୍ୟକ୍ରମ।...

ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ ମିଳିଲାନି ସମର୍ଥନ

ନୂଆଦିଲ୍ଲୀ,୧୭।୧(ପି.ଟି.):ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛି। ତେବେ ଇସ୍‌ଲାମାବାଦର ଏହି ଉଦ୍ୟମକୁ ଚାଇନା ସହାୟତା କରୁଥିବାରୁ ଭାରତ ଏହାର...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

କଶ୍ମୀରକୁ ନେଇ ପୁଣି ମିଛ କହିଲା ପାକିସ୍ତାନ

ଲାହୋର,୯।୧୧: ଜମ୍ମୁ-କଶ୍ମୀରରୁ ଗତ ଅଗଷ୍ଟରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରଠାରୁ ଏପର୍ଯ୍ୟନ୍ତ ପାକିସ୍ତାନ ହଡବଡେଇ ହୋଇ ରହିଛି। କାରଣ ଏହି ପ୍ରସଙ୍ଗକୁ ନେଇ ସେ...

Advertisement
Archives

Model This Week