ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଗୁପ୍ତଚରୀ କରୁଛନ୍ତି ୨୦ ଲକ୍ଷ ସିସିପି ସଦସ୍ୟ

ଓ୍ବାଶିଂଟନ,୧୪।୧୨: ପୃଥିବୀର ବିଭିନ୍ନ ଦେଶର ଗୁପ୍ତ ତଥ୍ୟ ଚୋରି କରିବା ଲାଗି ଚାଇନା ରଚିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ସମ୍ପ୍ରତି ବିଭିନ୍ନ ଦେଶର ଭିନ୍ନ ଭିନ୍ନ କମ୍ପାନୀରେ ଚାଇନା କମ୍ୟୁନିଷ୍ଟ୍‌ ପାର୍ଟି(ସିସିପି) ସଦସ୍ୟମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେମାନେ ସମ୍ପୃକ୍ତ ଦେଶର ବହୁ ଗୁପ୍ତ ତଥ୍ୟ ଚାଇନାର କମ୍ୟୁନିଷ୍ଟ ସରକାରଙ୍କୁ ଯୋଗାଇ ଦେଉଛନ୍ତି। ସିସିପି ସଦସ୍ୟମାନେ ପ୍ରତିରକ୍ଷାଠାରୁ ଆରମ୍ଭକରି ବ୍ୟାଙ୍କ ଏବଂ ଫାର୍ମା ସେକ୍ଟରରେ ରହି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ସରକାରଙ୍କୁ ଆବଶ୍ୟକ ଗୁପ୍ତ ତଥ୍ୟ ଯୋଗାଇ ଦେଉଛନ୍ତି। ଏକ ଡାଟା ଲିକ୍‌ ଘଟଣାରୁ ଚାଇନାର ଏଭଳି ଷଡ଼ଯନ୍ତ୍ର ସମ୍ପର୍କରେ ଜଣାପଡ଼ିଛି। ଲିକ୍‌ ହୋଇଥିବା ଡାଟାରେ ସିସିପି ସଦସ୍ୟଙ୍କ ପରିଚୟ, ପାର୍ଟିରେ ତାଙ୍କର ପଦବୀ, ଜାତୀୟ ପରିଚୟ ପତ୍ର ନମ୍ବର, ସମ୍ପ୍ରଦାୟ, ଫୋନ୍‌ ନମ୍ବର ଆଦି ତଥ୍ୟ ରହିଥିବା କୁହାଯାଉଛି। ବ୍ରିଟେନ, ଆମେରିକା ଏବଂ ଅଷ୍ଟ୍ରେଲିଆରେ ଅଧିକ ସଂଖ୍ୟକ ସିସିପି ସଦସ୍ୟ ରହିଥିବା କୁହାଯାଉଛି। ବ୍ରିଟେନର ଚାଇନା ଦୂତାବାସଠାରୁ ଆରମ୍ଭ କରି କେତେକ ବିଶ୍ୱବିଦ୍ୟାଳୟ ଏବଂ କମ୍ପାନୀରେ ସିସିପି ସଦସ୍ୟ କାର୍ଯ୍ୟ କରୁଛନ୍ତି। ଏନେଇ ବ୍ରିଟେନ ସରକାର ସୂଚନା ଦେଇଛନ୍ତି। ଅନ୍ୟ ଦେଶରେ ମଧ୍ୟରେ ସମାନ ସ୍ଥିତି ରହିଥିବା ଲିକ୍‌ ହୋଇଥିବା ଡାଟାରୁ ଜଣାପଡ଼ିଛି। ଆମେରିକାର ବୋଇଙ୍ଗ୍‌, କ୍ୱାଲକୋମ୍‌ ଏବଂ ଫାଇଜର କମ୍ପାନୀରେ ବହୁ ସଂଖ୍ୟକ ସିସିପି ସଦସ୍ୟ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri