ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଗୁପ୍ତଚରୀ କରୁଛନ୍ତି ୨୦ ଲକ୍ଷ ସିସିପି ସଦସ୍ୟ

ଓ୍ବାଶିଂଟନ,୧୪।୧୨: ପୃଥିବୀର ବିଭିନ୍ନ ଦେଶର ଗୁପ୍ତ ତଥ୍ୟ ଚୋରି କରିବା ଲାଗି ଚାଇନା ରଚିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ସମ୍ପ୍ରତି ବିଭିନ୍ନ ଦେଶର ଭିନ୍ନ ଭିନ୍ନ କମ୍ପାନୀରେ ଚାଇନା କମ୍ୟୁନିଷ୍ଟ୍‌ ପାର୍ଟି(ସିସିପି) ସଦସ୍ୟମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେମାନେ ସମ୍ପୃକ୍ତ ଦେଶର ବହୁ ଗୁପ୍ତ ତଥ୍ୟ ଚାଇନାର କମ୍ୟୁନିଷ୍ଟ ସରକାରଙ୍କୁ ଯୋଗାଇ ଦେଉଛନ୍ତି। ସିସିପି ସଦସ୍ୟମାନେ ପ୍ରତିରକ୍ଷାଠାରୁ ଆରମ୍ଭକରି ବ୍ୟାଙ୍କ ଏବଂ ଫାର୍ମା ସେକ୍ଟରରେ ରହି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ସରକାରଙ୍କୁ ଆବଶ୍ୟକ ଗୁପ୍ତ ତଥ୍ୟ ଯୋଗାଇ ଦେଉଛନ୍ତି। ଏକ ଡାଟା ଲିକ୍‌ ଘଟଣାରୁ ଚାଇନାର ଏଭଳି ଷଡ଼ଯନ୍ତ୍ର ସମ୍ପର୍କରେ ଜଣାପଡ଼ିଛି। ଲିକ୍‌ ହୋଇଥିବା ଡାଟାରେ ସିସିପି ସଦସ୍ୟଙ୍କ ପରିଚୟ, ପାର୍ଟିରେ ତାଙ୍କର ପଦବୀ, ଜାତୀୟ ପରିଚୟ ପତ୍ର ନମ୍ବର, ସମ୍ପ୍ରଦାୟ, ଫୋନ୍‌ ନମ୍ବର ଆଦି ତଥ୍ୟ ରହିଥିବା କୁହାଯାଉଛି। ବ୍ରିଟେନ, ଆମେରିକା ଏବଂ ଅଷ୍ଟ୍ରେଲିଆରେ ଅଧିକ ସଂଖ୍ୟକ ସିସିପି ସଦସ୍ୟ ରହିଥିବା କୁହାଯାଉଛି। ବ୍ରିଟେନର ଚାଇନା ଦୂତାବାସଠାରୁ ଆରମ୍ଭ କରି କେତେକ ବିଶ୍ୱବିଦ୍ୟାଳୟ ଏବଂ କମ୍ପାନୀରେ ସିସିପି ସଦସ୍ୟ କାର୍ଯ୍ୟ କରୁଛନ୍ତି। ଏନେଇ ବ୍ରିଟେନ ସରକାର ସୂଚନା ଦେଇଛନ୍ତି। ଅନ୍ୟ ଦେଶରେ ମଧ୍ୟରେ ସମାନ ସ୍ଥିତି ରହିଥିବା ଲିକ୍‌ ହୋଇଥିବା ଡାଟାରୁ ଜଣାପଡ଼ିଛି। ଆମେରିକାର ବୋଇଙ୍ଗ୍‌, କ୍ୱାଲକୋମ୍‌ ଏବଂ ଫାଇଜର କମ୍ପାନୀରେ ବହୁ ସଂଖ୍ୟକ ସିସିପି ସଦସ୍ୟ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହକୁ ସାଢ଼େ ୪ ଦିନ କାମ

ଦୁବାଇ,୭।୧୨: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଏହାର କର୍ମଚାରୀଙ୍କ କାର୍ଯ୍ୟଦିବସ ସମ୍ପର୍କୀତ ନିୟମରେ ପରିବର୍ତ୍ତନ କରିଛି। ଏଣିକି ଦେଶରେ ସପ୍ତାହକୁ (ଉଭୟ ସରକାରୀ ଓ ବେସରକାରୀ)କର୍ମଚାରୀଙ୍କୁ...

୯୩% ସମ୍ପତ୍ତି ହରାଇଛନ୍ତି ଚାଇନା ବିଲିୟନେୟାର ହୁଇ କା ୟାନ୍‌

ବେଜିଂ, ୨୩।୧: ଚାଇନା ଏଭରଗ୍ରାଣ୍ଡ ଗ୍ରୁପ୍‌ର ଚେୟାରମ୍ୟାନ୍‌ ହୁଇ କା ୟାନ୍‌ଙ୍କୁ ନିଜ ସମ୍ପତ୍ତିର ୯୩% ହରାଇବାକୁ ପଡ଼ିଛି। ହୁଇଙ୍କ ସମ୍ପତ୍ତି ୪୨ ବିଲିୟନ୍‌ ଡଲାରରୁ...

କାବୁଲ ବିମାନ ବନ୍ଦର ପରେ ଏବେ କାଜକସ୍ତାନ ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ: ୯ ମୃତ

ନୁର-ସୁଲତାନ,୨୭ ।୮: କାବୁଲ ବିମାନ ବନ୍ଦରରେ ଗୁରୁବାର ହୋଇଥିବା ବୋମା ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହାପରେ ଶୁକ୍ରବାର କାଜାକସ୍ତାନର ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ...

ଆମେରିକାରେ ମାନବ ସୁରକ୍ଷା କର୍ମୀଙ୍କ ସ୍ଥାନ ନେବାରେ ଲାଗିଛି ରୋବୋ…

ଓ୍ବାଶିଂଟନ,୫।୩ : ଆମେରିକାରେ ମାନବ ସୁରକ୍ଷାକର୍ମୀଙ୍କ ବଦଳରେ ଏବେ ରୋବୋଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜନ କରିବାର ଧାରା ବଢ଼ିିବାରେ ଲାଗିଛି। ଘରୋଇ ଏବଂ ବ୍ୟବସାୟିକ କାର୍ଯ୍ୟରେ...

ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭିଜା ଦେଲାନାହିଁ ଆମେରିକା

ଓ୍ବାଶିଂଟନ,୭।୧: ନ୍ୟୁୟର୍କରେ ଆୟୋଜିତ ୟୁନାଇଟେଡ ନେଶନସ୍‌ ସିକ୍ୟୁରିଟି କାଉନସିଲ ମିଟିଂରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିଥାଆନ୍ତେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌।...

ପ୍ରାର୍ଥିତ୍ୱ ପ୍ରତ୍ୟାହାର କଲେ ନୀରା ଟଣ୍ଡନ

ଓ୍ବାଶିଂଟନ, ୪।୩(ପି.ଟି.): ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ହ୍ବାଇଟ୍‌ ହାଉସ ଅଫିସ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶିକା ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌...

ତାଜମହଲର ମାଲିକ ଥିଲେ ଟ୍ରମ୍ପ୍‌: ୨୦୧୬ରେ ହୋଇଥିଲା ନିଲାମ

ଓ୍ବାଶିଂଟନ, ୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟମ୍ପ୍‌ ଦିନେ ତାଜମହଲର ମାଲିକ ଥିଲେ। ସେ ତାଙ୍କର କାସିନୋର ନାମ ତାଜମହଲ ରଖିଥିଲେ। ଭାରତୀୟ ସଂସ୍କୃତିକୁ ଭଲ...

‘ଜାଲିଆନଓ୍ବାଲା ବାଗ’ ପ୍ରତିଶୋଧ ନେବାକୁ ଆସିଛି

ସ୍କଟଲାଣ୍ଡ ୟାର୍ଡ,୨୭।୧୨: ବ୍ରିଟେନର ରାଣୀ କୁଇନ ଏଲିଜାବେଥ ପରିବାର ସହ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଓ୍ବିଣ୍ଡସର ଦୁର୍ଗରେ ପ୍ରବେଶ କରିବାରୁ ଜଣେ ଯୁବକ ଗିରଫ...

Advertisement
Archives

Model This Week