ଚାଇନା ଅର୍ଥନୀତିକୁ ବଞ୍ଚାଇବାକୁ ଅଧିକାରୀଙ୍କ ନୂଆ ଆଦେଶ, କାମକୁ ଫେରିବେ ସଂକ୍ରମିତ

ବେଜିଂ,୨୩ ।୧୨: ଚାଇନାରେ କରୋନା ବିସ୍ଫୋରଣ ଉଗ୍ର ରୂପ ଧାରଣ କଲାଣି । ହେଲେ ଚାଇନା କମ୍ୟୁନିଷ୍ଟ ପ୍ରଶାସନ ଏହା ମାନିବାକୁ ପ୍ରସ୍ତୁତ ନୁହେଁ ଯେ ଦେଶରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ଦଳ ଏହାକୁ କହୁଛି ନିମୋନିଆ ଓ ଶ୍ୱାସକ୍ରିୟାରେ ସମସ୍ୟା । ଏପଟେ ଶ୍ମଶାନ ଘାଟରେ ମୃତକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ବ୍ଲୁମବର୍ଗ ଖବର କାଗଜର ରିପୋର୍ଟ ଅନୁଯାୟୀ, ଚାଇନା ଅଧିକାରୀ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ କରୋନା ସଂକ୍ରମିତଙ୍କୁ ବି ନିର୍ଦ୍ଦେଶ ଦେଇନ୍ତି ଯେ ସେମାନେ ଯେତେଶୀଘ୍ର କାମରେ ଯୋଗ ଦିଅନ୍ତୁ । ଅନ୍ୟପଟେ ଔଷଧ କମ୍ପାନୀ ସାରାରାତି କାମ କରିବାକୁ ବାଧ୍ୟ ହେଉଛନ୍ତି ।
ଚାଇନାର ବେଜିଂ, ଗୁଆଂଗଝୋଉ, ଶେନଝୋଙ୍ଗ ଓ ସାଂଘାଇ ଭଳି ସହରରେ ପରିସ୍ଥିତି ଅତ୍ୟନ୍ତ ଖରାପ । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଚାଇନାରେ ମହାମାରୀର ସଂକ୍ରମଣକୁ ଦେଖି ଲୋକଙ୍କୁ କୁହାଯାଉଛି କି ଏହା ମୌସୁମୀ ଫ୍ଲୁ ଭଳି ସମସ୍ୟା ଓ ନୂଆ ଓମିକ୍ରନ୍ ଭାରିଏଣ୍ଟ ଏତେ ବିପଦପୂର୍ଣ୍ଣ ନୁହେଁ । ମହାମାରୀ ବୈଜ୍ଞାନିକ ଝୋଂଗ ନାନଶାନ ଏମିତି ବି କହିଛନ୍ତି ଓମିକ୍ରନ୍ ଭାଇରସ ସାଧାରଣ ସର୍ଦ୍ଦି-ଜ୍ୱରଠାରୁ ଅଧିକ କିଛି ନୁହେଁ ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ଏପଟେ କିନ୍ତୁ ଜିରୋ କୋଭିଡ ନୀତିରେ ଢିଲା ଦେବା ପରେ ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡର ଅଭାବ ଦେଖାଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ଅଳିଆ ଡବାରେ ଚାଇନାର ଉପହାର ଫିଙ୍ଗିଦେଲେ ଟ୍ରମ୍ପ, ଏୟାରପୋର୍ଟରେ ଘଟିଲା…

ଓ୍‌ବାଶିଂଟନ୍‌,୧୬।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ଫେରିବା ପାଇଁ ଏୟାରଫୋର୍ସ ୱାନ ଯୋଗେ…

ମହଜୁଦ ଅଛି ତେଲ, ତଥାପି ପମ୍ପ ବନ୍ଦ, ଭିଡ଼: ଭୟର ବାତାବରଣ

ଭୁବନେଶ୍ୱର,୧୬ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ପେଟ୍ରୋଲ, ଡିଜେଲକୁ ନେଇ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇପାରି ନାହିଁ। ରାଜ୍ୟର ପ୍ରାୟ ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ଲମ୍ବା ଧାଡ଼ି…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ରାସ୍ତା ମରାମତି ନାଁରେ ପ୍ରହସନ: ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ…

ଅର୍ଜୁନଙ୍କୁ ମିଳିଲା ବଡ଼ ଅଫର୍‌: ଏବେ…

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତ ଦମଦାର ଅଭିନୟ କରନ୍ତି କିନ୍ତୁ ‘ଧୂରନ୍ଧର-୨’ରେ ତାଙ୍କର ଖଳନାୟକ ଭୂମିକା ବେଶ୍‌ ପ୍ରଶଂସନୀୟ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri