ନିଜ ଯବାନଙ୍କ ଅନ୍ତିମ ସତ୍କାର କରୁନାହିଁ ଚାଇନା: ଲୋକମାନଙ୍କୁ ଦେଉଛି ଏଭଳି ଧମକ

ଚାଇନା ସରକାର ଗଲଓ୍ବାନ ଘାଟିରେ ପ୍ରାଣ ହରାଇଥିବା ନିଜ ଯବାନମାନଙ୍କ ଅନ୍ତିମ ସତ୍କାର କରିବାକୁ ମନା କରୁଛନ୍ତି। କେବଳ ଏତିକି ନୁହେଁ ଉକ୍ତ ଯବାନମାନଙ୍କ ପରିବାରଲୋକଙ୍କୁ ଏଭଳି କରିବାକୁ ମନା କରାଯିବା ସହ ତାଙ୍କ ସ୍ମୃତିରେ କୌଣସି ସମାରୋହ ଆୟୋଜନ ନ କରିବାକୁ ଚାଇନା ସରକାର କହିଛନ୍ତି। ଏପରି କରି ଚାଇନା ଗଲଓ୍ବାନ ଘାଟିରେ ହୋଇଥିବା ଘଟଣାକୁ ଲୁଚାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

ଚାଇନାରେ ଥିବା ଆମେରିକୀୟ ଗୁପ୍ତଚରମାନେ ଏହା ଜାଣିବାକୁ ପାଇଛନ୍ତି। ଦେଶର ନାଗରିକ ବ୍ୟାପାର ମନ୍ତ୍ରଣାଳୟ ଗଲଓ୍ବାନ ଉପତ୍ୟକାରେ ନିହତ ହୋଇଥିବା ସୈନିକଙ୍କ ପରିବାରକୁ ଅନ୍ତିମ ସତ୍କାର କରିବାକୁ ମନା କରିଛନ୍ତି। ଯଦି ଏପରି କରିବେ ତେବେ କୌଣସି ଶୁନ୍‌ଶାନ୍‌ ସ୍ଥାନରେ କରନ୍ତି। ଏହା ସରିବା ପରେ କୌଣସି ସମାରୋହର ଆୟୋଜନ କରନ୍ତୁ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନା ସଂକ୍ରମଣର ଆଳ ଦେଖାଇ ଏପରି କରିବାକୁ ମନା କରିଥିବା ଜଣାପଡ଼ିଛି।

ଚାଇନା ସରକାର ଗଲଓ୍ବାନ ଘଟଣା ବିଷୟରେ କମ୍‌ ଲୋକ ଜାଣନ୍ତୁ ବୋଲି ଚାହାନ୍ତି। କାରଣ ଏହାଦ୍ୱାରା ଦେଶବାସୀ ଏ ବିଷୟରେ ଅବଗତ ହୋଇପାରନ୍ତି। ଘଟଣା ବିଷୟରେ ଅନ୍ତରାଷ୍ଟ୍ରୀୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଲେ ପିପୁଲ୍ସ ଲିବେରଶନ ପାର୍ଟିର ବଦନାମୀ ହେବ। ଏଣୁ ସରକାର ଯବାନମାନଙ୍କ ଅନ୍ତିମ ସତ୍କାର ଲୁଚାଇ କରିବାକୁ ଚାହୁଁଛନ୍ତି।

ହେଲେ ଏହି ଘଟଣା ବିଷୟରେ ଚାରିଆଡେ ପ୍ରଘଟ ହୋଇ ସାରିଛି। ଭାରତୀୟ ଯବାନମାନଙ୍କ ସାହସ ଏବଂ ଶେଷକୃତ୍ୟ ସମୟର ଭିଡିଓ ଚାଇନା ଲୋକଙ୍କ ପାଖରେ ପହଞ୍ଚି ସାରିଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri