Posted inଜାତୀୟ

ଅରୁଣାଚଳ ପ୍ରଦେଶରେ ୬୦ କୋଠା ନିର୍ମାଣ କରିଛି ଚାଇନା, ସାଟେଲାଇଟ୍‌ ଫଟୋ କଲା ପର୍ଦ୍ଦାଫାଶ୍‌…

ନୂଆଦିଲ୍ଲୀ,୧୮।୧୧: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଜାରି ରହିଛି। ଅରୁଣାଚଳ ପ୍ରଦେଶରେ ଚାଇନା ୬୦ କୋଠା ନିର୍ମାଣ କରିଛି। ସାଟେଲାଇଟ୍‌ ଫଟୋରୁ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ପୂର୍ବରୁ ଚାଇନା ଏଠାରେ ପ୍ରଥମ କେତେକ କୋଠାଘର ନିର୍ମାଣ କରିଥିଲା। ୨୦୧୯ ମାର୍ଚ୍ଚ ୧୯ ସାଟେଲାଇଟ୍‌ ଫଟୋରେ ଏହା ଦେଖିବାକୁ ମିଳିଥିଲା। ତେବେ ୨୦୨୧ ସେପ୍ଟେମ୍ବର ୨୦ ସାଟେଲାଇଟ୍‌ ଫଟୋରେ ପୁଣି କେତେକ କୋଠାଘର ଏକ ଦ୍ୱିତୀୟ ଅଞ୍ଚଳରେ ନିର୍ମିତ ହୋଇଥିବା ଦେଖିବାକୁ ମିଳିଛି। ଏହି ନୂତନ କୋଠାଘର ଗୁଡ଼ିକ ଚାଇନା ଦ୍ୱାରା ନିର୍ମିତ ହୋଇଥିବା ପ୍ରଥମ କୋଠାଘରଗୁଡ଼ିକଠାରୁ ୯୩ କିଲୋମିଟର ପୂର୍ବରେ ଅବସ୍ଥିତ।

ଗଣମାଧ୍ୟମ ସଂସ୍ଥା ଏନ୍‌ଡି ଟିଭି ପକ୍ଷରୁ ଜାନୁଆରୀରେ ଏନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହାର ୨ ଦିନ ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ପକ୍ଷରୁ ମଧ୍ୟ ଏସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଥିଲା। ଫଳରେ ଏଲଏସି ନିକଟରେ ଚାଇନା ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରୁଥିବା ନିଶ୍ଚିତ ହୋଇଥିଲା। ଏହି ରିପୋର୍ଟକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏଭଳି ବେଆଇନ ଦଖଲକୁ ଭାରତ ଗ୍ରହଣ କରି ନାହିଁ କିମ୍ବା ଚାଇନାର ବେଆଇନ ଦାବିକୁ ମଧ୍ୟ ଗ୍ରହଣ କରି ନାହିଁ।

ଦ୍ୱିତୀୟ ନିର୍ମାଣ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ଏବଂ ଆନ୍ତର୍ଜାତୀୟ ସୀମା ମଧ୍ୟରେ ଭାରତରେ ପ୍ରାୟ ୬ କିଲୋମିଟର ଦୂରରେ ଅବସ୍ଥିତ। ଭାରତ ଏହାକୁ ସର୍ବଦା ନିଜର ଅଞ୍ଚଳ ବୋଲି ଦାବି କରିଆସୁଛି। କୋଠା ଗୁଡ଼ିକରେ କେହି ବସବାସ କରୁଛନ୍ତି କି ନାହିଁ ସେ ସମ୍ପର୍କରେ ସାଟେଲାଇଟ୍‌ ଫଟୋରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।
ଏକ ବର୍ଷ ପୂର୍ବେ ଲୋକ ସଭାରେ ଅରୁଣାଚଳ ପ୍ରଦେଶର ଭାଜପା ଏମ୍‌ପି ତାପିର ଗାଓ ଚାଇନା ଦ୍ୱାରା ହୋଇଥିବା ଜବର ଦଖଲ ଉପରେ ସୂଚନା ଉପସ୍ଥାପନ କରିଥିଲେ।

ନୂତନ ନିର୍ମାଣର ଫଟୋ ଚିତ୍ର ମ୍ୟାକ୍ସାର୍‌ ଟେକ୍ନୋଲୋଜି ଏବଂ ପ୍ଲାନେଟ ଲ୍ୟାବ ଦ୍ୱାରା ପ୍ରଦାନ କରାଯାଇଛି। ଅରୁଣାଚଳର ଶି-ୟୋମି ଜିଲ୍ଲାର ଏହି ଚିତ୍ରଗୁଡ଼ିକରେ କୋଠା ସହିତ କୋଠା ଉପରେ ଚାଇନାର ପତାକା ରହିଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?